ETV Bharat / city

ନେଲାନି ଆମ୍ବୁଲାନ୍ସ , ପଟ୍ଟାରିକ୍ସାରେ ବୁହା ହେଲା ବୃଦ୍ଧାଙ୍କ ମୃତଦେହ - berhampur

ପଟ୍ଟାରିକ୍ସାରେ ବୁହା ହେଲା ବୃଦ୍ଧାଙ୍କ ମୃତଦେହ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁରରେ । ଅଧିକ ପଢନ୍ତୁ...

old lady deadbody carried by rikshaw
ଡିଜାଇନ ଫଟୋ
author img

By

Published : Feb 18, 2020, 11:53 PM IST

ବ୍ରହ୍ମପୁର: ପଟ୍ଟାରିକ୍ସାରେ ବୁହା ହେଲା ବୃଦ୍ଧାଙ୍କ ମୃତଦେହ। ଏହା କୌଣସି ଦୁର୍ଗମ କିମ୍ୱା ଉପାନ୍ତ ଅଞ୍ଚଳର ଦୃଶ୍ୟ ନୁହେଁ । ଦକ୍ଷିଣ ଓଡିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରରେ ଦେଖିବାକୁ ଏଭଳି ଅଭାବନୀୟ ଘଟଣା । ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ପ୍ରମୁଖ ସହରରେ ରହିଥିବା ଏମକେସିଜି ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିବା ଏକ ଗରୀବ ପରିବାରର ବୃଦ୍ଧାଙ୍କ ମୃତଦେହ ଶ୍ମଶାନକୁ ନେବା ପରିବାର ପକ୍ଷେ ସମ୍ଭବପର ନଥିଲା । ସେପଟେ ମେଡିକାଲ ପକ୍ଷରୁ କୁଆଡେ ଅଟୋ କରି ମୃତଦେହକୁ ନେଇଯିବା ପାଇଁ ମୃତକଙ୍କ ପରିବାର ବର୍ଗ କହିଥିଲେ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର ସହରର ଗେଟବଜାର ଅଞ୍ଚଳରେ ରହି ଆସୁଥିବା ଚନ୍ଦ୍ରମା ସିଂ ଅତ୍ୟନ୍ତ ଗରିବ । ଝିଅ ସନ୍ତୋଷିନୀ ବେହେରା ଜରି ଗୋଟାଇ ଓ ପୁଅ ବୋତଲ ଗୋଟାଇ ଚଳିଆସୁଥିଲେ । ହେଲେ ଚନ୍ଦ୍ରମା ଙ୍କ ଶରୀର ଦୁର୍ବଳ ଥିବାରୁ ତାଙ୍କୁ ଗତକାଲି ଏମକେସିଜି ରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଆଜି ସକାଳୁ ମୃତ୍ୟୁ ଘଟିବା ପରେ ଆମ୍ୱୁଲାନ୍ସ କିମ୍ୱା ଅଟୋ କରି ନେବା ପାଇଁ ଦୁହିଁଙ୍କ ପାଖରେ ଟଙ୍କାଟିଏ ମଧ୍ୟ ନଥିଲା । ଶେଷରେ ସାହିବାସିନ୍ଦାଙ୍କୁ ଖବର ଦେଇ ଏକ ପଟ୍ଟାରିକ୍ସାରେ ମୃତଦେହକୁ ବୋହି ନେଇଥିଲେ।

ଏମକେସିଜି ମେଡିକାଲର ଭେଷଜ ବିଭାଗରେ ଚିକିତ୍ସିତ ହେଉଥିବା ଏହି ବୃଦ୍ଧା ଜଣଙ୍କ ମୃତଦେହକୁ ପରିବାର ବର୍ଗ ପଟ୍ଟାରିକ୍ସାରେ ବୋହି ନେଉଥିବାର ଦୃଶ୍ୟ ଦେଖିବା ପରେ ସହରର ନୂତନ ବସଷ୍ଟାଣ୍ଡ ନିକଟରେ ତାଙ୍କୁ ଅଟକାଇ ଯାଇଥିଲା । ପୂର୍ବତନ କର୍ପୋରେଟର ଆର.ମୁରଲି ମୋହନ ଏନେଇ ଏକ ଘରୋଇ ଆମ୍ୱୁଲାନ୍ସ ବ୍ୟବସ୍ଥା କରିବା ସହ ଅନ୍ତିମ ସତ୍କାର କରିବାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଇଥିଲେ । ସେପଟେ ମେଡିକାଲ କର୍ତ୍ତୁପକ୍ଷଙ୍କ ପକ୍ଷରୁ ଗରିବଙ୍କ ଶବ ନେବା ପାଇଁ ସରକାରଙ୍କ ମହାପ୍ରୟାଣ ଯୋଜନାରେ ଗାଡି ଯୋଗାଇ ଦିଆନଯିବା ଘଟଣାକୁ ନିନ୍ଦା କରାଯାଇଛି ।

ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟସେବ ରେ ସୁବିଧା ଯୋଗାଇବା ପାଇଁ ସରକାରଙ୍କ ପକ୍ଷରୁ ମହାପ୍ରୟାଣ ଯୋଜନା ଠାରୁ ଆରମ୍ଭ କରି ମୋ ସରକାର ପର୍ଯ୍ୟନ୍ତ ଅନେକ ଯୋଜନା କରାଯାଇଛି । ଏପରିକି ଏହାକୁ ସଠିକ ରୂପେ କାର୍ଯ୍ୟକାରୀ କରିବା ପାଇଁ ୫ ‘ଟି’ ମାଧ୍ୟମରେ ସଚିବ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ଘନଘନ ଗସ୍ତ ସାଙ୍ଗକୁ ହେଉଛି ସମୀକ୍ଷା । ହେଲେ ଦକ୍ଷିଣ ଓଡିଶାବାସୀ ସ୍ୱାସ୍ଥ୍ୟସେବା ପାଇଁ ନିର୍ଭର କରୁଥିବା ବ୍ରହ୍ମପୁର ଏମକେସିଜିର ଏହି ଘଟଣା ବୟାନ କରୁଛି ରାଜ୍ୟର ଉପାନ୍ତ ଏବଂ ଦୁର୍ଗମ ଅଞ୍ଚଳରେ କିଭଳି ଏହି ବ୍ୟବସ୍ଥା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.