ETV Bharat / city

ଦୁର୍ଘଟଣାଗ୍ରସ୍ତ ଗ୍ୟାସ ଟ୍ୟାଙ୍କର ଉଦ୍ଧାର କରିବାକୁ ଯାଇ ଓଲଟିଲା ପୋଲିସ ଗାଡି, 5 ଆହତ

ଘନ କୁହୁଡି ଯୋଗୁଁ ଆଜି ଦୁଇଟି ଦୁଇଟି ବଡ ବଡ ଦୁର୍ଘଟଣା ଘଟିଯାଇଛି । ପ୍ରଥମେ ଗ୍ୟାସ ଭର୍ତ୍ତୀ ଓଲଟି ପଡିଥିବାବେଳେ ଏହାକୁ ଉଦ୍ଧାର କରିବାକୁ ଯାଇ ପୋଲିସ ଗାଡି ଓଲଟିପଡିଛି । ଅଧିକ ପଢନ୍ତୁ...

ଓଲଟିଲା ପୋଲିସ ଗାଡି
ଓଲଟିଲା ପୋଲିସ ଗାଡି
author img

By

Published : Jan 13, 2021, 12:58 PM IST

Updated : Jan 13, 2021, 2:01 PM IST

ବ୍ରହ୍ମପୁର: ପୋଲିସ ଗାଡି ଦୁର୍ଘଟଣାଗ୍ରସ୍ତ । ପୋଲିସ ଗାଡି ଓଲଟି 5 ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଆଜି ସକାଳୁ ଛତ୍ରପୁର ନିକଟରେ ଓଲଟିଥିବା ଟ୍ୟାଙ୍କର ଉଦ୍ଧାର ପାଇଁ ଆସୁଥିବାବେଳେ ଗାଡି ଦୁର୍ଘଟଣା ଘଟିଛି । ସମସ୍ତ ଆହତଙ୍କ ମଧ୍ୟରୁ ଜଣଙ୍କୁ କଟକ ଏବଂ ଅନ୍ୟମାନଙ୍କୁ ବ୍ରହ୍ମପରର ଏମକେସିଜି ମେଡିକାଲକୁ ପଠାଯାଇଛି ।

ଦୁର୍ଘଟଣାଗ୍ରସ୍ତ ଗ୍ୟାସ ଟ୍ୟାଙ୍କର ଉଦ୍ଧାର କରିବାକୁ ଯାଇ ଓଲଟିଲା ପୋଲିସ ଗାଡି

ଆଜି ଭୋର ସମୟରେ ଛତ୍ରପୁର ଜାତୀୟ ରାଜପଥ ନିକଟରେ ଏକ ଗ୍ୟାସ ଭର୍ତ୍ତି ଟ୍ୟାଙ୍କର ଘନ କୁହୁଡି ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହାକୁ ନେଇ ପୋଲିସ ତୁରନ୍ତ ତତ୍ପରତା ଦେଖାଇ ଉକ୍ତ ଜାତୀୟ ରାଜପଥ ରାସ୍ତାକୁ ସିଲ କରି ଦେଇଥିଲେ । ସକାଳେ ଉକ୍ତ ଅଞ୍ଚଳକୁ ଦୌଡ଼ିରେ ବ୍ୟାରିକେଟ କରିବା ପାଇଁ ଛତ୍ରପୁର ପୋଲିସ ପକ୍ଷରୁ ଏକ ପୋଲିସ ଗାଡ଼ିରେ ସେହି ଅଞ୍ଚଳକୁ ଯାଉଥିବା ବେଳେ ଏକ ଗାଇକୁ ବଞ୍ଚାଇବାକୁ ଯାଇ ଗାଡି ଓଲଟି ପଡିଥିଲା ।ଗାଡି ଭିତରେ ବସିଥିବା ସରଜେଣ୍ଟଙ୍କ ସମେତ ପାଞ୍ଚ ଜଣ ଆହତ ହୋଇଛନ୍ତି । ଘନ କୁହୁଡି ଯୋଗୁଁ ଆଜି ଦୁଇଟି ଦୁଇଟି ବଡ଼ ବଡ଼ ଦୁର୍ଘଟଣା ଘଟିଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Jan 13, 2021, 2:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.