ETV Bharat / city

Cyclone Asani Impact: ଅଶାନ୍ତ ସମୁଦ୍ର ଜୁଆରରେ ଅଲିଭ୍ ରିଡ୍‌ଲେଙ୍କ ଅଣ୍ଡା ନଷ୍ଟ

author img

By

Published : May 12, 2022, 8:52 AM IST

ସାମ୍ଭାବ୍ୟ ବାତ୍ୟାର ପ୍ରଭାବରେ ନଷ୍ଟ ହେଲା ଅଲିଭ୍ ରିଡ୍‌ଲେ କଇଁଛଙ୍କ ଅଣ୍ଡା । ଅଧିକ ଜୁଆର ଆସିବା ଯୋଗୁଁ ଋଷିକୁଲ୍ୟା ମୁହାଣ ନିକଟରେ ଭାସିଗଲା ଲକ୍ଷ ଲକ୍ଷ ଅଲିଭ ରିଡ଼ଲେ କଇଁଛଙ୍କ ଅଣ୍ଡା । ଅଧିକ ପଢନ୍ତୁ

Cyclone Asani Impact:ସାମ୍ଭାବ୍ୟ ବାତ୍ୟାରେ ଅଲିଭ୍ ରିଡ୍‌ଲେଙ୍କ ଅଣ୍ଡା ନଷ୍ଟ

ବ୍ରହ୍ମପୁର: ସାମ୍ଭାବ୍ୟ ବାତ୍ୟାର ପ୍ରଭାବରେ ନଷ୍ଟ ହେଲା ଅଲିଭ୍ ରିଡ୍‌ଲେ କଇଁଛଙ୍କ ଅଣ୍ଡା । ଅଧିକ ଜୁଆର ଆସିବା ଯୋଗୁଁ ଋଷିକୁଲ୍ୟା ମୁହାଣ ନିକଟରେ ଭାସିଗଲା ଲକ୍ଷ ଲକ୍ଷ ଅଲିଭ ରିଡ଼ଲେ କଇଁଛଙ୍କ ଅଣ୍ଡା । ବେଳାଭୂମିରେ ଅଣ୍ଡାଗୁଡିକ ନଷ୍ଟ ହୋଇ ପଡ଼ି ରହିଥିବା ଦେଖିବାକୁ ମିଳିଛି । ବାତ୍ୟା ଅସାନି ଯୋଗୁ ଗଞ୍ଜାମ ଉପକୂଳରେ ଅଧିକ ସତର୍କ ଦୃଷ୍ଟି ରଖାଯାଇଛି । ଋଷିକୁଲ୍ୟା ମୁହାଣ ନିକଟରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଲିଭ ରିଡ୍‌ଲେ କଇଁଛ ଅଣ୍ଡା ଦେଇଥିଲେ ।

ତେବେ ବାତ୍ୟା ଅସାନି ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ସହ ବଡ ଜୁଆରଆ ଆସିବା ଯୋଗୁଁ ସେଗୁଡିକ ନଷ୍ଟ ହୋଇ ଯାଇଛି । ସାମୁହିକ ଅଣ୍ଡାଦାନ ପରେ ଋଷିକୁଲ୍ୟା ମୁହାଁଣରେ ଅଲିଭ ରିଡ଼ଲେ ଶିଶୁ ସାବକ ଜନ୍ମ ପାଇଁ ବାଲୁକା ରାଶି ମଧ୍ୟରେ ପୋତିହୋଇ ରହିଥିବା ଅଣ୍ଡା ଗୁଡିକ ଫୁଟିବା ପୂର୍ବରୁ ସମୁଦ୍ର ଜଳରାଶିରେ ଧୋଇ ହୋଇଯାଇଛି । ଏପରିକି କେତେକ ସ୍ଥାନରେ ବେଳାଭୂମିରେ ପଡ଼ିଥିବା ଅଣ୍ଡା ଗୁଡ଼ିକୁ କାଉ କୁକୁର ଖାଉଥୁବା ନଜର ଆସିଛି । ଚଳିତ ବର୍ଷ ଅଲିଭ ରିଡଲେ କଇଁଛ ଋଷିକୁଲ୍ୟା ମୁହାଁଣକୁ ଆସି ଅଣ୍ଡାଦାନରେ ସାମିଲ ଦେଇଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.