ETV Bharat / city

ପାଣି ପାଇଁ ରାସ୍ତାରେ ମହିଳା - strike

ପାନୀୟ ଜଳ ପାଇଁ ଜାତୀୟ ରାଜପଥ ଅବରୋଧ କଲେ ଶତାଧିକ ମହିଳା । ଉତ୍ତ୍ୟକ୍ତ ମହିଳାଙ୍କୁ ବୁଝାସୁଝା ପରେ ନିୟନ୍ତ୍ରଣକୁ ଆସିଲା ପରିସ୍ଥିତି । ଅଧିକ ପଢନ୍ତୁ...

national highway blocked by local people for drinking water in ganjam
ପାଣି ପାଇଁ ତାତିଲେ ମହିଳା
author img

By

Published : Jul 8, 2021, 8:43 AM IST

ବ୍ରହ୍ମପୁର: ପାନୀୟ ଜଳ ପାଇଁ ରାସ୍ତା ଅବରୋଧ କଲେ ମହିଳା । ଗଞ୍ଜାମ ଲଙ୍ଗଳେଶ୍ବର ଠାରେ ପାନୀୟ ଜଳ ପାଇଁ ଜାତୀୟ ରାଜପଥ ଅବରୋଧ କରିଥିଲେ ଶତାଧିକ ମହିଳା । ୧୬ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ ଚାଲିଥିବା ବେଳେ ରାଜପଥର କାର୍ଯ୍ୟଭାର ନେଇଥିବା ସିପି ଆରୋରା ନାମକ ଏକ ଠିକା ସଂସ୍ଥା ପେଣ୍ତୁରାପଲ୍ଲୀରୁ ଲଙ୍ଗଳେଶ୍ବର ଯାଇଥିବା ପାନୀୟ ଜଳ ପାଇପକୁ କାଟି ଦେଇଥିବା ଅଭିଯୋଗ ହୋଇଥିଲା ।

ପାଣି ପାଇଁ ତାତିଲେ ମହିଳା

ଦୀର୍ଘ ୬ମାସ ପରେ ମଧ୍ୟ ସଂପୃକ୍ତ ଠିକା ସଂସ୍ଥା ପାଇପର ପୁନଃ ସଂଯୋଗ କାମ କରିନଥିଲା । ଫଳରେ ଲଙ୍ଗଳେଶ୍ବର ବାସିନ୍ଦା ପାନୀୟ ଜଳ ନ ପାଇ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏନେଇ ଗ୍ରାମବାସୀ ଠିକା ସଂସ୍ଥା, ବ୍ଲକ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଏଥି ପ୍ରତି କେହି ଦୃଷ୍ଟି ଦେଇନଥିଲେ । ଫଳରେ ମହିଳା ମାନେ ନଦୀର ଦୂଷିତ ଜଳ ଆଣି ପାନୀୟ ଜଳ ଭାବେ ବ୍ୟବହାର କରିବାକୁ ବାଧ୍ୟ ହେଉଥିଲେ। ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଥିଲା ।

ଏହି ସମସ୍ୟାର ସମାଧାନ ପ୍ରତିବାଦରେ ସମାଜସେବୀ ଅହଲ୍ୟା ଜେନାଙ୍କ ନେତୃତ୍ବରେ ଗାଁର ଶତାଧିକ ମହିଳା ଗରା, ବାଲଟି ଧରି ଜାତୀୟ ରାଜପଥ ଉପରେ ରଖି ରାସ୍ତା ଅବରୋଧ କରିଥିଲେ । ରାସ୍ତା ଅବରୋଧ ଫଳରେ ଜାତୀୟ ରାଜପଥର ଉଭୟ ପାଶ୍ବରେ ଶହ ଗାଡି ମଟର ଅଟକି ରହିଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସି ଥିଲା । ପରେ ରାସ୍ତାରୋକ ହଟିଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.