ETV Bharat / city

ଶୁଭାରମ୍ଭ ହେଲା ବହୁ ପ୍ରତୀକ୍ଷିତ ରିଙ୍ଗ ରୋଡ ନିର୍ମାଣ କାର୍ଯ୍ୟ

author img

By

Published : Nov 9, 2021, 10:52 PM IST

ବ୍ରହ୍ମପୁରର ବହୁ ପ୍ରତୀକ୍ଷିତ ରିଙ୍ଗ୍ ରୋଡ୍ କାର୍ଯ୍ୟର ହେଲା ଶୁଭାରମ୍ଭ । ସୁଧୁରିବ ସହରର ଟ୍ରାଫିକ ସମସ୍ୟା । ଅଧିକ ପଢନ୍ତୁ...

ବ୍ରହ୍ମପୁରର ବହୁ ପ୍ରତୀକ୍ଷିତ ରିଙ୍ଗ୍ ରୋଡ୍ କାର୍ଯ୍ୟର ହେଲା ଶୁଭାରମ୍ଭ

ବ୍ରହ୍ମପୁର: ପୂରଣ ହେବାକୁ ଯାଉଛି ବ୍ରହ୍ମପୁର ସହରବାସୀଙ୍କ ଦୀର୍ଘଦିନର ଦାବି । ବହୁ ପ୍ରତୀକ୍ଷିତ ରିଙ୍ଗରୋଡ୍ କାର୍ଯ୍ୟ ନିର୍ମାଣର ଶୁଭାରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତରେ ଭୂମି ପୂଜନ କରାଯାଇ ଏହି କାର୍ଯ୍ୟର ଶୁଭାରମ୍ଭ କରାଯାଇଛି ।

ବ୍ରହ୍ମପୁର ସହରର ଟ୍ରାଫିକ୍ ସମସ୍ୟା ଅନେକାଂଶରେ ସୁଧାର ଆସିବା ପାଇଁ ରିଙ୍ଗ୍ ରୋଡର ଆବଶ୍ୟକତା ରହିଥିବା ବେଳେ ବିଭିନ୍ନ କାରଣରୁ ଏହି ରିଙ୍ଗ ରୋଡ ନିର୍ମାଣ କାର୍ଯ୍ୟରେ ବିଳମ୍ୱ ଘଟୁଥିଲା । ଏହି ରିଙ୍ଗରୋଡ୍ କାର୍ଯ୍ୟ ଶେଷ ହେଲେ ସହରବାସୀଙ୍କ ଯାତାୟତ ଦିଗରେ ଦେଖାଯାଉଥିବା ସମସ୍ୟାର ଅନେକ ମାତ୍ରାରେ ସମାଧାନ ହୋଇପାରିବ । ୨୦.୭୧ କୋଟି ଟଙ୍କା ଖର୍ଚ୍ଚ ଅଟ୍ଟକଳରେ ଜାତୀୟ ରାଜପଥ ୧୬ ଠାରୁ ୫.୧୯ କିଲୋମିଟର ପାଇଁ ଟେଣ୍ଡର ଡକାଯାଇ କାର୍ଯ୍ୟ ଆରମ୍ଭ ହୋଇଛି ।

ମହୁଡା, କୁମାରପୁର, କୁସୁମୀ,ଗୋବିନ୍ଦପୁର-୧,ଗୋବିନ୍ଦପୁର-୨, ମନୋହରା, ମଦନ ମୋହନ ଗ୍ରାମଗୁଡିକୁ ସଂଯୋଗ କରି ଏହି ରାସ୍ତା ନିର୍ମାଣ ହେବ । ଏହି ରାସ୍ତାରେ ୧୦୦୦ ମିଟର ରେଲୱେ ଫ୍ଲାଏ ଓଭର ବ୍ରିଜ୍‌ ମଧ୍ୟ ନିର୍ମାଣ ହେବ । ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଉପଜିଲ୍ଲାପାଳ ୱି.କୀର୍ତ୍ତି ଓ୍ବାସନ୍, କୁକୁଡାଖଣ୍ଡି ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ, ରାସ୍ତା ଓ କୋଠାବାଡି ବିଭାଗ ନଂ-୧ର ନିର୍ବାହୀ ଯନ୍ତ୍ରୀ ବଙ୍କିମ ଚନ୍ଦ୍ର ପଣ୍ଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟରଞ୍ଜନ ପରିଡା ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.