ବ୍ରହ୍ମପୁର: ଓଡିଶା ସମବାୟ କର୍ମଚାରୀ ମାନଙ୍କୁ ମିଳିବ ଦରମା । ପ୍ରାଥମିକ କୃଷି ସମବାୟ ସମିତି ଡେଭଲପମେଣ୍ଟ ପକ୍ଷରୁ ଏଥିପାଇଁ ପାଣ୍ଠି ଘୋଷଣା କରାଯାଇଛି । ଦୀର୍ଘ ଦିନରୁ ଓଡିଶା ସମବାୟ କର୍ମଚାରୀ ମାନଙ୍କ ଦରମା ପ୍ରଦାନ ନିମନ୍ତେ ଦାବି ହୋଇଆସୁଥିଲା ।
ଏହି ପାଣ୍ଠି ରାଜ୍ୟର ସମସ୍ତ ପ୍ରାଥମିକ ସମବାୟ ସମିତି ଓ ଲ୍ୟାମ୍ପ କର୍ମଚାରୀ ମାନଙ୍କୁ ସାହାଯ୍ୟ କରିବ । ବହୁବିଧ ସମସ୍ୟା ଓ ଦାବି ଉପରେ ମୁଖ୍ୟମନ୍ତ୍ରୀ ମୋହର ମାରିଛନ୍ତି । ରାଜ୍ୟ ସମବାୟ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି । ପ୍ରଶାସନିକ ପାଣ୍ଠି କର୍ମଚାରୀ ମାନଙ୍କର ଷଷ୍ଠ ବେତନ ଦରମା ପ୍ରଦାନ ଦିଗରେ ସହାୟକ ହେବ ବୋଲି ଜଣାପଡିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ , ଇଟିଭି ଭାରତ