ETV Bharat / city

କୃଷି ଆଇନ ପ୍ରତ୍ୟାହାର ଦାବିରେ ବ୍ରହ୍ମପୁରରେ ରାସ୍ତା ଅବରୋଧ

author img

By

Published : Feb 6, 2021, 10:21 PM IST

କୃଷି ଆଇନ ପ୍ରତ୍ୟାହାର ଦାବିରେ ଦେଶବ୍ୟାପୀ ଆନ୍ଦୋଳନ କରାଯାଇଛି । ବ୍ରହ୍ମପୁରରେ ମଧ୍ୟ ନୂଆ କୃଷି ଆଇନକୁ ବିରୋଧ କରି ଚକା ଜାମ ଆନ୍ଦୋଳନ କରାଯାଇଛି । ଅଧିକ ପଢନ୍ତୁ...

କୃଷି ଆଇନ ପ୍ରତ୍ୟାହାର ଦାବିରେ  ବ୍ରହ୍ମପୁରରେ ରାସ୍ତା ଅବରୋଧ
କୃଷି ଆଇନ ପ୍ରତ୍ୟାହାର ଦାବିରେ ବ୍ରହ୍ମପୁରରେ ରାସ୍ତା ଅବରୋଧ

ବ୍ରହ୍ମପୁର: କୃଷି ଆଇନ ପ୍ରତ୍ୟାହାର ଦାବିରେ ବ୍ରହ୍ମପୁର ଠାରେ ଜାତୀୟ ରାଜପଥ ଅବରୋଧ ସହ ଚକାଜାମ୍ ଆନ୍ଦୋଳନ କରାଯାଇଛି । ଦେଶରେ ଲାଗୁ ହୋଇଥିବା କୃଷି ଆଇନକୁ ପ୍ରତ୍ୟାହାର କରିବା ସହ କୃଷକ ଆନ୍ଦୋଳନ ଉପରେ ସରକାରୀ ଦମନ ବନ୍ଦ କରିବା ଦାବିରେ ଦେଶବ୍ୟାପୀ ଚକା ଜାମ ଆନ୍ଦୋଳନ କରାଯାଇଥିବାବେଳେ ବ୍ରହ୍ମପୁରରେ ମଧ୍ୟ ଚକା ଜାମ ଆନ୍ଦୋଳନ କରାଯାଇଛି ।

ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ କରିବା ଫଳରେ ରାଜପଥର ଚତୁଃପାର୍ଶ୍ୱରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ହଜାର ହଜାର ଗାଡି ମୋଟର ଅଟକି ରହିବା ଯୋଗୁଁ ପୋଲିସ ପହଞ୍ଚି ଶତାଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା । ଦୀର୍ଘ ୭୪ ଦିନ ଧରି ଦିଲ୍ଳୀର ସୀମାନ୍ତରେ ଶାନ୍ତିପୂର୍ଣ୍ଣ ଭାବେ କୃଷକ ଆନ୍ଦୋଳନ ଜାରି ରହି ଥିବାବେଳେ ଆନ୍ଦୋଳନରେ ଚାଷୀଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗୁଛି । ତଥାପି ସରକାର ନୀରବଦ୍ରଷ୍ଟା ସାଜିଥିବା ଘୋର ନିନ୍ଦନୀୟ ଘଟଣା ବୋଲି ଏଆଇକେଏସସିସି ପକ୍ଷରୁ ଅଭିଯୋଗ କରାଯାଇଛି । ତେବେ କୃଷି ଆଇନ ପ୍ରତ୍ୟାହାର ନହଲେ ଆଗାମୀ ଦିନରେ
ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି । ବ୍ରହ୍ମପୁରର ଏହି ଆନ୍ଦୋଳନରେ ଓଡିଶା କୃଷକ ସଭାର ନେତା ବସନ୍ତ ନନ୍ଦ, ଗୋପାଳ ପାଣିଗ୍ରାହୀ, ବିଦ୍ୟାଧର ଜେନା, ବାବୁଲା ନାୟକ, କୋରାମଣି ଗୌଡ଼, ଯୋଗୀ ଚର୍ଚି, ବାଉରୀ ବନ୍ଧୁ ପ୍ରଧାନ ଏବଂ ଏଆଇକେଏସର ନେତା ସୁଦର୍ଶନ ସ୍ୱାଇଁ, ଅନନ୍ତ ମହାକୁଡ, ବୈରାଗୀ ରେଡ୍ଡୀ, ଏସଏନ ମହାପାତ୍ର, ସୁନୀଲ ବେହେରା, ପ୍ରକାଶ ବେହେରା, ମହେନ୍ଦ୍ର ପାତ୍ର ଓ ଏଆଇକେଏମଏସର ନେତା ପ୍ରତାପ ନାୟକ, ପ୍ରତାପ ପ୍ରଧାନ ମହିଳା ନେତ୍ରୀ ଉର୍ମିଳା ଜେନା, ବିଷ୍ଣୁ ସାହୁ, ସନ୍ତୋଷିନୀ ନାଇକ ଏବଂ ଜନ ଜାଗରଣ ମଞ୍ଚ ନେତା ମଧୁସୂଦନ, ସୁବାସ ରାଉତ, ଅବନୀ ଗୟା ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.