ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବନାଞ୍ଚଳ କୁଶପଡା ଗ୍ରାମ ନିକଟରୁ 16 ଖଣ୍ଡ ଶାଗୁଆନ କାଠଗଣ୍ଡି ଜବତ କରାଯାଇଛି । ବନ ବିଭାଗ ପକ୍ଷରୁ ରାସ୍ତାକଡରୁ ଏହି କାଠ ଜବତ ହୋଇଛି ।
ପାଟ୍ରୋଲିଂ ସମୟରେ ରାସ୍ତାକଡରେ କାଠଗଣ୍ଡି ପଡିଥିବା ଦେଖି ବନବିଭାଗ ଏହାକୁ ଜବତ କରିଛି । ତେବେ ଘଟଣାରେ କେହି ଗିରଫ ହୋଇନଥିବା ସୂଚନା ମିଳିଛି । ସେପଟେ କାଠ ଗୁଡିକୁ ବେଆଇନ ଭାବେ ଚୋରାଚାଲାଣ କରାଯାଉଥିବାବେଳେ ବନବିଭାଗ ଗାଡିକୁ ଦେଖି ଗିରଫ ଭୟରେ କାଠ ମାଫିଆମାନେ ଗଣ୍ଡିକୁ ଛାଡି ଯାଇଥିବା ଉକ୍ତ କାଠ ଗଣ୍ଡିକୁ ରାସ୍ତା ପାର୍ଶ୍ବରେ ଛାଡି ପଳାଇଥିବା ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ଖଡଗରାୟ ସୂଚନା ଦେଇଛନ୍ତି ।
ଏନେଇ ବନବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯିବା ସହ କାଠକୁ ଜବତ କରାଯାଇ ତଦନ୍ତ କରାଯାଉଥିବା ଜଣାପଡିଛି । ତେବେ କାଠଗୁଡିକର ଆନୁମାନିକ ମୂଲ୍ୟ 25 ହଜାର ହେବ ବୋଲି କୁହାଯାଉଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ