ETV Bharat / city

ବାଟରେ ଗଲା ଘର ମୁହାଁ ପ୍ରବାସୀଙ୍କ ଜୀବନ; ଟ୍ରେନରୁ ମୃତଦେହ ଉଦ୍ଧାର - ପ୍ରବାସୀ ଓଡିଆ

ସୁରଟରୁ ନିଜ ଗାଁକୁ ଫେରୁଥିବାବେଳେ ଟ୍ରେନରେ ଶେଷ ନିଶ୍ବାସ ନେଇଛନ୍ତି ଜଣେ ଓଡିଆ ପ୍ରବାସୀ । ଅଧିକ ପଢନ୍ତୁ...

ଘର ମୁହାଁ ପ୍ରବାସୀଙ୍କ ବାଟରେ ଗଲା ଜୀବନ
ଘର ମୁହାଁ ପ୍ରବାସୀଙ୍କ ବାଟରେ ଗଲା ଜୀବନ
author img

By

Published : Apr 21, 2021, 8:51 AM IST

ବ୍ରହ୍ମପୁର: କିଛି ସମୟ ପରେ ଘରେ ପହଞ୍ଚିଥାନ୍ତେ । ମନରେ କେତେ ଆଶା ନେଇ ଆସିଥିବେ ସେ । ହେଲେ ଅଧା ବାଟରେ ଚାଲିଗଲା ପ୍ରବାସୀଙ୍କ ଜୀବନ । ଟ୍ରେନରେ ଘରକୁ ଫେରୁଥିବା ବେଳେ ଗଞ୍ଜାମ ଜିଲ୍ଲାର ଖଣ୍ଡଦେଉଳି ଗାଁର ୩୯ ବର୍ଷୀୟ ବିଶ୍ଵନାଥ ଜେନାଙ୍କ ମୃତ୍ୟୁ ହୋଇଛି ।

ଘର ମୁହାଁ ପ୍ରବାସୀଙ୍କ ବାଟରେ ଗଲା ଜୀବନ
ଘର ମୁହାଁ ପ୍ରବାସୀଙ୍କ ବାଟରେ ଗଲା ଜୀବନ

ସୂଚନାଅନୁସାରେ, ବିଶ୍ବନାଥ ସୁରତରେ ରୁହନ୍ତି । ତାଙ୍କର ଅନ୍ୟଜଣେ ବନ୍ଧୁଙ୍କ ସହିତ ଅହମ୍ମଦାବାଦ-ପୁରୀ ଟ୍ରେନରେ ସୁରତରୁ ନିଜ ଗାଁକୁ ଫେରୁଥିଲେ । ରାତିରେ ଟ୍ରେନରେ ହଠାତ ସେ ଅସୁସ୍ଥତା ଅନୁଭବ କରିଥିଲେ । ଏହା ପରେ ବିଶ୍ରାମ ନେବା ପାଇଁ ଶୋଇ ପଡିଥିଲେ । ହେଲେ କିଏ ଜାଣିଥିଲା ତାଙ୍କର ଏହା ଶେଷ ନିଦ ବୋଲି । ସବୁ ଦିନ ପାଇଁ ଶୋଇଯାଇଥିଲେ ସେ ।

ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବା ପରେ ତାଙ୍କ ମୃତଦେହକୁ ବାହାରକୁ ଅଣାଯାଇଥିଲା । ପରେ ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ମୃତ୍ୟୁଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ ମୃତ ବିଶ୍ଵନାଥଙ୍କ ହାଇ ଡାଇବେଟିସ୍ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି । ତେବେ କୋରୋନାର ଦ୍ବିତୀୟ ଲହର ଯୋଗୁଁ ପ୍ରବାସୀ ଓଡିଆମାନେ ଘର ମୁହାଁ ହେଉଥିବା କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.