ETV Bharat / city

ଟାଟା ପାୱାର ବିରୋଧରେ ଆନ୍ଦୋଳନ କରିବ ଟ୍ରାନ୍ସଫର୍ମର ଉତ୍ପାଦନ ସଂଘ - ଓ.ଟି.ଏମ୍.ଏ

ଧିରେ ଧିରେ ଟାଟା ପାୱାର ପ୍ରତି ସାରା ରାଜ୍ୟରେ ବଢିବାରେ ଲାଗିଛି ଅସନ୍ତୋଷ । ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ବେଆଇନ କାର୍ଯ୍ୟକଳାପ ସହ ପାତର ଅନ୍ତର କରୁଥିବା ଅଭିଯୋଗ । ଅଧିକ ପଢନ୍ତୁ...

ଟାଟା ପାଓ୍ବାର ବିରୋଧରେ ଆନ୍ଧୋଳନ କରିବ  ଟ୍ରାନଫରମ ଉତ୍ପାଦନ ସଂଙ୍ଘ

author img

By

Published : Aug 19, 2021, 9:09 AM IST

ବ୍ରହ୍ମପୁର: ଧିରେ ଧିରେ ଟାଟା ପାୱାର ପ୍ରତି ସାରା ରାଜ୍ୟରେ ବଢିବାରେ ଲାଗିଛି ଅସନ୍ତୋଷ । ପ୍ରଥମେ ରାଜ୍ୟ ଉପଭୋକ୍ତା ସଙ୍ଘ ପରେ ରାଜ୍ୟ ଠିକା କର୍ମଚାରୀ ସଂଘ ଏବେ ରାଜ୍ୟ ଟ୍ରାନ୍ସଫର୍ମର ଉତ୍ପାଦନ ସଂଘ ଟାଟା ପାଓ୍ବାର ବିରୋଧରେ ବିଷୋଦଗାର କରିବା ଆରମ୍ଭ କଲେଣି । କାରଣ ଟାଟା ପାଓ୍ବାର ଏବେ ରାଜ୍ୟ ବିଦ୍ୟୁତ ଯୋଗାଣ, ରକ୍ଷଣାବେକ୍ଷଣ ଓ ଭିତ୍ତିଭୂମି କ୍ଷେତ୍ରରେ ବେଆଇନ କାର୍ଯ୍ୟକଳାପ ସହ ପାତର ଅନ୍ତର କରୁଥିବା ଅଭିଯୋଗ ବଢିବାର ଲାଗିଛି ।

ଟାଟା ପାଓ୍ବାର ବିରୋଧରେ ଆନ୍ଧୋଳନ କରିବ ଟ୍ରାନଫରମ ଉତ୍ପାଦନ ସଂଙ୍ଘ

ରାଜ୍ୟର ଟ୍ରାନ୍ସଫର୍ମର ଉତ୍ପାଦନ ସଂଘ ଦୀର୍ଘ ୩୦ ବର୍ଷ ହେବ ବିଦ୍ୟୁତ ବିଭାଗକୁ ୫୦ରୁ ଊର୍ଦ୍ଧ୍ୱ ୟୁନିଟ୍ ସାଉଥକୋ ଠାରୁ ଆରମ୍ଭ କରି ରାଜ୍ୟର ସମସ୍ତ ବିଦ୍ୟୁତ ବିତରଣକାରୀ ସଂସ୍ଥାକୁ ବିଦ୍ୟୁତ ସରଞ୍ଜାମ ଯୋଗାଇ ଆସୁଥିଲେ । କିନ୍ତୁ ଏବେ ଟାଟା ପାଓ୍ବାର ଓ.ଟି.ଏମ୍.ଏର ସରଞ୍ଜାମକୁ ନିମ୍ନମାନର କହି ରାଜ୍ୟ ବାହାର ସଂସ୍ଥାଠାରୁ ସରଞ୍ଜାମ କ୍ରୟ କରୁଛି । ଫଳରେ ଓ.ଟି.ଏମ୍.ଏର ବ୍ୟବସାୟ କ୍ଷତି ହେବା ସହ ଓଡିଆ ଯୁବକ ଯୁବତୀଙ୍କ ନିଯୁକ୍ତି ପ୍ରଭାବିତ ହୋଇଛି । ଏହାକୁ ବିରୋଧ କରି ଓ.ଟି.ଏମ୍.ଏର କର୍ମକର୍ତ୍ତା ଏକ ସାମ୍ବାଦିକ ସମ୍ମିଳନୀରେ ଏଥି ପ୍ରତି ତୁରନ୍ତ ହସ୍ତକ୍ଷେପ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

ଏପରିକି ସଂଘର କର୍ମକର୍ତ୍ତା ମାନେ ସାଉଥକୋର ସିଇଓଙ୍କୁ ସାକ୍ଷାତ କରିବା ସହିତ ଏନେଇ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଏ ଏଥିପ୍ରତି ସରକାର ଗୁରୁତ୍ୱ ନଦେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବାକୁ ଚେତାବନୀ ଦେଇଛି ରାଜ୍ୟ ଟ୍ରାନ୍ସଫର୍ମର ଉତ୍ପାଦନ ସଂଘ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.