ETV Bharat / city

ଦୁର୍ଦ୍ଦାନ୍ତ ଅପରାଧି ଉପରେ ଲାଗିଲା ଜାତୀୟ ନିରାପତ୍ତା ଆଇନ

ବ୍ରହ୍ମପୁର ସହର ତଥା ଏହାର ଆଖପାଖ ଅଞ୍ଚଳରେ ଅପରାଧ ମୁକ୍ତ କରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରଖିଥିବା ବେଳେ ସହରର ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ବେହେରାକୁ ପୋଲିସ ଜାତୀୟ ନିରାପତ୍ତା ଆଇନ(ଏନ୍ ଏସ୍ ଏ) ଲଗାଇଛି ।

author img

By

Published : Jun 30, 2019, 3:42 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ସହରରେ ଆତଙ୍କ ସୃଷ୍ଟି କରିଥିବା ଦୁର୍ଦ୍ଦାନ୍ତ ଅପରାଧି ସୁନିଲ ବେହେରା ଉପରେ ଲାଗିଲା ଜାତୀୟ ନିରାପତ୍ତା ଆଇନ(ଏନଏସଏ) । ପୂର୍ବରୁ ସୁନିଲ ବେହେରା ଉପରେ ଏହି ଆଇନ ଲଗାଇବା ପାଇଁ ବ୍ରହ୍ମପୁର ପୋଲିସ ଜିଲ୍ଲାପାଳଙ୍କୁ ସୁପାରିସ କରିଥିଲା । ଜିଲ୍ଲାପାଳ ଏହାକୁ ଅନୁମତି ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସୁନିଲ ନାମରେ 25ରୁ ଊର୍ଦ୍ଧ୍ବ ବିଭିନ୍ନ ଅପରାଧିକ ମାମଲା ରହିଛି । ବର୍ତ୍ତମାନ ସେ ଜେଲରେ କଏଦୀ ଭାବେ ଜୀବନ କାଟୁଛି । ତେବେ ବ୍ରହ୍ମପୁର ସହରକୁ ଅପରାଧ ମୁକ୍ତ ରଖିବା ପାଇଁ ପୋଲିସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଦୀର୍ଘ ଦିନ ହେଲେଣି ଅପରାଧି ସୁନିଲ ସହରରେ ଆତଙ୍କ ରାଜ୍ ଚଳାଇଥିଲା । ଏପରିକି ଗତ 2018 ଜୁଲାଇରେ ବ୍ରହ୍ମପୁର ହୋଇଥିବା ଏକ ବୋମାମାଡ ଘଟଣାର ମାଷ୍ଟର ମାଇଣ୍ଡ ଥିଲା । ଶେଷରେ ପୋଲିସ ତା ଉପରେ ଏନ୍ ଏସ୍ ଏ ଲଗାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.