ବ୍ରହ୍ମପୁର: ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ ପକ୍ଷରୁ ଆକ୍ରମଣ ଘଟଣାକୁ ନେଇ ବ୍ରହ୍ମପୁରରେ ପ୍ରତିବାଦ କରାଯାଇଛି । ଡି.ୱାଇ.ଏଫ୍.ଆଇ ଏବଂ ଏସ୍.ଏଫ୍.ଆଇ ପକ୍ଷରୁ ସହରର ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା ।
ଏହି ବିକ୍ଷୋଭରେ ଜେଏନୟୁ ବିଶ୍ବର ଅନ୍ୟତମ ପ୍ରମୁଖ ବିଶ୍ବବିଦ୍ୟାଳୟ ହୋଇଥିବା ବେଳେ ଏଠାରେ ଉଚ୍ଚମାନର ଗବେଷଣା ସହିତ ଅନେକ ବିଦ୍ୟାର୍ଥୀ ନିଜର ପ୍ରତିଭା ଯୋଗୁଁ ଅନେକ ଗର୍ବିତ ହୋଇଛନ୍ତି । ମାତ୍ର ବର୍ତ୍ତମାନର କେନ୍ଦ୍ର ସରକାର ଏହାକୁ ଧ୍ବଂସ କରିବାକୁ ବସିଥିବା ନେଇ ବିକ୍ଷୋଭରେ ସମାଲୋଚନା କରାଯାଇଛି ।
ଅହେତୁକ ଫିସ୍ ବୃଦ୍ଧି ଓ ଶିକ୍ଷାର ବ୍ୟବସାୟୀକରଣ ନୀତି ବିରୁଦ୍ଧରେ ଚାଲିଥିବା ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଓ ଆନ୍ଦୋଳନକୁ ଦମନ କରିବା ଉଦ୍ଦେଶ୍ୟରେ ପୋଲିସ ଓ ସିଆରପି ଦ୍ବାରା ଲାଠିଚାଳନା କରି ରକ୍ତାକ୍ତ କରିବା ଘଟଣାକୁ ବିକ୍ଷୋଭରେ ନିନ୍ଦା କରାଯାଇଛି ।
ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ