ETV Bharat / city

ମାହାମାରୀ ମାଡରେ ଉଜୁଡି ଯାଇଛି ଶିକ୍ଷାବ୍ୟବସ୍ଥା, ଶିକ୍ଷାର ମାନ ହ୍ରାସ କଲା ପ୍ରାକ୍ଟିକାଲ ଟିଚିଙ୍ଗ୍ !

author img

By

Published : Jan 12, 2021, 8:11 PM IST

ମହାମାରୀ ପ୍ରଭାବରେ ବେଶ୍ କ୍ଷତିଗ୍ରସ୍ତ ହୋଇଛି ଶିକ୍ଷା ବ୍ୟବସ୍ଥା । ବିଶେଷକରି ପ୍ରାକ୍ଟକାଲ ଭିତ୍ତିକ କୋର୍ସର ଅନଲାଇନ ଶିକ୍ଷାଦାନ ଶିକ୍ଷାର ମାନକୁ ହ୍ରାସ କରିଛି । ଯାହାକୁ ନେଇ ଚିନ୍ତିତ ଅଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

impacts of covid-19 in educational system
ମାହାମାରୀ ମାଡରେ ଉଜୁଡି ଯାଇଛି ଶିକ୍ଷାବ୍ୟବସ୍ଥା

ବ୍ରହ୍ମପୁର: କୋଭିଡ-19 ଯୋଗୁଁ ରାଜ୍ୟ ତଥା ଦେଶର ଶିକ୍ଷାକ୍ଷେତ୍ର ଖୁବ ପ୍ରଭାବିତ ହୋଇଛି । ପ୍ରଫେସନାଲ ଠାରୁ ଆରମ୍ଭ କରି ବୈଷୟିକ ଶିକ୍ଷା ଉପରେ ନକରାତ୍ମକ ପ୍ରଭାବ ପଡିଛି । ଶିକ୍ଷାର ଗୁଣାତ୍ମକ ମାନରେ ହ୍ରାସ ଘଟିଛି । ପ୍ରଥମତଃ ଏହି ଶିକ୍ଷାରେ ଅଧ୍ୟୟନ ପାଇଁ ରହିଥିବା ପ୍ରବେଶିକା ପରୀକ୍ଷା ବହୁ ବିଳମ୍ବରେ ହେବା ଯୋଗୁଁ ବି-ଟେକ ଓ ପଲିଟେକନିକ ଭଳି ପାଠ୍ୟକ୍ରମର ଛାତ୍ରଛାତ୍ରୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏନେଇ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଅଭିଭାବକ ଓ ଶିକ୍ଷକ ମହଲ କ୍ଷୋଭ ପ୍ରକାଶ କରିଛନ୍ତି ।

ମହାମାରୀର ପ୍ରହାରର ଶିକ୍ଷାକ୍ଷେତ୍ର ସମ୍ପୂର୍ଣ୍ଣ ଦୋହଲି ଯାଇଛି । ବିଗତ ଦିନରେ ସଂକ୍ରମଣ ରୋକିବା ପାଇଁ ଶିକ୍ଷାନୁଷ୍ଠାନଗୁଡିକରେ ତାଲା ଝୁଲାଇ ଦିଆଯାଇଥିଲା । ଫଳରେ ଅନଲାଇନ ଶିକ୍ଷାଦାନ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ଗ୍ରହଣର ଏକ ମାତ୍ର ବିକଳ୍ପ ସାଜିଥିଲା । ହେଲେ ଇଣ୍ଟରନେଟ ସୁବିଧାରୁ ବଞ୍ଚିତ ଦୁର୍ଗମ ଅଞ୍ଚଳର ଶିକ୍ଷାର୍ଥୀଙ୍କ ପାଇଁ ଅନଲାଇନ ଶିକ୍ଷାଦାନ ଫଳପ୍ରଦ ସାବ୍ୟସ୍ତ ହୋଇପାରିନଥିଲା । ସେହିପରି ସବୁ ବର୍ଗର ଛାତ୍ରଛାତ୍ରୀମାନଙ୍କ ନିକଟର ସ୍ମାର୍ଟଫୋନ ସୁବିଧା ନଥିବା ଯୋଗୁଁ ସେମାନେ ମଧ୍ୟ ଏହି ବ୍ୟବସ୍ଥାରେ ସାମିିଲ ହୋଇପାରିି ନଥିଲେ ।

ଅନ୍ୟପଟେ କଟକଣା ମଧ୍ୟରେ ଅନଲାଇନ ମାଧ୍ୟମରେ ଡିପ୍ଲୋମା ଠାରୁ ଆରମ୍ଭ କରି ଡିଗ୍ରୀ ପର୍ଯ୍ୟନ୍ତ ବିଭିନ୍ନ କୋର୍ସର ନାମଲେଖା ପ୍ରକ୍ରିୟା ସମ୍ପନ୍ନ କରାଗଲା । ଏଣୁ ଅନଲାଇନ ମାଧ୍ୟମରେ ଅଧିକରୁ ଅଧିକ ଥିଓରୀ କ୍ଲାସ କଲେ ଶିକ୍ଷାର୍ଥୀ । ହେଲେ ପ୍ରାକ୍ଟିକାଲ ଭିତ୍ତିକ ପ୍ରଫେସନାଲ କୋର୍ସର ଅନଲାଇନ ଶିକ୍ଷାଦାନ ଶିକ୍ଷାର ମାନରେ ଅବନତି ଘଟାଇଛି । ଯାହାକୁ ନେଇ ଚିନ୍ତିତ ଅଛନ୍ତି ଛାତ୍ରଛାତ୍ରୀ । ତେବେ ବର୍ତ୍ତମାନ ରାଜ୍ୟରେ ଧୀରେ ଧୀରେ ଶିକ୍ଷାନୁଷ୍ଠାନରୁ ତାଲା ଖୋଲୁଥିବାବେଳେ କିଭଳି ପ୍ରାକ୍ଟିକାଲ ଶିକ୍ଷା ସମୟକୁ ବୃଦ୍ଧି କରାଯାଇ ସମସ୍ତ କୋର୍ସ ଶେଷ କରାଯିବ ସେନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ଶିକ୍ଷାନୁଷ୍ଠାର ଅଧ୍ୟାପକ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.