ETV Bharat / city

ଦକ୍ଷିଣାଞ୍ଚଳ ରାଜସ୍ୱ ସମୀକ୍ଷା ବୈଠକ, ବିଭାଗ ଚଳଚଞ୍ଚଳ ନେଇ ଅତିରିକ୍ତ ସଚିବଙ୍କ ଗୁରୁତ୍ୱାରୋପ - ଦକ୍ଷିଣାଞ୍ଚଳ ରାଜସ୍ୱ ସମୀକ୍ଷା ବୈଠକ

ଦକ୍ଷିଣାଞ୍ଚଳ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ସମ୍ମିଳନୀ କକ୍ଷ ଠାରେ ଗଞ୍ଜାମ ଜିଲ୍ଲାର ରାଜସ୍ବ ସମୀକ୍ଷା ସହିତ ଦକ୍ଷିଣାଞ୍ଚଳର ସମସ୍ତ ଜିଲ୍ଲା ମାନଙ୍କର ମୁଖ୍ୟ ରାଜସ୍ବ ସମସ୍ୟା ଗୁଡିକ ସମ୍ପର୍କିତ ଆଲୋଚନା ହୋଇଛି । ଅଧିକ ପଢ଼ନ୍ତୁ

south odisha revenue meeting in berhampur
ଦକ୍ଷିଣାଞ୍ଚଳ ରାଜସ୍ୱ ସମୀକ୍ଷା ବୈଠକ
author img

By

Published : Apr 5, 2022, 9:40 AM IST

ବ୍ରହ୍ମପୁର: ଦକ୍ଷିଣାଞ୍ଚଳ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ସମ୍ମିଳନୀ କକ୍ଷ ଠାରେ ଗଞ୍ଜାମ ଜିଲ୍ଲାର ରାଜସ୍ବ ସମୀକ୍ଷା ସହିତ ଦକ୍ଷିଣାଞ୍ଚଳର ସମସ୍ତ ଜିଲ୍ଲା ମାନଙ୍କର ମୁଖ୍ୟ ରାଜସ୍ବ ସମସ୍ୟା ଗୁଡିକ ସମ୍ପର୍କିତ ଆଲୋଚନା ହୋଇଛି । ଏହି ଅବସରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଗସ୍ତ କରି ଜିଲ୍ଲାର ରାଜସ୍ବ ବିଭାଗୀୟ ସମୀକ୍ଷା କରିବା ସହିତ ଅନ୍ୟ ନଅ ଗୋଟି ଜିଲ୍ଲାର ମୁଖ୍ୟ ରାଜସ୍ବ ସମସ୍ୟା ସମ୍ପର୍କିତ ଆଲୋଚନା କରିଛନ୍ତି ।

ସମୀକ୍ଷା ବୈଠକରେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଟି. ଆଓ ,ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୂଲାଙ୍ଗେ ଏବଂ ବ୍ରହ୍ମପୁର ମହାନଗର ନିଗମ କମିଶନର ଡ. ସିଦ୍ଧେଶ୍ଵର ବଳିରାମ ବୋନ୍ଦର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଏଥିରେ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ସମସ୍ତ ସୁବିଧା ଓ ସମସ୍ୟା ନେଇ ରାଜସ୍ବ ବିଭାଗ ଗୁରୁତ୍ବାରୋପ କରିଥିଲା ରାଜସ୍ବ କାର୍ଯ୍ୟକୁ ତ୍ବରାନ୍ବିତ କରିବା ନେଇ ଜିଲ୍ଲାପାଳଗଣ ଧ୍ୟାନ ଦେବାକୁ ସେ ଗୁରୁତ୍ଵ ଦେଇଥିଲେ । ରାଜସ୍ୱ ବିଭାଗରେ ତହସିଲଦାର ମାନଙ୍କର ଗୁରୁତ୍ଵପୂର୍ଣ ଭୂମିକା ରହିଛି । ରେଳବାଇ ଯୋଜନା, ଜାତୀୟ ରାଜପଥ ଯୋଜନା, ଜଳ ସେଚନ ଯୋଜନା, ରିଂ ରୋଡ୍ ଯୋଜନା ପ୍ରଭୃତି ଯୋଜନା ଗୁଡିକ କାର୍ଯ୍ୟକାରିତା ଦିଗରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଉନ୍ନୟନ କାର୍ଯ୍ୟରେ ଲଘୁ ଖଣିଜ ଖାଦାନ ଆବଶ୍ୟକ, ଏଣୁ ସେଗୁଡିକୁ ନିୟମିତ କରି ଯୋଗାଇ ଦେବା ଦିଗରେ ବିଳମ୍ବ ଯେମିତି ହେବନାହିଁ ସେଥି ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଥିଲା । ରାଜ୍ୟର ପ୍ରତି ଅଞ୍ଚଳରେ ଆର୍.ଆଇ୍. କାର୍ଯ୍ୟାଳୟ ନିର୍ମାଣ ହେବ । ଯାହାଦ୍ବାରା ଜନସାଧାରଣ ଅନେକ ଉପକୃତ ହେବେ । ଏଣୁ ଜମି ଚିହ୍ନଟ କରି ଶୀଘ୍ର କାର୍ଯ୍ୟ ଆରମ୍ଭ କରିବାକୁ ସଚିବ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

ଆସନ୍ତା ୨୦୨୩ ମସିହା ମାର୍ଚ୍ଚ-ଏପ୍ରିଲ ସୁଦ୍ଧା ଆର.ଆଇ. କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବ । ଜିଲ୍ଲାର ସମସ୍ତ ସର୍କିଟ ହାଉସର ଉନ୍ନତି କରଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର, ଗୋପାଳପୁର ସର୍କିଟ ହାଉସକୁ ସୁଧାର କରାଯିବାର କାର୍ଯ୍ୟକ୍ରମ ରହିଛି । ସରକାରୀ ବିଦ୍ୟାଳୟ ଏବଂ ଯୁକ୍ତ ୨ ବିଦ୍ୟାଳୟ ଗୁଡିକ ନିମନ୍ତେ ପଟ୍ଟା ପ୍ରଦାନ କରିବା ଦିଗରେ ବିଳମ୍ବ ନ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାର ମୁଖ୍ୟ ରାଜସ୍ବ ସମସ୍ୟା ଓ ସରକାରଙ୍କ ଠାରେ ଅନୁମୋଦନ ନିମିତ୍ତ ପଡିଥିବା ଚିଠା ସମ୍ପର୍କରେ ଅବଗତ କରାଇଥିଲେ । ଓଡିଶା ସରକାର ରାଜସ୍ବ ବିଭାଗୀୟ ଯୁଗ୍ମ ଶାସନ ସଚିବ ଅମୀୟ କୁମାର ସାହୁ ଯୋଗଦେଇ ବିଭିନ୍ନ ଜିଲ୍ଲାର ସମସ୍ୟା ଓ ଏହାର ସମାଧାନ ଦିଗରେ ନିଜର ମତ ରଖିଥିଲେ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ରହ୍ମପୁର ଉପଜିଲ୍ଲାପାଳ ୱି.କିର୍ତ୍ତିୱାସନ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ପ୍ରିୟ ରଞ୍ଜନ ପୃଷ୍ଟି , ଛତ୍ରପୁର ଉପ ଜିଲ୍ଲାପାଳ ନୀଳମାଧବ ଭୋଇ, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ରାଜସ୍ବ କମିଶନର ସଚିବ ସୁଜାତା ସାହୁ , ଅତିରିକ୍ତ ସଚିବ ରଞ୍ଜନ କୁମାର ବିଶ୍ବାଳ, ଅନୁସଚିବ ପାର୍ବତୀ ମଞ୍ଜରୀ ମହାଳିକ ଙ୍କ ସମେତ ଜିଲ୍ଲାର ସମସ୍ତ ତହସିଲଦାର, ରେଜିଷ୍ଟର ଅଧିକାରୀ ଏବଂ ରାଜସ୍ବ ବିଭାଗୀୟ ଅଧିକାରୀ ମାନେ ପ୍ରମୁଖ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.