ବ୍ରହ୍ମପୁର: ଘରେ ପଶି ସିନ୍ଧି ଚୋରି କରିବା ଘଟଣାରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପୋଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୨୧୦ ଗ୍ରାମ ସୁନା ଅଳଙ୍କାର ମଧ୍ୟ ଜବତ କରିଛି ପୋଲିସ ।
ମିଳିଥିବା ସୂଚନା ଅନୁଯାଇ ଜିଲ୍ଲାର ଲେଙ୍କାଖାଲି ଗ୍ରାମର କାଶୀନାଥ ଦଳେଇଙ୍କ ଘରୁ ଗତ ୭ ତାରିଖ ରାତିରେ ଦୁର୍ବୃତ୍ତ ମାନେ ସୁନା ଅଳଙ୍କାର ଲୁଟ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ପୋଲିସ ଏକ ମାମଲା ରୁଜୁ ଘଟଣାର ଛାନଭିନ କରି ଚୋରି ସୁନା ଅଳଙ୍କାର ସହ ଚାରି ଜଣକୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି ।
ଗିରଫଙ୍କ ମଧ୍ୟରେ ତିନି ଜଣ ପେଶାଦାର ସିନ୍ଧି ଚୋର ରହିଥିବା ବେଳେ ସେମାନେ ସମସ୍ତ ଏହି ଚୋରି ସୁନାକୁ ନେଇ ଜଣେ ସୁନା ବ୍ୟବସାୟୀ ଗୋପାଳ କୃଷ୍ଣ ଜେନାଙ୍କୁ ବିକ୍ରି କରିଥିଲେ । ଜବତ ଅଳଙ୍କାରର ଆନୁମାନିକ ମୂଲ୍ୟ ପ୍ରାୟ ଛଅ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡ଼ିଛି । ଏ ନେଇ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ମଲ୍ଲିକ ହିଞ୍ଜିଳି ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ