ETV Bharat / city

ଖୋଲିଲା ସ୍କୁଲ, ବଢିଲା ସାନିଟାଇଜ୍ ଚିନ୍ତା

ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଖୋଲିଥିବା ସରକାରୀ ବିଦ୍ୟାଳୟରେ କୋରୋନାକୁ ନେଇ ପରିମଳ ଏବଂ ସ୍ୱଚ୍ଛତା ପ୍ରତି ଦିଆଯାଉଛି ଅଧିକ ଗୁରୁତ୍ବ । ହେଲେ ବିଦ୍ୟାଳୟରେ ନିର୍ଦ୍ଦିଷ୍ଟ ଭାବରେ ପରିମଳ ବିଭାଗର କର୍ମଚାରୀ ନଥିବାରୁ ଏହି ବ୍ୟବସ୍ଥାକୁ ନିଜର ରହିଥିବା ସୀମିତ କର୍ମଚାରୀ ହିଁ ଏହାକୁ ଅଧିକ ଗୁରୁତ୍ବ ଦେଉଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଖୋଲିଲା ସ୍କୁଲ, ବଢିଲା ସାନିଟାଇଜ୍ ଚିନ୍ତା
ଖୋଲିଲା ସ୍କୁଲ, ବଢିଲା ସାନିଟାଇଜ୍ ଚିନ୍ତା
author img

By

Published : Jan 20, 2021, 5:11 PM IST

ବ୍ରହ୍ମପୁର: ଦୀର୍ଘ ନଅ ମାସର ବ୍ୟବଧାନ ପରେ ରାଜ୍ୟରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପ୍ରସ୍ତୁତି ପାଇଁ ଖୋଲାଯାଇଛି ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ । ହେଲେ କୋରୋନା କାଳରେ ସରକାରୀ ବିଦ୍ୟାଳୟର ଦୈନିକ ପରିମଳ ଏବଂ ସ୍ବଚ୍ଛତା ଭଳି କ୍ଷେତ୍ରରେ ପ୍ରତ୍ୟେକ ସମୟରେ ଗୁରୁତ୍ୱ ଦିଆଯାଉଛି । କିନ୍ତୁ ସରକାରୀ ବିଦ୍ୟାଳୟ ଗୁଡିକରେ ନିର୍ଦ୍ଦିଷ୍ଟ ଭାବରେ ସାନିଟାରୀ କର୍ମଚାରୀ ନିଯୁକ୍ତ ନଥିବାରୁ ବିଦ୍ୟାଳୟ ପକ୍ଷରୁ ଏହାକୁ ନିଜର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସହଯୋଗରେ ଏହି କାର୍ଯ୍ୟକୁ ସମ୍ପାଦନା କରାଯାଉଛି । ଗୋଟିଏପଟେ ବହୁ କମ୍ ସମୟ ମଧ୍ୟରେ ପ୍ରସ୍ତୁତ କରାଯାଇଥିବା କୋର୍ସକୁ ଶେଷ କରିବା ସହିତ ଅନ୍ୟପଟେ ପ୍ରତ୍ୟେକ ବିଦ୍ୟାର୍ଥୀ ଯେପରି ସୁରକ୍ଷିତ ଭାବରେ ରହିବେ ସେନେଇ ଅଧିକ ଗୁରୁତ୍ବ ଦିଆଯାଉଥିବା କହିଛନ୍ତି ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଏବଂ ଦାୟିତ୍ବରେ ରହିଥିବା ଶିକ୍ଷକମାନେ ।

ଖୋଲିଲା ସ୍କୁଲ, ବଢିଲା ସାନିଟାଇଜ୍ ଚିନ୍ତା

ବିଦ୍ୟାର୍ଥୀମାନେ ବିଦ୍ୟାଳୟକୁ ଆସିବା ପୂର୍ବରୁ ଫାଟକ ସମୁଖରେ ହ୍ୟାଣ୍ଡ ସାନିଟାଇଜ୍ କରିବା ସହିତ ଥର୍ମାଲ୍ ସ୍କ୍ରିନିଂ ପରେ ବିଦ୍ୟାଳୟରେ ପ୍ରବେଶ କରିବା ଠାରୁ ଆରମ୍ଭ କରି ପରିମଳ ବ୍ୟବସ୍ଥା ସଂପୂର୍ଣ୍ଣ ଭାବରେ କରାଯିବା ନେଇ ବିଦ୍ୟାଳୟରେ ସ୍ବଚ୍ଛତା କମିଟି ପକ୍ଷରୁ ଆବଶ୍ୟକ ପଡିଲେ ମ୍ୟୁନିସିପାଲିଟି ପରିମଳ କର୍ମଚାରୀମାନଙ୍କୁ ମଧ୍ୟ ବ୍ୟବହାର କରାଯାଉଥିବା କୁହାଯାଇଛି । ଏପରିକି ପରିମଳ କାର୍ଯ୍ୟରେ କୌଣସି ବିଦ୍ୟାର୍ଥୀଙ୍କୁ ଯେପରି ସାମିଲ କରାନଯାଏ ଏଥିପ୍ରତି ବିଦ୍ୟାଳୟ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଥିବା ବେଳେ ବିଦ୍ୟାଳୟର ଏଭଳି ବ୍ୟବସ୍ଥାକୁ ନେଇ ବିଦ୍ୟାର୍ଥୀ ମଧ୍ୟ ବେଶ ଖୁସିଥିବା କହିଛନ୍ତି ।

ଗୋଟିଏ ପଟେ କୋରୋନା ରୂପକ ମହାମାରୀର ଭୟ ଏବଂ ଅନ୍ୟପଟେ ଶିକ୍ଷାବର୍ଷ ଶେଷ ପାଇଁ ବହୁ କମ ଦିନ। ଏଭଳି ଏକ ଘଡିସନ୍ଧି ମୁହୁର୍ତ୍ତରେ ବିଦ୍ୟାଳୟ ଖୋଲାଯାଇଥିବାରୁ ପରିମଳ ବ୍ୟବସ୍ଥାକୁ ଅଧିକ ଗୁରୁତ୍ବ ଦିଆଯାଉଥିଲେ ଯେନତେନ ପ୍ରକାରେ ଜାରି ରହିଛି ସଫେଇ କାର୍ଯ୍ୟ । ଏଥିପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପରିମଳ କର୍ମଚାରୀ ନିଯୁକ୍ତି ସରକାରୀ ବିଦ୍ୟାଳୟରେ ସ୍ବଚ୍ଛତା ବଜାୟ ରଖିବାରେ ସହାୟତା ହେବ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.