ETV Bharat / city

ସ୍ୱେଚ୍ଛାକୃତ ରକ୍ତଦାନରେ ଯୁବପିଢିଙ୍କ ଉତ୍ସାହ ଆନ୍ଦୋଳନରେ ପରିଣତ ହେଲାଣି

author img

By

Published : Jan 16, 2022, 7:54 PM IST

ରାଜ୍ୟର କେଉଁ ସ୍ଥାନରେ କେତେ ୟୁନିଟ ରକ୍ତର ଆବଶ୍ୟକତା ରହିଛି। ଆଉ ତାହାକୁ କିପରି ପୂରଣ କରାଯିବ ଏହାକୁ ଦୈନିକ ଯାଞ୍ଚ କରି ତାହାକୁ ପୂରଣ କରିବାକୁ ଉଦ୍ୟମ ଜାରି ରଖିଛି ଓଡିଶା ମୋ ପରିବାର । ଅଧିକ ପଢନ୍ତୁ

ସ୍ୱେଚ୍ଛାକୃତ ରକ୍ତଦାନ ଯୁବପିଢୀଙ୍କ ଉତ୍ସାହ ଆନ୍ଦୋଳନରେ ପରିଣତ ହେଲାଣି:ଅରୂପ ପଟ୍ଟନାୟକ

ବ୍ରହ୍ମପୁର: ରାଜ୍ୟର କେଉଁ ସ୍ଥାନରେ କେତେ ୟୁନିଟ ରକ୍ତର ଆବଶ୍ୟକତା ରହିଛି। ଆଉ ତାହାକୁ କିପରି ପୂରଣ କରାଯିବ ଏହାକୁ ଦୈନିକ ଯାଞ୍ଚ କରି ତାହାକୁ ପୂରଣ କରିବାକୁ ଉଦ୍ୟମ ଜାରି ରଖିଛି ଓଡିଶା ମୋ ପରିବାର । ପୂର୍ବରୁ ରକ୍ତ ଭଣ୍ଡାରରେ ଯେପରି ରକ୍ତର ଅଭାବ ରହୁଥିଲା, ତାହା ଆଜି ଆଉ ଦେଖିବାକୁ ମିଳୁନାହିଁ ।

ରାଜ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ଯୁବପିଢିଙ୍କ ଉତ୍ସାହ ସତେ ଯେପରି ଆନ୍ଦୋଳନରେ ପରିଣତ ହେଲାଣି । ଏପରିକି ଅନେକ ଯୁବପିଢି ୨୦ ରୁ ୩୦ ଥର ରକ୍ତଦାନ କରୁଥିବା ଦେଖିବାକୁ ମିଳିଲାଣି । ଗଞ୍ଜାମ ଜିଲ୍ଲା ଗ୍ରସ୍ତରେ ଆସି ଗୋପାଳପୁର ଠାରେ ଓଡିଶା ମୋ ପରିବାରର କାର୍ଯ୍ୟକ୍ରମରେ ଯୋଗ ଦେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି ଏହାର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ।

ଏହାବି ପଢନ୍ତୁ :ଦିନିକିଆ କଳାହାଣ୍ଡି ଗସ୍ତରେ ଡିଜିପି ସୁନିଲ ବଂଶଲ, ନିର୍ବାଚନ ନେଇ ସ୍ବତନ୍ତ୍ର ଆଲୋଚନା

ରାଜ୍ୟର ବିଭିନ୍ନ ସ୍ଥାନରେ ଦଳ ମତ ନିର୍ବିଶେଷରେ ଓଡିଶା -ମୋ ପରିବାରର ଏ କାର୍ଯ୍ୟକୁ ପ୍ରଶଂସା କରାଯାଇଥିଲା । ଜିଲ୍ଲା ପରିଷଦ ସଦସ୍ୟ ଶଶୀ ଭୂଷଣ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା, ମହିଳା ସଭାନେତ୍ରୀ ସଂଘମିତ୍ରା ଦଲେଇ, ସମାଜସେବୀ ଶିବ ପାତ୍ରଙ୍କ ସମେତ ଦଳର ବହୁ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.