ETV Bharat / city

କୋଭିଡ ପରିଚାଳନା ଏବଂ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ

author img

By

Published : May 23, 2021, 7:39 AM IST

ଗଞ୍ଜାମ ଜିଲ୍ଲାରେ କୋଭିଡ -୧୯ ପରିଚାଳନା ଏବଂ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକ । ଅଧିକ ପଢନ୍ତୁ...

କୋଭିଡ ପରିଚାଳନା ଏବଂ ସମ୍ଭାବ୍ୟ ବାତ୍ୟା ୟାସର ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କୋଭିଡ-19ର ପରିଚାଳନା ଏବଂ ସମ୍ଭାବ୍ୟ ବାତ୍ୟା ୟସର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏ ନେଇ ଶନିବାର ପୂର୍ବାହ୍ନରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ସମସ୍ତ ବ୍ଲକ୍ ସ୍ତରୀୟ ଓ ଏନ୍.ଏ.ସି. ସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ବ୍ଲକ୍ ସ୍ତରୀୟ ଓ ଏନ୍.ଏ.ସି. ସ୍ତରୀୟ ଅଧିକାରୀ ମାନଙ୍କୁ ସମ୍ଭାବ୍ୟ ବାତ୍ୟା ନିମନ୍ତେ ପ୍ରସ୍ତୁତ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଗଞ୍ଜାମ ଜିଲ୍ଲାର ଚିକିଟି, ରଙ୍ଗେଇଲୁଣ୍ଡା, ଛତ୍ରପୁର, ରମ୍ଭା ଓ ଖଲ୍ଲିକୋଟ ବ୍ଲକର ଉପକୂଳବର୍ତ୍ତି ଅଞ୍ଚଳରେ ଅଧିକରୁ ଅଧିକ ବର୍ଷା ଓ ଘଣ୍ଟା ପ୍ରତି ୨୦୦ କି.ମି ବେଗରେ ପବନ ବହିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସମସ୍ତ କାର୍ଯ୍ୟ ପ୍ରସ୍ତୁତ କରି ସଜାଗ ରହିଛି । ଗର୍ଭବତୀ ମହିଳା, ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସୁରକ୍ଷିତ ସ୍ଥାନକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯିବା ନେଇ ନିଷ୍ପତି ନିଆଯାଇଛି । ଯେଉଁ କୋଭିଡ ରୋଗୀ ସଙ୍ଗରୋଧରେ ରହୁଛନ୍ତି ସେମାନଙ୍କୁ ଚିହ୍ନଟ କରି ସ୍ବତନ୍ତ୍ର ଆଶ୍ରୟସ୍ଥଳୀରେ ରଖିବା ପାଇଁ ସ୍ଥିର କରାଯାଇଛି । ୨୫ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ବାତ୍ୟା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏଣୁ ଯେଉଁମାନେ କଚ୍ଚାଘରେ ଏବଂ ବସ୍ତି ଅଞ୍ଚଳରେ ରହୁଛନ୍ତି ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ ।

ବାତ୍ୟା ଯୋଗୁଁ ରାସ୍ତାଘାଟ ଖରାପ ହେବାର ସମ୍ଭାବନା ରହିଥିବାରୁ ଯଥା ଶୀଘ୍ର ମରାମତି କରିବା ଏବଂ କାଠ କାଟିବା କଟର୍, ଜେସିବି, ଟ୍ରାକ୍ଟରକୁ ପ୍ରସ୍ତୁତ କରି ରଖିବାକୁ ପୂର୍ତ୍ତ ବିଭାଗକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ସମସ୍ତ ବିଡିଓ ଏବଂ ଲାଇନ୍ ବିଭାଗୀୟ ଅଧିକାରୀ ପ୍ରସ୍ତୁତ ରହିବେ । ଯେଉଁ ମାନଙ୍କର ଘର ବାତ୍ୟାରେ ଭାଙ୍ଗିଯିବ ସେମାନଙ୍କୁ ମଧ୍ୟ ପଲିଥିନ୍ ଓ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ସମସ୍ତ ବିଡିଓ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସମସ୍ତ ଗ୍ରାମ ପଞ୍ଚାୟତ ବାତ୍ୟା ଆଶ୍ରୟ ସ୍ଥଳୀ, ସ୍କୁଲ ଏବଂ ଅଙ୍ଗନଓ୍ବାଡି କେନ୍ଦ୍ରରେ ଲୋକ ମାନଙ୍କୁ ସୁରକ୍ଷିତ କରି ରଖାଯିବ । ବାତ୍ୟା ଆଶ୍ରୟ ସ୍ଥଳୀ ଓ ଗ୍ରାମ ପଞ୍ଚାୟତକୁ ଯୋଗାଇ ଦିଆଯାଇଥିବା ଜେନେରେଟର୍ ଗୁଡିକୁ ଚାଲୁ ରଖୁବା ପାଇଁ ପୂର୍ବରୁ ପରୀକ୍ଷା କରି ରଖାଯିବ ।

ସମସ୍ତ ସ୍ବାସ୍ଥ୍ୟ ଅଧିକାରୀ ଜଳ ବିଶୋଧନ କରିବା ପାଇଁ ହାଲୋଜେନ୍‌ ବଟିକା, ବ୍ଲିଚିଙ୍ଗ୍ ପାଉଡର୍ ମହଜୁଦ୍ କରି ରଖିବା ପାଇଁ କୁହାଯାଇଛି । ଗ୍ରାମ ପଞ୍ଚାୟତ, ବ୍ଲକ୍, ଏନ୍.ଏ.ସି ଏବଂ ଜିଲ୍ଲା ସ୍ତରରେ ଗୋଟିଏ ଗୋଟିଏ ଟିମ୍ ଗଠନ କରାଯିବ । ପୂର୍ତ୍ତ ବିଭାଗ ସମସ୍ତ ରାସ୍ତାଘାଟ ଏବଂ ପୋଲ ଗୁଡିକୁ ତୁରନ୍ତ ମରାମତି କରିବା ନିମନ୍ତେ କୁହାଯାଇଛି । ପାତ୍ରପୁର ଏବଂ ସୋରଡା ବ୍ଲକର ପାହାଡିଆ ଅଞ୍ଚରେ ବସବାସ କରି ରହୁଥିବା ଲୋକମାନଙ୍କୁ ତଳିଆ ଅଞ୍ଚଳକୁ ଆଣି ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ବିଡିଓଙ୍କୁ କୁହାଯାଇଛି । ଓଡ୍ରାଫ୍, ଅଗ୍ନିଶମ ବିଭାଗ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗକୁ ସଜାଗ ରହିବା ପାଇଁ ଜିଲ୍ଲାପାଳ କହିଛନ୍ତି ।

ସେହିପରି ଗୋପାଳପୁର ବନ୍ଦର , ଟାଟା, ଆଇ.ଆର୍.ଇର ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ବିଷୟରେ ବୁଝିବା ପାଇଁ ଛତ୍ରପୁର ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅବସରରେ ସମସ୍ତ କୋଭିଡ୍ ହସ୍ପିଟାଲ୍ ଗୁଡିକରେ ଅକ୍ସିଜେନ୍ ମହଜୁଦ୍ କରି ରଖିବେ ଏବଂ ଆଇ.ସି.ୟୁରେ ବିଦ୍ୟୁତ୍ ଯେପରି ବ୍ୟାହତ ନହୁଏ ସେଥୁପ୍ରତି ଗୁରୁତ୍ବ ଦିଆଯିବ । ଉପଜିଲ୍ଲାପାଳ ମାନେ ନିଜ ନିଜ ଅଞ୍ଚଳର ସୁବିଧା ଅସୁବିଧା ଅନୁଧ୍ୟାନ କରିବେ । ୧କି.ମି. ଦୂରତାରେ ବାତ୍ୟା ଆଶ୍ରୟ ସ୍ଥଳୀ କରିବେ । ବାତ୍ୟା ଆଶ୍ରୟ ସ୍ଥଳୀରେ ଯେପରି ଗହଳି ହେବ ନାହିଁ ସେଥପ୍ରତି ଦୃଷ୍ଟି ଦିଆଯିବ । ଗୃହପାଳିତ ପଶୁଙ୍କୁ ମଧ୍ୟ ସୁରକ୍ଷା ଦିଆଯିବ । ଆଜି ପ୍ରାକ୍ ପ୍ରସ୍ତୁତି କରି ଜିଲ୍ଲା ଜରୁରୀ କାଳୀନ ବିଭାଗକୁ ଜଣାଇବାକୁ ସମସ୍ତ ବିଡିଓ ମାନଙ୍କୁ କୁହାଯାଇଛି । ଗ୍ରାମାଞ୍ଚଳ ଓ ତଳିଆ ଅଞ୍ଚଳର ଲୋକ ମାନେ ଯେପରି ବାତ୍ୟା ପ୍ରଭାବିତ ହେବେ ନାହିଁ ସେଥିପ୍ରତି ଗୁରୁତ୍ବ ଦିଆଯିବ । ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଡ୍ରେନେଜରେ ଯେପରି ପାଣି ନିଷ୍କାଷିତ ହୋଇପାରିବ ସେଥିପ୍ରତି ଗୁରୁତ୍ବ ଦିଆଯିବ । ଉପଜିଲ୍ଲାପାଳ ସମସ୍ତ ଅଙ୍ଗନଓ୍ବାଡି କର୍ମୀଙ୍କ ଠାରୁ ବାହାଘର ବିଷୟରେ ଖବର ସଂଗ୍ରହ କରିରଖିବେ । ଯଦି ଭୋଜି ଭାତ ଆୟୋଜନ କରୁଥିଲେ ତାକୁ ସିଜ୍ କରାଯିବା ସହ ଜରିମାନା କରାଯିବ ।

ବୈଠକରେ ଜିଲ୍ଲାରେ କୋଭିଡ ମୁକାବିଲା ସହ ସମ୍ଭାବ୍ୟ ବାତ୍ୟାର ମୁକାବିଲାପାଇଁ ସମସ୍ତ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ବ୍ରହ୍ମପୁର ମହାନଗର ନିଗମ କମିଶନର୍‌ ଡ. ସିଦ୍ଧେଶ୍ବର ବଳିରାମ ବନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ୱି. କିର୍ତ୍ତୀ ଓ୍ବାସନ୍, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ୍ , ଜାତୀୟ ସ୍ବାସ୍ଥ୍ୟ ମିଶନ୍ ପ୍ରକଳ୍ପ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ ଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.