ETV Bharat / city

ଝାଡଖଣ୍ଡ ଯୁବକଙ୍କଠୁ ଲୁଟ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ - ବ୍ରହ୍ମପୁରରୁ ଗିରଫ ହେଲା ଝାରଖଣ୍ଡ ଯୁବକଙ୍କ ଠାରୁ ଲୁଟ କରିଥିବା ଅଭିଯୁକ୍ତ

ଝାଡ଼ଖଣ୍ଡର ଦୁଇ ଯୁବକଙ୍କଙ୍କୁ ଅପହରଣ କରି ଲୁଟ ଘଟଣା । ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

ଝାଡଖଣ୍ଡ ଯୁବକଙ୍କ ଠାରୁ ଲୁଟ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

author img

By

Published : Jun 11, 2022, 10:54 AM IST

ବ୍ରହ୍ମପୁର: ଝାଡ଼ଖଣ୍ଡର ଦୁଇ ଯୁବକଙ୍କଙ୍କୁ ଅପହରଣ କରି ଲୁଟ ଘଟଣା । ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ । ଗିରଫ ଯୁବକ ଜଣକ କେ. ନୂଆଗାଁ ଥାନା ଦେଖାଳି ଗ୍ରାମର ପ୍ରତାପ ପ୍ରଧାନଙ୍କ ପୁତ୍ର ୨୩ ବର୍ଷୀୟ କୁନା ପ୍ରଧାନ ବୋଲି ସୂଚନା ମିଳିଛି ।

ସୂଚନାଅନୁସାରେ, ଝାରଖଣ୍ଡ ରାଞ୍ଚିର ନରେଶ ସାହୁ ଓ କ୍ରିଷ୍ଣା କୁମାର ଗତ ମଙ୍ଗଳବାର ଦିନ ଏକ କାର୍‌(JH 01DV4511) ଯୋଗେ ଗୁଣପୁରରୁ ଭୁବନେଶ୍ବର ଅଭିମୁଖେ ଯାଉଥିଲେ। ସେହି ସମୟରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଖାକିପଡ଼ା ନିକଟରେ କିଛି ବ୍ୟକ୍ତି ତାଙ୍କୁ ଅଟକାଇ ଥିଲେ। ୮ ଜଣ କଳାମୁଖା ଯୁବକ ଆସି ଉକ୍ତ ଦୁଇ ଯୁବକଙ୍କୁ ମାରାଣାସ୍ତ୍ର ଦେଖାଇ ଭୟଭୀତ କରିବା ସହ ସେମାନଙ୍କୁ କାର ଯୋଗେ ନିକଟସ୍ଥ ଜଙ୍ଗଲକୁ ନେଇ ଯାଇଥିଲେ । ଦୀର୍ଘ ୪ ଘଣ୍ଟା ସେମାନଙ୍କୁ ଅଟକାଇ ଟଙ୍କା ଦେବାକୁ ବାଧ୍ୟ କରିଥିଲେ । ତେବେ ଟଙ୍କା ନଥିବାରୁ ଦୁର୍ବୃତ୍ତମାନେ ଫୋନ ପେ ମାଧ୍ୟମରେ ଟଙ୍କା ଦେବାକୁ ବାଧ୍ୟ କରିଥିଲେ । ଯାହାଫଳରେ ସେମାନେ ଭୟଭୀତ ହୋଇ ତାଙ୍କ ସହଯୋଗୀଙ୍କୁ ଠାରୁ ଟଙ୍କା ମାଗିଥିଲେ । ୩ ଲକ୍ଷ ୧୫ ହଜାର ଟଙ୍କା ଆକାଉଣ୍ଟକୁ ଆସିବା ପରେ ଲୁଟେରାମାନେ ସେମାନଙ୍କୁ ବ୍ରହ୍ମପୁର ନେଇ ଭୁବନେଶ୍ଵରର ଯାଉଥିବା ଏକ ବସରେ ବସାଇଥିଲେ ।

ଘଟଣାପରେ ନରେଶ ଓ କ୍ରିଷ୍ଣା ବସରୁ ଓହ୍ଲାଇ ଆସି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ ଶ୍ରବଣ ବିବେକ ଏମ୍ ନିକଟରେ ଅଭିଯୋଗ କରିଥିଲେ । ବ୍ରହ୍ମପୁର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଦିଗହପହଣ୍ଡି ଥାନାରେ କେସ୍ ନମ୍ବର ୧୯୭/୨୨ରେ ଏକ ଡକାୟତି ମାମଲା ରୁଜୁ ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରି ଘଟଣାର ମୁଖ୍ୟ ଅଭିଯୁକ୍ତ କୁନାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହାସହ କାର, ମୋବାଇଲ ଓ ଲକ୍ଷେ ଟଙ୍କା ଜବତ କରିବା ସହ ଅନ୍ୟ ଫେରାର୍‌ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରଖିଛି ପୋଲିସ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.