ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଥାନା ଅଞ୍ଚଳରେ ଚାଲିଥିବା ଏକ ଜୁଆ ଆଡ୍ଡାରେ ଚଢ଼ାଉ । ପୋଲିସ ପକ୍ଷରୁ ଚଢାଉ କରାଯାଇଥିବା ବେଳେ ମୋଟ ୯୧ ହଜାର ଟଙ୍କା ସହ ମୋଟ ୧୩ ଜଣଙ୍କୁ ଗିରଫ କରାଯାଇଛି ।
ସ୍ଥାନୀୟ ବରପଲ୍ଲୀରୁ ମହୁଲୀପଲ୍ଲି ରାସ୍ତା ମଧ୍ୟରେ ଏକ ଆମ୍ବ ତୋଟାରେ ବେଧଡକ ଜୁଆ ଆଡ୍ଡା ଚାଲିଥିବା ନେଇ ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ।

ଆଗାମୀ ଦିନରେ ଜୁଆ ଖେଳର ମାତ୍ରା ବଢ଼ି ପାରେ ବୋଲି ଆଶଙ୍କା ଥିବାରୁ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ପାଟ୍ରୋଲିଂଙ୍କୁ ଆହୁରି କଡ଼ାକଡି କରାଯିବା ସହ ଜୁଆଡିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ