ବ୍ରହ୍ମପୁର: ସହରର ଲାଞ୍ଜିପଲ୍ଲୀ ଆଙ୍କୁଲି ରାସ୍ତାରେ ଥିବା ରୋଲାଣ୍ଡ କଲେଜ ସମ୍ମୁଖରୁ ସାତ ଫୁଟର ଅଜଗର ସାପକୁ ଉଦ୍ଧାର କରାଯାଇଛି ।
ସାପକୁ ଦେଖିବା ପରେ ସେହି ରାସ୍ତା ଦେଇ ଯାଉଥିବା ବନ ବିଭାଗର କର୍ମଚାରୀ ଶାନ୍ତି ପ୍ରସାଦ ବେହେରା ସ୍ନେକ ହେଲ୍ପ ଲାଇନଙ୍କୁ ଯୋଗାଯୋଗ କରିଥିଲେ । ସ୍ନେକ ହେଲପଲାଇନ ସଦସ୍ୟ ସ୍ବାଧୀନ କୁମାର ସାହୁ ପହଞ୍ଚି କୌଶଳ କ୍ରମେ ସାପଟିକୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ।
ଶେଷରେ ଉଦ୍ଧାର ସାପକୁ ବନ ବିଭାଗର ପରାମର୍ଶ କ୍ରମେ ସଂରକ୍ଷିତ ଜଙ୍ଗଲରେ ଛଡାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ