ETV Bharat / city

ରାସ୍ତାରେ ପ୍ରସବ କଲେ ମାନସିକ ବିକାରଗ୍ରସ୍ତ ମହିଳା, ସ୍ଥାନୀୟ ଲୋକେ କଲେ ଉଦ୍ଧାର

author img

By

Published : Sep 23, 2019, 10:54 AM IST

ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କେ. ନୂଆଗାଁ ଥାନାଞ୍ଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ସ୍ଥାନୀୟ ବମକୋଇ ଗ୍ରାମରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳା ଗୋଟିଏ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କେ. ନୂଆଗାଁ ଥାନାଞ୍ଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ସ୍ଥାନୀୟ ବମକୋଇ ଗ୍ରାମରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳା ଗୋଟିଏ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଯାହା ଆଖପାଖ ଅଞ୍ଚଳରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ ସୋମବାର ସକାଳେ ହଠାତ୍‌ ପ୍ରସବ ବେଦନା ସହି ନପାରି ବାଲିଯୋଡି ମାଣିକପୁର ରାସ୍ତା ମଧ୍ୟରେ ଥିବା ଏକ ଚାଷ ଜମି ପାଖରେ ମହିଳା ଜଣଙ୍କ ପ୍ରସବ କରିଥିଲେ । ଯାହାକୁ ସ୍ଥାନୀୟ କିଛି ମହିଳା ଓ ଲୋକେ ଦେଖି ଉଭୟ ମା’ ଓ ଶିଶୁକୁ ଉଦ୍ଧାର କରି ବମକେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଚିକିତ୍ସା ପରେ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବାବେଳେ ବର୍ତ୍ତମାନ ସୁଦ୍ଧା ମହିଳା ଜଣଙ୍କ ପରିଚୟ ମିଳିପାରି ନାହିଁ । ମହିଳା ଜଣଙ୍କ ଆଖପାଖ ଅଞ୍ଚଳରେ ପ୍ରାୟ 2-3 ବର୍ଷ ହେବ ବୁଲୁଥିବା ବେଳେ ହଠାତ୍‌ ଏପରି ସ୍ଥିତି ସୃଷ୍ଟି କରିଛି ପ୍ରଶ୍ନବାଚୀ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅର୍ନ୍ତଗତ କେ. ନୂଆଗାଁ ଥାନା ଅଞ୍ଚଳରେ ବମକୋଇ ଗ୍ରାମରେ ଜଣେ ପାଗଳି ପୁତ୍ର ସନ୍ତାନ ପ୍ରସବ କରାଇବା ଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।ହଠାତ୍ ଆଜି ସକାଳ ସମୟରେ ପ୍ରସବ ବେଦନା ସହ୍ୟ କରିନପାରି ବାଲିଯୋଡି ମାଣିକପୁର ରାସ୍ତା ମଧ୍ୟରେ ଥିବା ଏକ ଚାଷ ଜମି ନିକଟରେ ମାନସିକ ବିକାର ଗ୍ରସ୍ତ ମହିଳା ପ୍ରସବ କରିଥିବା ସ୍ଥାନୀୟ ଅଞ୍ଚଳର କିଛି ମହିଳା ଏବଂ କିଛି ବ୍ୟକ୍ତି ବିଶେଷ ଦେଖିବା ପରେ ମହିଳା ମାନେ ପାଗଳି ଓ ତାର ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରି ସ୍ଥାନୀୟ ବମକେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ସହ ଚାଇଲଡ୍ ଲାଇନ କୁ ସୂଚନା ଦିଆଯାଇଛି ।ସେପଟେ ପାଗଳି ଜଣଙ୍କ ସ୍ଥାନୀୟ ଅଞ୍ଚଳରେ ଗତ
ଦୁଇ ରୁ ତିନି ବର୍ଷ ଧରି ବୁଲୁଥିବା ବେଳେ ତାହାର ପରିଚୟ ମିଳିନଥିବା ବେଳେ ଏଭଳି ପୁତ୍ର ସନ୍ତାନ ପ୍ରସବ କରିବା ଘଟଣା କୁ ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି କରିଛି ।Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ ...Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.