ETV Bharat / city

ଜନ୍ମମାଟିରେ ପହଞ୍ଚିଲା ଯବାନଙ୍କ ମରଶରୀର, ରାଷ୍ଟ୍ରୀୟ ସମ୍ମାନରେ ହେଲା ଶେଷକୃତ୍ୟ

author img

By

Published : Dec 23, 2020, 10:35 AM IST

ଜନ୍ମମାଟିରେ ରାଷ୍ଟ୍ରୀୟ ସମ୍ମାନ ସହ ଶହୀଦ ଯବାନଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ । ଅଧିକ ପଢନ୍ତୁ...

ମରଶରୀର
ମରଶରୀର

ବ୍ରହ୍ମପୁର: ସିକିମ ନାଥୁଲା ସେକ୍ଟରରେ ଏକ ସଡକ ଦୁର୍ଘଟଣାରେ ଶହୀଦ ହୋଇଥିବା ଓଡିଆ ଯବାନଙ୍କ ମରଶରୀର ଜନ୍ମମାଟିରେ ପହଞ୍ଚିଛି । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳର ଆଠଗଡ ପାଟଣାରେ ଯବାନ ଯଜ୍ଞ ନାରାୟଣ କରଙ୍କ ମରଶରୀର ପହଞ୍ଚିବା ପରେ ରାଷ୍ଟ୍ରୀୟ ସମ୍ମାନରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି ।

ଜନ୍ମମାଟିରେ ପହଞ୍ଚିଲା ଯବାନଙ୍କ ମରଶରୀର

ରାତିରେ ଯବାନଙ୍କ ମରଶରୀରେ ଗାଁରେ ପହଞ୍ଚିବା ପରେ ଭାରତୀୟ ସୈନ୍ୟବାହିନୀ ପକ୍ଷରୁ ରାଷ୍ଟ୍ରୀୟ ସଲାମ ପ୍ରଦାନ କରାଯାଇଥିଲା । ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସମସ୍ତ ପ୍ରକାର କାର୍ଯ୍ୟ କରାଯାଇଥିଲା ।

ଗ୍ରାମରେ ଯବାନଙ୍କ ଶରୀର ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଗ୍ରାମବାସୀ ମାନେ ଏକ ବିରାଟ ଶୋଭାଯାତ୍ରାରେ ସମଗ୍ର ଅଞ୍ଚଳ ପରିକ୍ରମା କରିଥିଲେ । ଏହି ସମୟରେ ଭାରତ ମାତାକି ଜୟ ଏବଂ ବନ୍ଦେ ମାତରମ୍ ଧ୍ବନୀରେ ପ୍ରକମ୍ପିତ ହୋଇ ଉଠୁଥିଲା ସମଗ୍ର ଅଞ୍ଚଳ ।

ଅନ୍ୟପଟେ ଦୁର୍ଘଟଣାରେ ନିଜର ରୋଜଗାରିଆ ପୁଅକୁ ହରାଇ ଏକ ପ୍ରକାର ଭାଙ୍ଗି ପଡିଛନ୍ତି ପରିବାର ବର୍ଗ । ସୂଚନାଥାଉକି, ଗତ ଦୁଇ ଦିନ ତଳେ ପ୍ରବଳ ତୁଷାରପାତ କାରଣରୁ ସିକିମରେ ଏକ ଗାଡିରେ ଯାଉଥିବା ଚାରି ଜଣ ଯବାନ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଗାଡିଟି 800 ଫୁଟ ତଳକୁ ଖସିଯିବା ପରେ ସର୍ଚ୍ଚ ଅପରେସନ୍ କରାଯାଇ 4 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.