ETV Bharat / city

ବୃଦ୍ଧ ଦମ୍ପତ୍ତିଙ୍କୁ ଗ୍ରାମବାସୀଙ୍କ ବାସନ୍ଦ ଅଭିଯୋଗ, ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ SP - ତଦନ୍ତ ନିର୍ଦ୍ଦେଶ

ବ୍ରହ୍ମପୁରରେ ବୃଦ୍ଧ ଦମ୍ପତ୍ତିଙ୍କୁ ବାସନ୍ଦ କରାଯାଇଥିବା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବ୍ରହ୍ମପୁର ଏସପି ପିନାକ ମିଶ୍ର । ଅଧିକ ପଢନ୍ତୁ...

ବୃଦ୍ଧ ଦମ୍ପତ୍ତିଙ୍କୁ ଗ୍ରାମବାସୀଙ୍କ ବାସନ୍ଦ ଅଭିଯୋଗ, ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ SP

author img

By

Published : Jul 22, 2021, 9:09 PM IST

ବ୍ରହ୍ମପୁର: ଜିଲ୍ଲାର ଦିଗପହଣ୍ଡି ଥାନା ଅଞ୍ଚଳରେ ବରପଲ୍ଲୀ ଗ୍ରାମରେ ପରିବାର ଲୋକଙ୍କ ପ୍ରରୋଚନାରେ ଗୋଟିଏ ବୃଦ୍ଧ ଦମ୍ପତ୍ତିଙ୍କୁ ଗ୍ରାମବାସୀ ଗ୍ରାମରୁ ବାସନ୍ଦ କରିଦେଇଥିବାର ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ବୃଦ୍ଧ ଦମ୍ପତ୍ତିଙ୍କଠାରୁ ଲିଖିତ ଅଭିଯୋଗ ପାଇବା ପରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସପି ପିନାକ ମିଶ୍ର ।

ବୃଦ୍ଧ ଦମ୍ପତ୍ତିଙ୍କୁ ଗ୍ରାମବାସୀଙ୍କ ବାସନ୍ଦ ଅଭିଯୋଗ, ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ SP

ବରପଲ୍ଲୀ ଗ୍ରାମର ପ୍ରଭାକର ସ୍ବାଇଁ ଏବଂ ତାଙ୍କ ପତ୍ନୀଙ୍କ ସହ ନିଜ ଘରେ ଦୁଇ ପୁଅ ଓ ବୋହୂଙ୍କ ସହିତ ରହି ଆସୁଥିଲେ । ହେଲେ ହଠାତ୍ ନିଜର ବଡ ପୁଅ ଏବଂ ଦୁଇ ବୋହୂ ମିଳିତ ଭାବରେ ବିଭିନ୍ନ ପ୍ରକାର ମିଥ୍ୟା ପ୍ରରୋଚନା ଦେଇ ଗ୍ରାମର କମିଟି ଏବଂ କୂଳ କମିଟିକୁ ଜଣାଇବା ସହିତ ଗ୍ରାମରେ ଏକ ବୈଠକ କରି ଗ୍ରାମ ମଧ୍ୟରେ ଜୋରିମାନା ପକାଯିବା ସହିତ ବାସନ୍ଦ କରି ରଖିଥିଲେ । ଏହି ଦମ୍ପତ୍ତିଙ୍କ ସହିତ କେହି କଥା ହେଲେ ତାଙ୍କ ଜୋରିମାନା ସହିତ ଅନ୍ୟାନ୍ୟ କଟକଣା କହିଥିଲା ।

ତିନି ମାସ ପରେ ବାସନ୍ଦ ଉଠାଯାଇଥିଲେ ମଧ୍ୟ ଜୋରିମାନା ପାଇଁ ଧମକାଇବା ସହିତ ମାରଧର କରିବାରୁ ଦୁହେଁ ଗ୍ରାମରୁ ଆସି ବ୍ରହ୍ମପୁରରେ ଗତ ୨ ଦିନ ଧରି ରହିଥିଲେ । ଶେଷରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ରଙ୍କୁ ଘଟଣା ସଂପର୍କରେ ଲିଖିତ ଭାବରେ ଅବଗତ କରାଇବା ପରେ ସମସ୍ତ ଘଟଣା ଶୁଣି ଏହାର ତଦନ୍ତ କରିବାକୁ ଚିକିଟି ଏସ୍.ଡି.ପି.ଓ ନିର୍ଦ୍ଦେଶ ଦେବା ସହିତ ଏହାର ପୁଙ୍ଖାନୁପୁଙ୍ଖ ଭାବରେ ତଦନ୍ତ କରାଯିବ ବୋଲି କହିଛନ୍ତି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.