ETV Bharat / city

ଅମାନିଆ ଶିକ୍ଷକଙ୍କୁ ସାବାଡ କରିବାକୁ ଛଦ୍ମବେଶ !

ବିଦ୍ୟାଳୟର ଗତିବିଧିକୁ ନଜର ରଖିବା ପାଇଁ ନକଲି କେଶ, ନକଲି ଦାଢ଼ି ଲଗାଇ ପାଗଳ ବେଶରେ ସଜ୍ଜିତ ହେଲେ ଗୋଷ୍ଠୀ ଶିକ୍ଷାଧିକାରୀ ।

author img

By

Published : Jul 20, 2019, 10:13 AM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଅମାନିଆ ଶିକ୍ଷକଙ୍କୁ ସାବାଡ କରିବାକୁ ଛଦ୍ମବେଶ । ବିଦ୍ୟାଳୟର ଗତିବିଧିକୁ ନଜର ରଖିବା ପାଇଁ ନକଲି କେଶ, ନକଲି ଦାଢ଼ି ଲଗାଇ ପାଗଳ ବେଶରେ ସଜ୍ଜିତ ହେଲେ ଗୋଷ୍ଠୀ ଶିକ୍ଷାଧିକାରୀ । ସ୍କୁଲରେ ଶିକ୍ଷା ବ୍ୟବସ୍ଥା ପରଖିବାକୁ ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀ ପାଗଳ ବେଶ ଧାରଣ କରିବା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏଭଳି ଛଦ୍ମବେଶ ଧାରଣ କରିଥିବା ଗୋଷ୍ଠୀ ଶିକ୍ଷାଧିକାରୀ ଜଣକ ହେଲେ ଭାସ୍କର ଲେଙ୍କା । ବ୍ରହ୍ମପୁର ଗୋବିନ୍ଦପୁର କ୍ଲଷ୍ଟର ବାଟିଳିକଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ କିପରି ଚାଲିଛି । ଶିକ୍ଷକ କେତେବେଳେ ସ୍କୁଲକୁ ଆସୁଛନ୍ତି । ପିଲାମାନଙ୍କୁ ସଠିକ ଭାବରେ ପାଠ ପଢାଯାଉଛି କି ନାହିଁ। ଏସବୁ ବିଷୟରେ ଅନୁଧ୍ୟାନ କରିବାକୁ ଗୋଷ୍ଠୀ ଶିକ୍ଷାଧିକାରୀ ଭାସ୍କର ଲେଙ୍କା ସ୍କୁଲର ପାଚେରୀ ବାହାରେ ବସି ନଜର ରଖୁଥିଲେ ।

ଏହା କିଛି ସ୍ଥାନୀୟ ଲୋକଙ୍କ ନଜରରେ ପଡିବା ପରେ ପିଲାଚୋର ବୋଲି ଲୋକେ ସନ୍ଦେହ କରିଥିଲେ । ଏହାପରେ ଉକ୍ତ ପାଗଳକୁ କାବୁ କରି ପଚରା ଉଚରା କରିବା ପରେ ସତ ସାମ୍ନାକୁ ଆସିଥିଲା । ଯାହାପରେ ଶିକ୍ଷାବିଭାଗର ଏହି ଅଭିନବ ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

ତେବେ ସ୍କୁଲକୁ ଆସୁ ନଥିବା ଶିକ୍ଷକଙ୍କୁ ସାବାଡ଼ କରିବାକୁ ଗୋଷ୍ଠୀ ଶିକ୍ଷାଧିକାରୀ ଏଭଳି ଛଦ୍ମବେଶ ଧାରଣ କରିଥିବା କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ ।

Intro:ବିଦ୍ୟାଳୟର ଗତିବିଧି କୁ ନଜର ରଖିବା ପାଇଁ ପାଗଳ ବେଶରେ ସଜ୍ଜିତ ହେଲେ ଗୋଷ୍ଠୀ ଶିକ୍ଷାଧିକାରୀ
ବିଦ୍ୟାଳୟର କିପରି ଚାଲିଛି ଶିକ୍ଷାଦାନ । ବିଦ୍ୟାଳୟକୁ ଶିକ୍ଷକ କେତେବେଳେ ଆସୁଛନ୍ତି । ପିଲାମାନଙ୍କୁ ସଠିକ ଭାବରେ ପାଠ ପଢାଯାଉଛି କି ନାହିଁ । ଏଭଳି ବିଭିନ୍ନ ବିଷୟକୁ ଅନୁଧ୍ୟାନ କରିବା ପାଇଁ ଗଞ୍ଜାମ ଜିଲ୍ଲାର ଶେରଗଡ ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀ ପାଗଳ ବେଶରେ ସଜ୍ଜିତ ହେବା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଗୋଟିଏ ପଟେ ବିଦ୍ୟାଳୟ ହତା ମଧ୍ୟରେ ବିଦ୍ୟାର୍ଥୀ ଖେଳୁଥିବା ସମୟରେ ପାଚେରୀ ବାହାରେ ବସିଥିଲେ ଏହି ଗୋଷ୍ଠୀ ଶିକ୍ଷାଧିକାରୀ ଭାସ୍କର ଲେଙ୍କା ।ସ୍କୁଲ ଆଖପାଖ ଲୋକଙ୍କ ନଜରରେ ପଡିଲା ଏହି ଦୃଶ୍ୟକୁ । ସ୍କୁଲ୍ ବାହାରେ ଜଣେ ଛଦ୍ମ ବେଶୀ ପାଗଳ ବେଶରେ କାହିଁକି ବୁଲୁଛି । ଏହି ପାଗଳ ଜଣକ ପିଲା ଚୋର ନୁହେଁ ତ ..ଏଭଳି ଖବର ଚାରିଆଡ଼େ ବ୍ୟାପି ଗଲା ପରେ କିଛି ସମୟ ମଧ୍ୟରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକ ରୁଣ୍ଡ ହୋଇଯିବାରୁ ପାଗଳ ବେଶରେ ସଜ୍ଜିତ ଗୋଷ୍ଠୀ ଶିକ୍ଷାଧିକାରୀ ଦୁଇ ଘଣ୍ଟା ରହିବା ପରେ ବିଦ୍ୟାଳୟ ସମୁଖରେ ଫେରିଯାଇଥିଲେ । ନକଲି କେଶ, ନକଲି ଦାଢ଼ି ପିନ୍ଧି ଯାଇଥିବା ଏହି ଛଦ୍ମ ବେଶୀ ଗୋଷ୍ଠୀ ଶିକ୍ଷାଧିକାରୀ ଗୋବିନ୍ଦପୁର କ୍ଲଷ୍ଟର୍ର ବାଟିଳିକଣା ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ଯାଇଥିବା ବେଳେ ଅମାନିଆ ଶିକ୍ଷକଙ୍କୁ ସାବାଡ଼ କରିବା ଲାଗି ଶିକ୍ଷାବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିନବ ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ସ୍କୁଲ୍କୁ ଆସୁନଥିବା ଶିକ୍ଷକଙ୍କୁ ସାବାଡ଼ କରିବା ପାଇଁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଏଭଳି ପ୍ରୟାସ କରିଥିବା କହିଛନ୍ତି ।
Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ ...
*ବି.ଦ୍ର- ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ ଫୋଟ ସହ ଗ୍ରାମର ଭିଜୁଆଲ କୁ ପଠାଇଛି..Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.