ETV Bharat / city

ମିଶନ ଶକ୍ତି କାଫେରେ ଜମୁଛି ଭିଡ: ଗରମ ଗରମ ପକୁଡି ସାଙ୍ଗକୁ ମାଟି ପାତ୍ରରେ ଚା'

ମହିଳାଙ୍କ ମୁହଁରେ ହସ ଫୁଟାଉଛି ମିଶନ କାଫେ । ମହିଳା ସ୍ୱୟଂ ମହାୟିକା ଗୋଷ୍ଠୀ ସଦସ୍ୟାଙ୍କ ଦ୍ୱାରା ପରିଚାଳିତ ହେଉଛି କାଫେ । ଏ କାଫେରେ ଚା କଫି ଠାରୁ ଆରମ୍ଭ କରି ଜଳଖିଆକୁ ଖୁବ କମ ଦରରେ ମିଳିଛି । ଅଧିକ ପଢନ୍ତୁ...

ମିଶନ ଶକ୍ତି କାଫେରେ ଜମୁଛି ଭିଡ; କମ ଦରରେ ମିଳୁଛି ସ୍ବାସ୍ଥ୍ୟକର ଖାଦ୍ୟ

author img

By

Published : Oct 2, 2021, 3:12 PM IST

ବ୍ରହ୍ମପୁର : ମହିଳାଙ୍କ ମୁହଁରେ ହସ ଫୁଟାଉଛି ମିଶନ କାଫେ । ଛତ୍ରପୁରସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ ଖୋଲିଛି ମିଶନ ଶକ୍ତି କାଫେ । ମହିଳା ସ୍ୱୟଂ ମହାୟିକା ଗୋଷ୍ଠୀ ସଦସ୍ୟାଙ୍କ ଦ୍ୱାରା ଏହା ପରିଚାଳିତ ହେଉଛି । ଏ କାଫେରେ ଚା କଫି ଠାରୁ ଆରମ୍ଭ କରି ଜଳଖିଆ ଖୁବ କମ ଦରରେ ମିଳୁଛି । ଗଞ୍ଜାମ ଜିଲ୍ଲାରେ ମହିଳାଙ୍କ ଦ୍ୱାରା ପରିଚାଳିତ ହେଉଥିବା ଏହା ପ୍ରଥମ କାଫେ । ଛତ୍ରପୁର ଅଞ୍ଚଳର ଚିକଲଖଣ୍ଡି ପଞ୍ଚାୟତର ତୁମ୍ବେଶ୍ଵର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ଏହି କାଫେ ସ୍ଥାପନ ପାଇଁ ୧୦ ଲକ୍ଷ ଟଙ୍କା ମୂଲ୍ୟର ରୋଷେଇ ଘର ଏବଂ ଶୌଚାଳୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଯୋଗାଇ ଦିଆଯାଇଛି ।

ମିଶନ ଶକ୍ତି କାଫେରେ ଜମୁଛି ଭିଡ; କମ ଦରରେ ମିଳୁଛି ସ୍ବାସ୍ଥ୍ୟକର ଖାଦ୍ୟ

ମୁଖ୍ୟତଃ ଗଞ୍ଜାମର ‘ଗୃହିଣୀ’ ଉତ୍ପାଦକ କମ୍ପାନୀରୁ ଆସବାବପତ୍ର ଏବଂ ଆବଶ୍ୟକ ସାମଗ୍ରୀ କ୍ରୟ କରାଯାଇଥିଲା । ବର୍ତ୍ତମାନ ଏହି କାଫେରେ ଚା'ସମେତ ବିଭିନ୍ନ ସ୍ନାକ୍ସ ବିକ୍ରି ହେଉଛି । ଏଠାକାର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ସ୍ୱାଦିଷ୍ଟ ଖାଦ୍ୟର ଗୁଣବତ୍ତା ସାଙ୍ଗକୁ ସ୍ବଚ୍ଛତା ପ୍ରତି ଗୁରୁତ୍ୱ । ଏବଂ ଏହି କାଫେରେ ପ୍ରଦାନ କରାଯାଉଥିବା ସମସ୍ତ ଖାଦ୍ୟକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଦ୍ୱାରା ହିଁ ପ୍ରସ୍ତୁତ କରାଯାଉଛି ।

ସେପଟେ ଦୀର୍ଘଦିନ ଧରି ଘରେ ବସି ରହିବା ପରେ ଏପରି କରିବାକୁ ଜିଲ୍ଲାପ୍ରଶାସନ ଅନୁମତି ଦେଇଥିବାରୁ ବେଶ ଖୁସିବ୍ୟକ୍ତ କରିଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା । ମୁଖ୍ୟତଃ ମହିଳାଙ୍କୁ ଆର୍ଥିକ ଦୃଷ୍ଟିରୁ ସକ୍ଷମ କରାଇବା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଥିବାବେଳେ ଜିଲ୍ଲାରେ ଆରମ୍ଭ ହୋଇଥିବା ଏ କାଫେ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିବ । ସେପଟେ ଏଭଳି କାଫେକୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଟୁଇଟ୍ କରି ପ୍ରଶଂସା କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.