ETV Bharat / city

ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହେଲେ ବୟସ୍କ ନାଗରିକ ଓ ଭିନ୍ନକ୍ଷମ

ଫନି ପାଇଁ ସବୁ ସ୍ତରରରେ ପ୍ରଶାସନ ପ୍ରସ୍ତୁତ ଥିବାବେଳେ ବ୍ରହ୍ମପୁର ଆଖପାଖ ଅଞ୍ଚଳରେ ରହିଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

author img

By

Published : May 3, 2019, 2:16 AM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଭୟଙ୍କର ରୂପ ନେଇ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ 'ଫନି'। ଏହାକୁ ଦୃଷ୍ଟିରେ ରଖି ସବୁ ସ୍ତରରରେ ପ୍ରଶାସନ ପ୍ରସ୍ତୁତ ଥିବାବେଳେ ବ୍ରହ୍ମପୁର ଆଖପାଖ ଅଞ୍ଚଳରେ ରହିଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବୟସ୍କ ନାଗରିକ ଓ ଭିନ୍ନକ୍ଷମ ମାନଙ୍କୁ ସ୍ଥାନାନ୍ତରିତ କରି ସୁରକ୍ଷିତ ସ୍ଥାନକୁ ନେଇବାରେ ପୋଲିସ ବିଭାଗର କର୍ମଚାରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ଫନିର ପ୍ରଭାବରେ କୌଣସି ବ୍ୟକ୍ତି ବିଶେଷଙ୍କୁ କଚା ଘରେ ରହିବାକୁ ଦିଆଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯିବା ପରେ ଏମାନଙ୍କୁ ସୁରକ୍ଷିତ ଭାବେ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି । ବ୍ରହ୍ମପୁର ସହରର ସଦର ଥାନା ପୋଲିସ ଠାରୁ ଆରମ୍ଭ କରି ଗୋପାଳପୁର, ଛତ୍ରପୁର, ଗଞ୍ଜାମ, ଗୋଳନ୍ଥରା,ରମ୍ଭା ଓ ଖଲ୍ଲିକୋଟ ଭଳି ସମସ୍ତ ସ୍ଥାନରେ ପୋଲିସ ବିଭାଗର କର୍ମଚାରୀ ମାନେ ଉପକୂଳବର୍ତ୍ତୀ ଲୋକଙ୍କୁ ସ୍ଥାନାନ୍ତରିତ କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

vjjhky

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.