ETV Bharat / city

8 ଫୁଟିଆ ଅହିରାଜ ସାପ ଉଦ୍ଧାର - berhmpur snake rescue update

ଏକ ଆଠ ଫୁଟିଆ ଅହିରାଜ ସାପକୁ ଉଦ୍ଧାର କଲା ବ୍ରହ୍ମପୁର ସ୍ନେକ ହେଲପ୍ ଲାଇନର ଟିମ୍ । ଅଧିକ ପଢନ୍ତୁ

8 ଫୁଟିଆ ଅହିରାଜ ସାପ ଉଦ୍ଧାର
8 ଫୁଟିଆ ଅହିରାଜ ସାପ ଉଦ୍ଧାର
author img

By

Published : Nov 9, 2020, 10:49 PM IST

ବ୍ରହ୍ମପୁର: ଏକ ଆଠ ଫୁଟିଆ ଅହିରାଜ ସାପକୁ ଉଦ୍ଧାର କଲା ବ୍ରହ୍ମପୁର ସ୍ନେକ ହେଲପ୍ ଲାଇନର ଟିମ୍ ।

8 ଫୁଟିଆ ଅହିରାଜ ସାପ ଉଦ୍ଧାର

ଗଜପତି ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ଚାନ୍ଦିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଫାଟକ ସମ୍ମୁଖରେ ଏହି ଅହିରାଜ ସର୍ପଟି ନିକଟସ୍ଥ ନାଳରେ ଦୁଇ ଦିନ ଧରି ରହିଥିଲା । ଏନେଇ ସ୍ଥାନୀୟ ଲୋକେ ସ୍ନେକ ହେଲପ୍ ଲାଇନକୁ ଖବର ଦେବା ପରେ ଟିମ୍ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଧ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଉଦ୍ୟମ କରିବା ପରେ ସାପଟିକୁ ଉଦ୍ଧାର କରିଥିଲେ ସ୍ନେକ ହେଲ୍ପ ଲାଇନ ଟିମ୍ ।

ଏହି ଉଦ୍ଧାର କାର୍ଯ୍ୟରେ ଟିମର ଶ୍ରୀକାନ୍ତ ନାହାକ, ସ୍ବାଧୀନ କୁମାର ସାହୁ, ଶୁଭମ୍ ସାହୁ, ଶ୍ରୀକାନ୍ତ ସାହୁ ନିୟୋଜିତ ରହିଥିବା ବେଳେ ବନ କର୍ମଚାରୀ ସୌଦାମିନୀ ପଟ୍ଟନାୟକ, ପ୍ରଭାକର ପ୍ରମୁଖ ସହଯୋଗ କରିଥିଲେ।

ଉଦ୍ଧାର ପରେ ସାପଟିକୁ ସୁରକ୍ଷିତ ଭାବେ ଜଙ୍ଗଲରେ ଛଡ଼ାଯାଇଥିବା ସ୍ନେକହେଲପ୍ ଲାଇନ୍ ପକ୍ଷରୁ ସୂଚନା ଦିଆଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.