ବ୍ରହ୍ମପୁର: ପାରିବାରିକ କଳହର କରୁଣ ପରିଣତି । ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଅଧିନସ୍ଥ ବେଲପୁର ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ଏକ ହତ୍ୟାକାଣ୍ଡ ହୋଇଛି।
ଗତକାଲି ମଧ୍ୟ ରାତ୍ରିରେ ବେଲପୁର ଗ୍ରାମର ଟି.ସମ୍ବାରିଆ ରେଡ୍ଡିଙ୍କୁ ଖୋଦ୍ ନିଜ ପୁତୁରା ହତ୍ୟା କରିଥିବା ଅଭିଯୋଗ ହୋଇଛି। ନିଜ ବଡ ଦାଦାଙ୍କୁ ପୁତୁରା ଏକ ତେଣ୍ଟା ମାଡ କରି ଫେରାର ହୋଇଯାଇଥିବା ଜଣାପଡିଛି।
ସେପଟେ କବିସୂର୍ଯ୍ୟନଗର ଥାନା ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ୍ୟୁକଙ୍କୁ ସ୍ଥାନୀୟ ମେଡିକାଲରେ ରଖାଯାଇଛି।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ