ETV Bharat / city

ରାଜ୍ୟସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଫାଇନାଲରେ କଟକ ଚମ୍ପିଆନ - କଟକ ଟିମ ଚାମ୍ପିଅନ

ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରରେ ଗତ ତିନି ଦିନ ଧରି ଆୟୋଜିତ ହୋଇ ଆସୁଥିବା ରାଜ୍ୟସ୍ତରୀୟ ବିଜୁ ସ୍ମାରକୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଶନିବାର ଉଦଯାପିତ ହୋଇଯାଇଛି । ଅଧିକ ପଢନ୍ତୁ...

େେ
ରାଜ୍ୟସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ,ଫାଇନାଲରେ କଟକ ଚାମ୍ପିଅନ
author img

By

Published : Mar 28, 2021, 9:02 AM IST

Updated : Mar 28, 2021, 4:56 PM IST

ବ୍ରହ୍ମପୁର: ରାଜ୍ୟସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଫାଇନାଲରେ କଟକ ଚମ୍ପିଆନ । ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରରେ ଗତ ତିନି ଦିନ ଧରି ଆୟୋଜିତ ହୋଇ ଆସୁଥିବା ରାଜ୍ୟସ୍ତରୀୟ ବିଜୁ ସ୍ମାରକୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଶନିବାର ଉଦଯାପିତ ହୋଇଯାଇଛି।

state level footbal tournament in chatrapur of ganjam
ରାଜ୍ୟସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ,ଫାଇନାଲରେ କଟକ ଚାମ୍ପିଅନ
ରାଜ୍ୟସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଫାଇନାଲରେ କଟକ ଚମ୍ପିଆନ

ସ୍ଥାନୀୟ ପୋଲିସ ପଡିଆ ପରିସରରେ ଆୟୋଜିତ ହୋଇଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତ ବାର୍ଷିକୀ ପାଳନ ଅବସରରେ ଜିଲ୍ଲା ପ୍ରଶାସନର ସହଯୋଗରେ ବିଜୁ ସ୍ମାରକୀ ଓ ୟୁରୋ ସ୍କୁଲର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ କଟକ ଟିମ ଚମ୍ପିୟାନ ହୋଇଥିଲା । ସୋନପୁର ଟିମକୁ ୧-୦ ଗୋଲ ଦେଇ କଟକ ଟିମ ବିଜୟୀ ହୋଇଥିଲା । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମରେ ଅତିଥି ରୂପେ ଆସିକା ସାଂସଦ ପ୍ରମିଳା ବିଷୋୟୀ , ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଚିକିଟି ବିଧାୟିକା ଉଷା ଦେବୀ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ୟୁରୋ ସ୍କୁଲ ମୁଖ୍ୟ ରଞ୍ଜନ ମହାପାତ୍ର, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ ଧନଞ୍ଜୟ ରେଡି, ଗଞ୍ଜାମ ଜ଼ିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ, ନଚିକେତ ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ । ଛତ୍ରପୁରରେ କ୍ରୀଡାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ଧ୍ୟାନ ଦେଉଥିବା ବେଳେ ଏଠାରେ ଏକ ଇଣ୍ଡୋର ଷ୍ଟାଡିୟମ ଉଦଘାଟନ ହୋଇସାରିଛି ଏବଂ ଏଠାରେ ହକି ଆଷ୍ଟ୍ରୋ ଟର୍ଫ ଓ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସୂଚନା ଦିଆଯାଇଛି ।

ଏହି ଅବସରରେ ଶ୍ରେଷ୍ଠ ଡିଫେଣ୍ଡର ଭାବେ ସୋନପୁର ଟିମର ଶ୍ରୀକାନ୍ତ ଭୋଇ, ସର୍ବାଧିକ ଗୋଲ ସ୍କୋରର ସୋନପୁର ଟିମର ଅନ୍ତର୍ଯ୍ୟାମୀ ନାୟକ, ଶ୍ରେଷ୍ଠ ଗୋଲକିପର ଭାବେ କଟକ ଟିମର ଶେଖ କମାଲୁଦିନ, ମ୍ୟାନ ଅଫ ଦି ଫାଇନାଲ ସୋନପୁର ଟିମର ରିଙ୍କୁ ମାହାର ଓ ଶ୍ରେଷ୍ଠ ଶୃଙ୍ଖଳିତ ଟିମ ଭାବେ କୋରାପୁଟ ଟିମକୁ ପୁରସ୍କୃତ କରାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Mar 28, 2021, 4:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.