ETV Bharat / city

ସାଉଥକୋ ନାମ ନେଇ 54 ଲକ୍ଷ ଠକେଇ ଅଭିଯୋଗ, ଜଣେ ଗିରଫ - Southco News

ଦକ୍ଷିଣ ଓଡିଶାର ସାତୋଟି ଜିଲ୍ଲାରେ ସାଉଥକୋ ନାମ ନେଇ 54 ଲକ୍ଷ ଠକେଇ ଅଭିଯୋଗ । ଜଣେ ଗିରଫ । ଅଧିକ ପଢନ୍ତୁ...

ସାଉଥକୋ
ସାଉଥକୋ
author img

By

Published : Jan 29, 2021, 8:39 AM IST

ବ୍ରହ୍ମପୁର: ଦକ୍ଷିଣ ଓଡିଶାରେ ସାତୋଟି ଜିଲ୍ଲାରେ ବିଦ୍ୟୁତ ଯୋଗାଣ ଓ ବଣ୍ଟନ କରି ଆସୁଥିବା ସାଉଥକୋ ନାମ ନେଇ ଠକେଇ ଅଭିଯୋଗ । 54 ଲକ୍ଷ ଟଙ୍କା ଠକେଇ କରିବା ଅଭିଯୋଗରେ ବ୍ରହ୍ମପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ କରିଛି ଗିରଫ। ଗିରଫ ଅଭିଯୁକ୍ତଙ୍କ ନାମ ବିଶ୍ବନାଥ ବିଶ୍ବାଳ ବୋଲି ଜଣାପଡିଛି ।

ସେ ସହରର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୂତନ ବସ୍‌ଷ୍ଟାଣ୍ଡ ଅଞ୍ଚଳରେ ମାଆ ତାରାତାରିଣୀ ସର୍ଭିସ ପ୍ରାଇଭେଟ୍ ଲିମିଟେଡ୍ ନାମରେ ଏକ କାର୍ଯ୍ୟାଳୟ କରିଛନ୍ତି । ଲୋକଙ୍କୁ ଘରେ ପ୍ରିପେଡ୍ ମିଟର ବସାଇବା ନାମରେ ପ୍ରତ୍ୟେକ ବ୍ଲକ ଏବଂ ଏନ୍.ଏ.ସି ଅଞ୍ଚଳର ବିଭିନ୍ନ ଠିକାଦାରଙ୍କ ଠାରୁ ଠକେଇ କରିଥିବାର ଅଭିଯୋଗ ହୋଇଛି । ପରେ ପୋଲିସ ତାଙ୍କୁ ଗିରଫ କରିଛି ।

ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସାଉଥକୋର ନୂତନ ପରିଚାଳନା ଦାୟିତ୍ବ ଟାଟା ପାୱାର ନେଇଥିବା ବେଳେ ଠକ ଜଣଙ୍କ ଟାଟା ପାୱାରର ଉପସଭାପତିଙ୍କ ସହିତ ଚୁକ୍ତିନାମା ହୋଇଥିବାର ମିଥ୍ୟା ଡକ୍ୟୁମେଣ୍ଟକୁ ଦେଖାଇ ଏଭଳି ଠକିଥିବା କୁହାଯାଉଛି । ପ୍ରତ୍ୟେକ ଅଞ୍ଚଳରୁ ତିରିଶି ହଜାର ଟଙ୍କା ଲେଖାଏଁ ଆଦାୟ କରିଛି ଅଭିଯୁକ୍ତ ।

ସାଉଥକୋ-ୟୁଟିଲିଟି ଅଧୀନରେ ଆସୁଥିବା ସାତଟି ଜିଲ୍ଲାର ଜନସାଧାରଣଙ୍କୁ ୱାର୍କ ଅର୍ଡର ଦେବାକୁ କହି ଏଭଳି ଠକିଥିବା ଜଣାପଡିଛି । ଟାଟା ପକ୍ଷରୁ ଘରେ ଇଲେକ୍ଟ୍ରିକ୍ ମିଟର ପରିବର୍ତ୍ତନ ହେବାକୁ ଥିବା ଦର୍ଶାଇବା ସହିତ ଏନେଇ ସବୁ ଠିକାଦାରଙ୍କ ଠାରୁ ସିକ୍ୟୁରିଟି ବାବଦରେ 30 ହଜାର ଟଙ୍କା ରାଶି ଜମା ରଖି 7ଟି ଜିଲ୍ଲାରୁ ପ୍ରାୟ 54 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକି ନେଇଛି ସେ ।

ଏନେଇ ଥାନାରେ ମାମଲା ରୁଜୁ ପରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.