ETV Bharat / city

ଓଏସ୍ଏ‌ସ୍ଏ‌ଫ ଯବାନ କୋରୋନା ପଜିଟିଭ୍ ଚିହ୍ନଟ

author img

By

Published : Jun 10, 2020, 4:50 AM IST

ଆକ୍ରାନ୍ତ ପୋଲିସ କର୍ମଚାରୀ ଜଣଙ୍କ ଜିଲ୍ଲାର ଖଲିକୋଟ ଥାାନା ଓ ହୁମ୍ମା ଫାଣ୍ଡି ଅଞ୍ଚଳରେ ଥିବା ସରକାରୀ ଟିଏମସି କେନ୍ଦ୍ରରେ ପାଟ୍ରୋଲିଂ କରି ଫେରୁଥିବା ବେଳେ ସେ ହଠାତ୍ ଅ‌ସୁସ୍ଥ ହୋଇପଡିଥିଲେ ।

ossf-officer-found-corona-positive
ଓଏସ୍ଏ‌ସ୍ଏ‌ଫ ଯବାନ କୋରୋନା ପଜିଟିଭ୍ ଚିହ୍ନଟ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ ଥିବା ଓଡିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସର ଜଣେ ଯବାନ କୋରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଥିବା ଜଣାଯାଇଛି । ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି । ଆକ୍ରାନ୍ତ ପୋଲିସ କର୍ମଚାରୀ ଜଣଙ୍କ ଜିଲ୍ଲାର ଖଲିକୋଟ ଥାାନା ଓ ହୁମ୍ମା ଫାଣ୍ଡି ଅଞ୍ଚଳରେ ଥିବା ସରକାରୀ ଟିଏମସି କେନ୍ଦ୍ରରେ ପାଟ୍ରୋଲିଂ କରି ଫେରୁଥିବା ବେଳେ ସେ ହଠାତ୍ ଅ‌ସୁସ୍ଥ ହୋଇପଡିଥିଲେ ।

ossf-officer-found-corona-positive
ଓଏସ୍ଏ‌ସ୍ଏ‌ଫ ଯବାନ କୋରୋନା ପଜିଟିଭ୍ ଚିହ୍ନଟ

ପରେ ତାଙ୍କୁ କୋଭିଡ୍‌ ପରୀକ୍ଷା କରାଯିବା ପରେ ସେ ପଜିଟିଭ୍ ବୋଲି ସ୍ପଷ୍ଟ ହୋଇଛି । ତେବେ ଚିକିତ୍ସା ପାଇଁ ତାଙ୍କୁ ଶୀତଳାପଲ୍ଳୀ ସ୍ଥିତ କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି। ଆକ୍ରାନ୍ତ ଜଣଙ୍କ ଜଣେ ଆଗଧାଡିର କୋରୋନା ଯୋଦ୍ଧା ଭାବରେ କାର୍ଯ୍ୟ କରିଥିବା ବେଳେ ତାଙ୍କୁ ସାଲୁଟ୍‌ କରାଯିବା ସହ ଆକ୍ରାନ୍ତଙ୍କ ଆରୋଗ୍ୟ କାମନା କରାଯାଇଛି ।

ଗତ କିଛି ଦିନ ତଳେ ଗଞ୍ଜାମ ଜିଲାରେ ଦୁଇ ଜଣ ହୋମଗାର୍ଡ ପ୍ରବାସୀ ଓଡିଆ ଆସୁଥିବା ଜଗନ୍ନାଥପୁର ରେଳଷ୍ଟେସନରେ ଡ୍ୟୁଟି କରି ଫେରିଥିବା ବେଳେ କୋରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଦେଖା ଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.