ETV Bharat / city

ବ୍ୟବସାୟିକ ପେଣ୍ଠସ୍ଥଳରେ ନାହିଁ ପାର୍କିଂ ସୁବିଧା, ରାସ୍ତାକଡ ହିଁ ଭରସା - busy business places

ରେଶମ ସହର ବ୍ରହ୍ମପୁରର ମୁଖ୍ୟ ସମସ୍ୟା ପାଲଟିଛି ଟ୍ରାଫିକ ସମସ୍ୟା । ସହରର ପ୍ରମୁଖ ବ୍ୟବସାୟ ସ୍ଥଳର ପାର୍କିଂ ସୁବିଧାର ଅଭାବ ସହରବାସୀଙ୍କୁ ଚିନ୍ତାରେ ପକାଇଛି । ଏଥିପାଇଁ ରାସ୍ତାକଡ ପାଲଟିଛି ପାର୍କିଂସ୍ଥଳ । ଦେଖିନ୍ତୁ ବ୍ରହ୍ମପୁରରୁ ଇଟିଭି ଭାରତର ସ୍ବତନ୍ତ୍ର ରିପୋର୍ଟ...

silk city berhampur
ରେଶମ ସହରର ପ୍ରମୁଖ ବ୍ୟବସାୟିକ କେନ୍ଦ୍ରସ୍ଥଳରେ ନାହିଁ ପାର୍କିଂ ସୁବିଧା
author img

By

Published : Jan 2, 2021, 10:08 PM IST

ବ୍ରହ୍ମପୁର: ବର୍ଷ ବର୍ଷ ଧରି ରେଶମ ସହର ବ୍ରହ୍ମପୁରର ମୁଖ୍ୟ ସମସ୍ୟା ହେଉଛି ଟ୍ରାଫିକ ସମସ୍ୟା । ଏପରିକି ଏହି ସମସ୍ୟା ସହରବାସୀଙ୍କୁ ଅଧିକ ଚିନ୍ତାଜନକ ସ୍ଥିତିକୁ ଆଣିଦେଇଥାଏ । ସହରର ପ୍ରମୁଖ ବ୍ୟବସାୟିକ କେନ୍ଦ୍ରସ୍ଥଳରେ ପାର୍କିଂ ସୁବିଧାର ଅଭାବ । ଗତ କିଛି ବର୍ଷ ମଧ୍ୟରେ ପ୍ରଶାସନ, ପୋଲିସ ଏବଂ ନିର୍ବାଚିତ ପ୍ରତିନିଧି ମଧ୍ୟରେ ଏହାକୁ ସମାଧାନ କରିବା ପାଇଁ ଇତି ମଧ୍ୟରେ ଅନେକ ପଦକ୍ଷେପ ନିଆଯାଇଛି । ହେଲେ ଏବେବି ପ୍ରମୁଖ ବ୍ୟବସାୟିକ ସ୍ଥାନରେ ପାର୍କିଂ ସୁବିଧାର ଅଭାବ ରହିଥିବାରୁ ରାସ୍ତାକଡ ହିଁ ଅନେକଙ୍କ ପାଇଁ ପାଲଟିଛି ଭରସା ।

ରେଶମ ସହରର ପ୍ରମୁଖ ବ୍ୟବସାୟିକ କେନ୍ଦ୍ରସ୍ଥଳରେ ନାହିଁ ପାର୍କିଂ ସୁବିଧା

ବ୍ରହ୍ମପୁର ସହରର ପ୍ରମୁଖ ସମସ୍ୟା ମଧ୍ୟରେ ଏଠାକାର ଟ୍ରାଫିକ ସମସ୍ୟାକୁ ସମାଧାନ କରିବା ପାଇଁ ପ୍ରଶାସନ ପକ୍ଷରୁ ଇତି ମଧ୍ୟରେ ଗ୍ରହଣ କରାଯାଇଛି ଅନେକ ପଦକ୍ଷେପ । କେଉଁଠାରେ ରେଳଓଭର ବ୍ରିଜ୍ ନିର୍ମାଣ ହେଲାଣି ତ ଆଉ କେଉଁଠି ୱାନ୍ ୱେ କରାଯାଇଛି । ହେଲେ ସହରର ଜନଗହଳିପୂର୍ଣ୍ଣ ପ୍ରମୁଖ ବ୍ୟବସାୟିକ କେନ୍ଦ୍ରସ୍ଥଳରେ ଟ୍ରାଫିକ ସମସ୍ୟାକୁ ଅଧିକ ଚିନ୍ତାଜନକ ସ୍ଥିତିକୁ ଆଣିଦେଇଥାଏ ପାର୍କିଂର ଅଭାବ । ସହରର ବହୁ ପ୍ରମୁଖ ଛକରେ ପାର୍କିଂର ଅଭାବ କାରଣରୁ କିଏ ରାସ୍ତାଉପରେ ବ୍ୟବସାୟିକ ପ୍ରତିଷ୍ଠାନ ସମୁଖରେ ନିଜର ମୋଟର ସାଇକେଲ ଠାରୁ ଆରମ୍ଭ କରି ଚାରିଚକିଆ ଯାନବାହାନ ରଖି ଯିବାକୁ ବାଧ୍ୟ ହୋଇଥାଏ ତ ଆଉ କିଏ ରାସ୍ତାକଡରେ ହିଁ ରଖିବାକୁ ବାଧ୍ୟ ହୋଇଥାଏ । ସହରର ବଡବଜାର ଠାରୁ ଆରମ୍ଭ କରି ସାନବଜାର , ହନୁମାନବଜାର , ଅନ୍ନପୂର୍ଣ୍ଣା ମାର୍କେଟ , ମିଲେଟେରି ଲାଇନ୍, ଟାଟାବେଞ୍ଜ , କମାପଲ୍ଲୀ , ଗାନ୍ଧିନଗର ,ଏସ୍.ଏନ୍.ଟି ରୋଡ ଭଳି ପ୍ରମୁଖ ବ୍ୟବସାୟିକ କେନ୍ଦ୍ରସ୍ଥଳୀରେ ନିର୍ଦ୍ଧିଷ୍ଟ ସ୍ଥାନରେ ପାର୍କିଂ ଅଭାବ ଯୋଗୁଁ ଯାନବାହାନ ଗୁଡିକ ରାସ୍ତାକଡରେ ରଖିବା ଦେଖିବାକୁ ମିଳିଥାଏ ।

ଏଣୁ ପ୍ରଶାସନ ପକ୍ଷରୁ ରାଜ୍ୟର ଏହି ସର୍ବ ପୁରାତନ ସହରରେ ପ୍ରତେକ ପ୍ରମୁଖ ସ୍ଥାନରେ ନିର୍ଦ୍ଧିଷ୍ଟ ଭାବରେ ପାର୍କିଂ ବ୍ୟବସ୍ଥା କରାଇଲେ ହିଁ ଏହା ସହର ବାସିନ୍ଦାଙ୍କ ସମେତ ବାହାରୁ ଆସୁଥିବା ବ୍ୟକ୍ତିବିଶେଷ ଙ୍କ ପାଇଁ ଅନେକ ସୁବିଧା ହୋଇପାରନ୍ତା ବୋଲି କୁହାଯାଇଛି । ଉଭୟ ସହରବାସିନ୍ଦା ଏବଂ ପ୍ରଶାସନ ପକ୍ଷରୁ ସହରକୁ ଯେପରି ସୌନ୍ଦର୍ଯ୍ୟକରଣ କରାଯିବ ସେ ନେଇ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଥିବା ସହରବାସୀ କହିଛନ୍ତି ।

ସେପଟେ ବ୍ରହ୍ମପୁର ସହରର ପୁରୁଣା ବସଷ୍ଟାଣ୍ଟକୁ ସ୍ଥାନାନ୍ତରଣ ପରେ ସେହି ସ୍ଥାନକୁ କେବଳ ନିର୍ଦ୍ଧିଷ୍ଟ ପାର୍କିଂ ସ୍ଥଳ କରାଯାଇଛି । ସହରର ଟ୍ରାଫିକ ସମସ୍ୟାର ସମାଧାନ କରିବା ପାଇଁ ଇତି ମଧ୍ୟରେ ପୋଲିସ ପ୍ରଶାସନ ପକ୍ଷରୁ ବହୁ ଟ୍ରାଫିକ୍ ପୋଷ୍ଟକୁ ବୃଦ୍ଧି କରାଯାଇଛି । ହେଲେ ସହରର ମାର୍କେଟ ଅଞ୍ଚଳର ଛୋଟିଆ ରହୁଥିବାରୁ ନିଶ୍ଚିତ ରୂପେ ସମସ୍ୟା ଉପୁଜୁଥିବା ବେଳେ ଏହାକୁ ନେଇ ପୁଣି ଥରେ ମହାନଗର ନିଗମ ସହିତ ପୋଲିସ ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇ ସ୍ୱତନ୍ତ୍ର ପାର୍କିଂସ୍ଥଳି ଚିହ୍ନଟ କରାଯିବା ପାଇଁ ଆଲୋଚନା କରାଯିବ ବୋଲି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ କହିଛନ୍ତି ।

ବ୍ରହ୍ମପୁର ଦକ୍ଷିଣ ଓଡ଼ିଶାର ପ୍ରମୁଖ ବ୍ୟବସାୟ କେନ୍ଦ୍ରସ୍ଥଳ ହୋଇଥିବାବେଳେ ପାର୍କିଂ ସମସ୍ୟାର ଅସୁବିଧା ଆହୁରୀ ସମସ୍ୟା ଭିତରକୁ ଠେଲିଛି । ସମାଧାନ କରିବା ପାଇଁ ଉଭୟ ନିର୍ବାଚିତ ପ୍ରତିନିଧି ଏବଂ ପ୍ରଶାସନ ପକ୍ଷରୁ ମିଳିତ ପଦକ୍ଷେପ ନେଲେ ସହରର ଟ୍ରାଫିକ ସମସ୍ୟା ସମାଧାନି ହୋଇପାରିଥାନ୍ତା । ତେବେ ଦେଖିବାକୁ ବାକି ରହିଲା ବ୍ରହ୍ମପୁରବାସୀଙ୍କ ଏ ସମସ୍ୟାକୁ ନେଇ ବ୍ରହ୍ମପୁର ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନ କେବେ ଦୃଷ୍ଟି ଦେବେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.