ETV Bharat / city

ଅଗଷ୍ଟ ୧୫ରୁ ଖୋଲିବ ଏମକେସିଜି ମେଡିକାଲର ଓପିଡି ସେଣ୍ଟର - ଏମକେସିଜି

କୋରୋନାରେ ବାରମ୍ବାର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ଆକ୍ରାନ୍ତ ହେବା ପରେ ବ୍ରହ୍ମପୁର ସହରରେ ଥିବା ଏମକେସିଜି ମେଡିକାଲର ଓପିଡି ସେବାକୁ ବନ୍ଦ କରିଦିଆଯାଇଥିଲା । ଅଧିକ ପଢନ୍ତୁ...

ଅଗଷ୍ଟ ୧୫ ରୁ ଖୋଲିବ ଏମକେସିଜି ମେଡିକାଲର ଓପିଡି ସେଣ୍ଟର

author img

By

Published : Aug 13, 2020, 10:43 AM IST

ବ୍ରହ୍ମପୁର: କୋରୋନା ସଂକ୍ରମଣ ପାଇଁ ବ୍ରହ୍ମପୁରରେ ବନ୍ଦ ଥିବା ଏମକେସିଜି ମେଡିକାଲର ଓପିଡି ସେଣ୍ଟର ଆସନ୍ତା ଅଗଷ୍ଟ ୧୫ରୁ ପୁଣି ଖୋଲିବ। ଜନସାଧାରଣଙ୍କ ସୁବିଧା ପାଇଁ ଏହି ଓପିଡି ସେବା ଆରମ୍ଭ ହେବ ବୋଲି ଗଞ୍ଜାମ ଜିଲ୍ଲାପାଳ ଟ୍ବିଟ କରି ସୂଚନା ଦେଇଛନ୍ତି । ଏଭଳି ସମୟରେ ରୋଗୀ ମାନେ ସାମାଜିକ ଦୂରତା ରକ୍ଷା କରିବା ସହିତ ମାସ୍କ ପିନ୍ଧିବାକୁ ଜିଲ୍ଲାପାଳ ଆହ୍ୱାନ କରିଛନ୍ତି ।

@Ganjam_Admin
@Ganjam_Admin

ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତି କ୍ରମେ ସାଧାରଣ ରୋଗୀ ବିଶେଷ ଭାବେ ଉପକୃତ ହେବେ ବୋଲି ଆଶା କରାଯାଉଛି । ଗତ ଜୁନ ମାସରେ ଏମକେସିଜିରେ ଡାକ୍ତର, ନର୍ସ ଓ ସ୍ୱାସ୍ଥକର୍ମୀ ବାରମ୍ୱାର ପଜିଟିଭ ଚିହ୍ନଟ ହେବା ପରେ ଓପିଡି ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିଲା । ଗତ ଜୁଲାଇ ୯ ତାରିଖରୁ ଜିଲ୍ଲା ପ୍ରଶାସନର ଅଧିକାରୀ ଓ ଏମକେସିଜି କର୍ତ୍ତୃପକ୍ଷଙ୍କ ଆଲୋଚନା ପରେ ଏହା ବନ୍ଦ ରହିଥିଲା । ଏଥି ଯୋଗୁଁ ସାଧାରଣ ରୋଗୀ ନାହିଁ ନଥିବା ଅସୁବିଧାର ସମୁଖିନ ହେଉଥିବା ନେଇ ଜନସ୍ୱାର୍ଥ ମାମଲା ଦାୟର ହେବା ପରେ ଶେଷରେ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.