ବ୍ରହ୍ମପୁର: ଆଜି ବିଶ୍ବ ମାତୃତ୍ବ ଦିବସ । ମା’ ପାଇଁ ଦିନଟିଏ । ସାରା ବିଶ୍ବ ମାତୃତ୍ବ ଦିବସ(ମଦର୍ସ ଡେ) ପାଳନ କରୁଛି । ଏହି ଅବସରରେ ବ୍ରହ୍ମପୁର ସହରରେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ପକ୍ଷରୁ ଏକ ବାଲୁକା କଳା ପ୍ରଦର୍ଶିତ ହୋଇଥିଲା।
ମା’ର ସ୍ଥାନ ସଂସାରରେ ବେଶ୍ ଉପରେ । ମା'ର ତ୍ୟାଗ, ଭଲ ପାଇବା ଆଗରେ ସବୁକିଛି ତୁଚ୍ଛ । ସାରା ସଂସାର ଭିନ୍ନ ଭିନ୍ନ ଢଙ୍ଗରେ ମାତୃତ୍ୟ ଦିବସ ପାଳନ କରୁଥିବା ବେଳେ ବାଲୁକାଶିଳ୍ପୀ ଜଣଙ୍କ ନିଜର କଳାକୃତ୍ତି ମାଧ୍ୟମରେ ମା’ଙ୍କୁ ସମ୍ମାନ ଜଣାଇ ବାର୍ତ୍ତା ଦେଇଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ