ETV Bharat / city

NDAରେ ଚମକିଲେ ଓଡିଆ ପୁଅ ଚକ୍ରଧାରୀ, ଛୁଟୁଛି ଶୁଭେଚ୍ଛା - ଚକ୍ରଧାରୀ ଆରିୟାନ ଖବର

ନ୍ୟାସନାଲ ଡିଫେନ୍ସ ଏକାଡେମୀରୁ ଉତ୍ତୀର୍ଣ୍ଣ ହୋଇ ଦେଶସେବା କରିବାକୁ ଅନେକଙ୍କ ସ୍ବପ୍ନ ଥାଏ । ଏ କ୍ଷେତ୍ରରେ ସଫଳତା ପାଇଁ ଅନେକ ପରିଶ୍ରମ କରନ୍ତି । କଥାରେ ଅଛି ପରିଶ୍ରମ କଲେ ଫଳ ନିଶ୍ଚୟ ମିଳେ। ଏନଡିଏ ସର୍ବଭାରତୀୟ ପରୀକ୍ଷାରେ ୮୪ ତମ ସ୍ଥାନରେ ରହି ଏହାକୁ ପ୍ରମାଣିତ କରିଛନ୍ତି ଏସ୍ ଚକ୍ରଧାରୀ ଆରିୟାନ୍ । ଅଧିକ ପଢନ୍ତୁ

NDA ସର୍ବଭାରତୀ ୮୪ ତମ ସ୍ଥାନରେ ଚକ୍ରଧାରୀ ଆରିୟାନ୍

author img

By

Published : Jan 5, 2022, 3:06 PM IST

ବ୍ରହ୍ମପୁର: NDA ନାଁ ଶୁଣିରେ ଦେହରେ ଖେଳିଯାଏ ଶିହରଣ । ନ୍ୟାସନାଲ ଡିଫେନ୍ସ ଏକାଡେମୀରୁ ଉତ୍ତୀର୍ଣ୍ଣ ହୋଇ ଦେଶସେବା କରିବାରୁ ଅନେକଙ୍କ ସ୍ବପ୍ନ ଥାଏ । ଏ କ୍ଷେତ୍ରରେ ସଫଳତା ପାଇଁ ଅନେକ ପରିଶ୍ରମ କରନ୍ତି । କଥାରେ ଅଛି ନା ପରିଶ୍ରମ କଲେ ଫଳ ନିଶ୍ଚୟ ମିଳେ। ଏନଡିଏ ସର୍ବଭାରତୀୟ ପରୀକ୍ଷାରେ ୮୪ ତମ ସ୍ଥାନରେ ରହି ଏହାକୁ ପ୍ରମାଣିତ କରିଛନ୍ତି ଏସ୍ ଚକ୍ରଧାରୀ ଆରିୟାନ୍ । ଏ ନେଇ ତାଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ ।

NDA ସର୍ବଭାରତୀ ୮୪ ତମ ସ୍ଥାନରେ ଚକ୍ରଧାରୀ ଆରିୟାନ୍

ରାୟଗଡା ଜିଲ୍ଲାରେ ଚକ୍ରଧାରୀ ଆରିୟାନଙ୍କ ଘର । ଏନଡିଏରେ କ୍ୟାରିଅର୍ କରିବା ପାଇଁ ଆଗ୍ରହ ପ୍ରକାଶ କରିବା ପରେ ବ୍ରହ୍ମପୁର ସହରକୁ ଆସି ସାମନ୍ତରା ଏକାଡେମୀରେ ତାଲିମ ନେଇଥିଲେ । ଦିନରାତି ପରିଶ୍ରମ କରି ୮୪ ତମ ସ୍ଥାନରେ ହାସଲ କରିଛନ୍ତି ଚକ୍ରଧାରୀ ଆରିୟାନ୍। ଆରିୟାନଙ୍କ ଏହି ସଫଳତା ନେଇ ତାଙ୍କ ବାପାମାଆଙ୍କ ଠୁ କୋଚିଂ ସେଣ୍ଟର ଆଜି ଗର୍ବିତ ।

ଆରିୟାନଙ୍କ ଏହି ସଫଳତା ନେଇ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କେମିତି ଥିଲା ଆରିୟାନଙ୍କ ସଫଳତାର କାହାଣୀ ସେ ବିଷୟ ତାଙ୍କ ସହିତ କଥା ହୋଇଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.