ETV Bharat / city

ଜମାକାରୀଙ୍କ ଅର୍ଥ ଫେରସ୍ତକୁ ନେଇ ଆଲୋଚନା - account holder

କିଭଳି ସାହାରା ଇଣ୍ଡିଆରେ ଜମାକରିଥିବା ଜମାକାରୀଙ୍କ ଅର୍ଥ ଫେରସ୍ତ କରାଯିବ ସେ ନେଇ ପୋଲିସ ଏବଂ ସାହାରା ଇଣ୍ଡିଆର ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଏକ ବୈଠକ ଆୟୋଜିତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Jul 16, 2019, 6:54 AM IST

ବ୍ରହ୍ମପୁର: ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସୋମବାର ପୋଲିସ ଏବଂ ସାହାରା ଇଣ୍ଡିଆର ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଏକ ବୈଠକ ଆୟୋଜିତ ହୋଇଛି । ଏଥିରେ କିଭଳି ସାହାରା ଇଣ୍ଡିଆରେ ଜମାକରିଥିବା ଜମାକାରୀଙ୍କ ଅର୍ଥ ଫେରସ୍ତ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସହର ସମେତ ଆଖପାଖ ଅଞ୍ଚଳର ବହୁ ଜନସାଧାରଣ ନିଜର କଷ୍ଟ ଅର୍ଜିତ ଅର୍ଥରୁ ସଞ୍ଚୟ କରି କିଛି ଭବିଷ୍ୟତ ପାଇଁ ସାହାରା ଇଣ୍ଡିଆର ବ୍ରହ୍ମପୁର କାର୍ଯ୍ୟାଳୟରେ ବିଭିନ୍ନ ଯୋଜନାରେ ଜମା ରଖିଥିଲେ । ହେଲେ ସୁପ୍ରିମକୋର୍ଟ ପକ୍ଷରୁ ସାହାରା ଇଣ୍ଡିଆର କେତେକ ସ୍କିମ୍ କୁ ନେଇ ପ୍ରଶ୍ନ ଉଠାଇ ଏହାର ସମ୍ପତ୍ତି ବିକ୍ରି ଉପରେ ରୋକ ଲଗାଯାଇଥିଲା । ଏହାସହ ଜମାକାରୀଙ୍କ ଅର୍ଥକୁ ଫେରସ୍ତ କରିବା ପାଇଁ ନିର୍ଦ୍ଧେଶନାମା ଦିଆଯାଇଥିଲା । କିନ୍ତୁ କିଛି ପ୍ରତିବନ୍ଧକକୁ ନେଇ ଜମାକାରୀଙ୍କ ଅର୍ଥକୁ ଫେରାଇ ଦିଆ ଯାଉନଥିବା ଯୋଗୁଁ ସାଧାରଣ ଜନତା ନାନା ହଟ୍ଟହଟା ହେଉଛନ୍ତି ।

ଜମାକାରୀ ମାନଙ୍କ ବିଭିନ୍ନ ସ୍କିମ୍ ର ଅର୍ଥ ସହ ମେଚ୍ୟୁରିଟି ଭାଲ୍ୟୁ ମିଳିପାରୁ ନଥିବାରୁ ଏହାକୁ ନେଇ ସାଧାରଣ ଜନତା ସାହାରା ଏଜେଣ୍ଟ ମାନଙ୍କୁ ନାନା ହଇରାଣ କରୁଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିବା ପରେ ଏହାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଥିଲା ।

ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ବ୍ରହ୍ମପୁର ସହର ସମେତ ଆଖପାଖ ଅଞ୍ଚଳର ବହୁ ଜନସାଧାରଣ ନିଜର କଷ୍ଟ ଅର୍ଜିତ ଅର୍ଥରୁ ସଞ୍ଚୟ କରି କିଛି ଭବିଷ୍ୟତ ପାଇଁ ସାହାରା ଇଣ୍ଡିଆ ର ବ୍ରହ୍ମପୁର କାର୍ଯ୍ୟାଳୟରେ ବିଭିନ୍ନ ଯୋଜନା ରେ ଜମା ରଖିଥିଲେ ।ହେଲେ ମାନ୍ୟବର ସୁପ୍ରିମକୋର୍ଟ ପକ୍ଷରୁ ସାହାରା ଇଣ୍ଡିଆ ର କେତେକ ସ୍କିମ୍ କୁ ନେଇ ପ୍ରଶ୍ନ ଉଠାଇ ଏହାର ସମ୍ପତ୍ତି ବିକ୍ରି ଉପରେ ରୋକ ଲଗାଇବା ସହ ଜମାକାରୀ ଙ୍କ ଅର୍ଥ କୁ ଜମା କରିବା ପାଇଁ ନିର୍ଦ୍ଧେଶନାମା ଦିଆଯିବା ପରେ କେତେକ ପ୍ରତିବନ୍ଧକ କୁ ନେଇ ଜମାକାରୀ ଙ୍କ ଅର୍ଥକୁ ଫେରାଇ ଦିଆଯାଉନଥିବା ଯୋଗୁଁ ସାଧାରଣ ଜନତା ନାନା ହଟ୍ଟହଟା ହେଉଛନ୍ତି । ଜମାକାରୀ ମାନଙ୍କ ବିଭିନ୍ନ ସ୍କିମ୍ ର ଅର୍ଥ ସହ ମେଚ୍ୟୁରିଟି ଭ୍ୟାଲୁ ମିଳିପାରୁନଥିବାରୁ ଏହାକୁ ନେଇ ସାଧାରଣ ଜନତା ସାହାରା ଏଜେଣ୍ଟ ମାନଙ୍କୁ ନାନା ହଇରାଣ କରୁଥିବା ନେଇ ଜିଲ୍ଲାପ୍ରଶାସନ ନିକଟରେ ଅଭିଯୋଗ କରିବା ପରେ ଏହାକୁ ନେଇ ଗୁରୁତ୍ୱପୁର୍ଣ୍ଣ ବିଷୟରେ ଆଲୋଚନା କରାଯାଇଥିଲା ।ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ବୈଠକରେ ପୋଲିସ ଏବଂ ସାହାରା ଇଣ୍ଡିଆ ର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି କିଭଳି ଜମାକାରୀ ଙ୍କ ଅର୍ଥ ଫେରସ୍ତ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା ।
ବାଇଟ୍-ଦିଗନ୍ତ କୁମାର ରାଉତରାୟ(ଉପଜିଲ୍ଲାପାଳ, ବ୍ରହ୍ମପୁର)
ବାଇଟ୍-ବାବୁ ବସନ୍ତିଆ(ବରିଷ୍ଠ ଅଧିକାରୀ, ସାହାରା ଇଣ୍ଡିଆ)

Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.