ETV Bharat / city

ଗଣମାଧ୍ୟମକୁ ସ୍କୁଲ ମନା ଘଟଣା, ରାଜ୍ୟ ତରଫରୁ ନିର୍ଦ୍ଦେଶ ନାହିଁ କହିଲେ ଶିକ୍ଷାମନ୍ତ୍ରୀ - ଗଣମାଧ୍ୟମକୁ ସ୍କୁଲ ମନା ଘଟଣାରେ ଶିକ୍ଷାମନ୍ତ୍ରୀଙ୍କ ପ୍ରତିକ୍ରିୟା

ବିନା ଅନୁମତିରେ ସ୍କୁଲ୍‌ କ୍ୟାମ୍ପସ ଭିତରେ ପଶି ପାରିବେନାହିଁ ଗଣମାଧ୍ୟମର ପ୍ରତିନିଧି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଅଧିକ ପଢନ୍ତୁ

ଗଣ ଶିକ୍ଷାମନ୍ତ୍ରୀ
ଗଣ ଶିକ୍ଷାମନ୍ତ୍ରୀ
author img

By

Published : Jul 11, 2022, 9:10 AM IST

ବ୍ରହ୍ମପୁର: ବିନା ଅନୁମତିରେ ସ୍କୁଲ୍‌ କ୍ୟାମ୍ପସ ଭିତରେ ପଶି ପାରିବେନାହିଁ ଗଣମାଧ୍ୟମର ପ୍ରତିନିଧି । ସ୍କୁଲ ହତା ମଧ୍ୟରେ ଛାତ୍ରଛାତ୍ରୀଙ୍କୁ କିଛି ପଚାରି ପାରିବେ ନାହିଁ । ଏ ଖବର ନେଇ ସରକାରୀ ଚିଠି ହେବା ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି । ହେଲେ ଏ ଘଟଣାକୁ ଅସ୍ବୀକାର କରିଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ । ଏନେଇ ରାଜ୍ୟ ତରଫରୁ ସେଭଳି କୌଣସି ନିର୍ଦ୍ଦେଶ ହୋଇନାହିଁ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି ଶିକ୍ଷାମନ୍ତ୍ରୀ।

ଏହା ବି ପଢନ୍ତୁ...ଗଣମାଧ୍ୟମକୁ ସ୍କୁଲ ହତା ମନା, ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ

ଗଣମାଧ୍ୟମକୁ ସ୍କୁଲ ହତା ମନା ଘଟଣା, ରାଜ୍ୟ ତରଫରୁ ନିର୍ଦ୍ଦେଶ ନାହିଁ କହିଲେ ଶିକ୍ଷାମନ୍ତ୍ରୀ

ବ୍ରହ୍ମପୁର ସହରର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ । ଏହି ଅବସରରେ ସ୍ଥାନୀୟ କ୍ଷେତ୍ରରେ କିଛି ସମସ୍ୟାକୁ ଦେଖି ଢେଙ୍କାନାଳ ଜିଲ୍ଲାରେ ଏଭଳି ସରକାରୀ ଚିଠି ହୋଇଥିବା ନଜରକୁ ଆସିଥିବା କହିଛନ୍ତି ଗଣ ଶିକ୍ଷାମନ୍ତ୍ରୀ । ଭୁବନେଶ୍ବର ଫେରିବା ପରେ ଏ ସମ୍ପର୍କରେ ଆଲୋଚନା କରି ଆବଶ୍ୟକୀୟ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସମୀର ରଞ୍ଜନ ଦାସ ।

ଗଣମାଧ୍ୟମ ସବୁବେଳେ ପକ୍ଷରୁ ଅନେକ ଘଟଣା ନଜରକୁ ଆସିଛି । ଗଣଶିକ୍ଷା ବିଭାଗରେ ଗଣମାଧ୍ୟମଠାରୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ପାଇ ଆସିଛି । ଆଗକୁ ମଧ୍ୟ ଆଶା କରାଯାଉଛି । ଆଞ୍ଚଳିକ ଭାବରେ କୌଣସି ଘଟଣାକୁ ନେଇ ଢେଙ୍କାନାଳ ଜିଲ୍ଲା ଶିକ୍ଷାଧିକାରୀ ଏକ ଚିଠି କରିଛନ୍ତି ଏ ବାବଦରେ ଆଲୋଚନା କରି ଆବଶ୍ୟକ ବିଚାର ବିମର୍ଷ କରାଯିବ ବୋଲି କହିଛନ୍ତି ଗଣ ଶିକ୍ଷାମନ୍ତ୍ରୀ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.