ETV Bharat / city

ଶହୀଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ,ଚାଇନା ସାମଗ୍ରୀକୁ ବର୍ଜନ ପାଇଁ ଅପିଲ - pay Tribute to galwan valley Martyr jawan in berhampur

ବ୍ରହ୍ମପୁରରେ ବିଭିନ୍ନ ସଂଗଠନ ପକ୍ଷରୁ ଗଲୱାନ ଭ୍ୟାଲରେ ଶହୀଦ ଯବାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଚାଇନା ସାମଗ୍ରୀକୁ ବର୍ଜନ କରିବା ପାଇଁ ଅପିଲ କରିଛନ୍ତି ।

pay-tribute-to-galwan-valley-martyr-jawan-in-berhampur-and-appeal-for-boycott-of-chinese-goods
ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ,ଚାଇନା ସାମଗ୍ରୀକୁ ବର୍ଜନ ପାଇଁ ଅପିଲ
author img

By

Published : Jun 19, 2020, 3:44 AM IST

ବ୍ରହ୍ମପୁର : ଗଲୱାନ ଭ୍ୟାଲିର ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ । ଭାରତ ଓ ଚୀନ ସୀମାନ୍ତରେ ଦେଶ ପାଇଁ ଜୀବନ ଦେଇଥିବା ବୀର ଯବାନଙ୍କ ପାଇଁ ସବୁଠି ଶ୍ରଦ୍ଧାଞ୍ଜଳି ଦିଆଯାଉଥିବା ବେଳେ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଚୀନ ସାମଗ୍ରୀକୁ ବର୍ଜନ କରିବା ସହ କୋରୋନାରୁ ମୁକ୍ତି ପାଇଁ ପ୍ରାର୍ଥନା କରାଯାଇଛି ।

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ,ଚାଇନା ସାମଗ୍ରୀକୁ ବର୍ଜନ ପାଇଁ ଅପିଲ

ବ୍ରହ୍ମପୁର ସହରର ରାମଲିଙ୍ଗମ ପୋଖରୀ ନିକଟରେ ବଜରଙ୍ଗ ଦଳ ପକ୍ଷରୁ ବୀର ଯବାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଚାଇନା ସାମଗ୍ରୀ ଗୁଡିକୁ ସମ୍ପୁର୍ଣ୍ଣ ବର୍ଜନ କରିବାକୁ ଆହ୍ୱାନ କରିଛନ୍ତି । ସେହିପରି ସହରର ଗାନ୍ଧୀନଗର ଛକ ନିକଟରେ ବିଭିନ୍ନ ସଂଙ୍ଗଠନ ପକ୍ଷରୁ ଦୀପଦାନ କରିବା ସହ ଚାଇନା ସାମଗ୍ରୀ ବର୍ଜନ କରିବା ପାଇଁ ଆହ୍ୱାନ କରିଥିଲେ । ଅନ୍ୟପଟେ ସହରର କିନ୍ନର ମହାସଂଘ ପକ୍ଷରୁ ଶହୀଦଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଗୋଷାଣିନୁଆଗାଁ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ଚୀନ ସହିତ ଲଢ଼େଇ କରି ଶହୀଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଦେଶରୁ ଚାଇନା ସାମଗ୍ରୀ ବହିଷ୍କାର କରିବା ପାଇଁ ଆହ୍ୱାନ କରାଯିବା ସହ କୋରୋନା ରୂପକ ମହାମାରୀରୁ ମୁକ୍ତି ପାଇଁ କାମନା କରାଯାଇ ପ୍ରାର୍ଥନା କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.