ETV Bharat / city

ତୁରନ୍ତ MKCGରେ ଡାକ୍ତର ନିଯୁକ୍ତ କର, ନଚେତ ବାଜିବ ଘଣ୍ଟ

author img

By

Published : Apr 26, 2022, 7:16 PM IST

ଏମକେସିଜି ମେଡିକାଲରେ ଡାକ୍ତର ଅନୁପସ୍ଥିତ ଓ ନିଯୁକ୍ତି ଦାବି ନେଇ ପୁଣି ବାଜିବ ଘଣ୍ଟ । ଏମକେସିଜି ମେଡିକାଲରେ ଡାକ୍ତର ନିଯୁକ୍ତି ଦାବି ଓ ରୋଗୀଙ୍କୁ ଚିକିତ୍ସା ସମୟରେ ଅନୁପସ୍ଥିତ ରହୁଥିବା ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ମେଡିକାଲ ମୁଖ୍ୟ ଫାଟକ ଆଗରେ ବିକ୍ଷୋଭ ସହ ଘଣ୍ଟ ବଜାଇବା ନେଇ ନିଷ୍ପତ୍ତି ହୋଇଛି । ଅଧିକ ପଢନ୍ତୁ

ତୁରନ୍ତ ଏମକେସିଜିରେ ଡାକ୍ତର ନିଯୁକ୍ତ କର, ନଚେତ୍‌ ବାଜିବ ଘଣ୍ଟ

ବ୍ରହ୍ମପୁର: ଏମକେସିଜି ମେଡିକାଲରେ ଡାକ୍ତର ଅନୁପସ୍ଥିତ ଓ ନିଯୁକ୍ତି ଦାବି ନେଇ ପୁଣି ବାଜିବ ଘଣ୍ଟ । ଏମକେସିଜି ମେଡିକାଲରେ ଡାକ୍ତର ନିଯୁକ୍ତି ଦାବି ଓ ରୋଗୀଙ୍କୁ ଚିକିତ୍ସା ସମୟରେ ଅନୁପସ୍ଥିତ ରହୁଥିବା ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ଏମକେସିଜି ମେଡିକାଲ ମୁଖ୍ୟ ଫାଟକ ଆଗରେ ବିକ୍ଷୋଭ ସହ ଘଣ୍ଟ ବଜାଇବା ନେଇ ନିଷ୍ପତ୍ତି ହୋଇଛି । ଏନେଇ ମାନବାଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା ଏହା କହିଛନ୍ତି ।

ଏଥିସହ ଏହି ବିକ୍ଷୋଭରେ ଜିଲ୍ଲାର ବିଭିନ୍ନ ସଂଗଠନ ନେତୃବୃନ୍ଦ ମଧ୍ୟ ସାମିଲ ହେବା ନେଇ ସେ କହିଛନ୍ତି । ତେବେ ଦୀର୍ଘ ବର୍ଷରୁ ବିପର୍ଯ୍ୟସ୍ତ ହୋଇପଡିଥିବା ସ୍ୱାସ୍ଥ୍ୟ ସେବାକୁ ସଜାଡିବା ଦାବିରେ ବ୍ରହ୍ମପୁର ସହରରେ ନିୟମିତ ଭାବେ ଏହି ଭଳି ଜନ ଆନ୍ଦୋଳନ ଦେଖିବାକୁ ମିଳିଛି । ଏପଟେ ସୁପର ସ୍ପେସିଆଲିଟି ବ୍ଲକରେ ସୁପର ସ୍ପେସିଆଲିଷ୍ଟ ଡାକ୍ତର ଆବଶ୍ୟକ ଥିବା ବେଳେ ଡାକ୍ତର ନିଯୁକ୍ତ ହେଉ ନାହାନ୍ତି ।

ଅନ୍ୟପକ୍ଷରେ ଏଠାରେ ନିୟୋଜିତ କିଛି ବରିଷ୍ଠ ଡାକ୍ତର ରୋଗୀ ଦେଖିବା ସମୟରେ ହସ୍ପିଟାଲକୁ ନ ଆସିବା ଏକ ଚିନ୍ତାର କାରଣ ପାଲଟିଛି । ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ଅଭିଯୋଗ ହେଉଛି । ତେବେ ଡାକ୍ତର ନିଯୁକ୍ତି ନ ହେଲେ ପୁଣି ଥରେ ଘଣ୍ଟ ଯାତ୍ରା ଆନ୍ଦୋଳନ ଆରମ୍ଭ ହେବ ବୋଲି ବୁଦ୍ଧିଜୀବୀମାନେ ଚେତାବନୀ ଦେଇଛନ୍ତି । ବିକ୍ଷୋଭ ପ୍ରଦର୍ଶନ କରୁଥିବା ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ୱାଦଦାତା ସମୀର ଆଚାର୍ଯ୍ୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.