ବ୍ରହ୍ମପୁର: ପୌର ନିର୍ବାଚନ ପାଇଁ ସହରାଞ୍ଚଳ ରାଜନୀତିରେ ଉଷ୍ମତା ଦେଖାଦେଇଛି । ନିର୍ବାଚନ ପାଖେଇ ଆସୁଥିବାବେଳେ ବ୍ରହ୍ମପୁରରେ ପ୍ରାର୍ଥୀମାନେ ଭୋଟ ହାତେଇବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ହାତରେ କମ ସମୟ ରହିଥିବାରୁ ପୌର ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର । ସ୍ଥାନୀୟ ଅଞ୍ଚଳରେ ରହିଥିବା ସମସ୍ୟାକୁ ମୁଦ୍ଦା କରି ଭୋଟରଙ୍କ ପାଖକୁ ଯାଉଛନ୍ତି ପ୍ରାର୍ଥୀ ।
ବ୍ରହ୍ମପୁରରେ କଂଗ୍ରେସ ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି ଗଞ୍ଜାମ ଜିଲ୍ଲାର କଂଗ୍ରେସ କମିଟି ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଜେନା । ବିଭିନ୍ନ ଓ୍ବାର୍ଡକୁ ଯାଇ ସେମାନଙ୍କ ସୁଖ ଦୁଃଖ ବୁଝିବା ସହ ବିଜେଡିକୁ ଭୋଟ ଦେବାକୁ ନିବେଦନ କରିଛନ୍ତି । ବ୍ରହ୍ମପୁର ସହରର ୨୩ ନମ୍ବର ୱାର୍ଡରେ କଂଗ୍ରେସ ପାଇଁ ଭୋଟ ମାଗିଛନ୍ତି ବିଧାୟକ ।
ମହାନଗର ନିଗମର ମେୟର ପ୍ରାର୍ଥନୀ ମଞ୍ଜୁ ରଥଙ୍କ ସମେତ ବିଭିନ୍ନ ୱାର୍ଡରେ ରହିଥିବା କର୍ପୋରେଟର ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଜୋରଦାର ରହିଛି । ବ୍ରହ୍ମପୁର ସହରର ୨୩ ନମ୍ବର ୱାର୍ଡରେ କଂଗ୍ରେସ ଦଳୀୟ ପ୍ରାର୍ଥନୀ ସବିତା ନାୟକଙ୍କ ପାଇଁ ପ୍ରଚାର କରିଥିଲେ ଦଳୀୟ ନେତୃବୃନ୍ଦ । ସହରରେ ଆଖି ଦୃଶିଆ ଭଳି କିଛି ବିକାଶ ହୋଇପାରିନାହିଁ । କଥାରେ କୁହାଯାଉଛି ହେଲେ କାର୍ଯ୍ୟକ୍ଷମ ହୋଇପାରିନାହିଁ । ତେଣୁ ପରିବର୍ତ୍ତନ ନିହାତି ଜରୁରୀ ବୋଲି କହିଛନ୍ତି ସାନଖେମୁଣ୍ଡି ବିଧାୟକ ରମେଶ ଜେନା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ