ETV Bharat / city

ଶ୍ବଶୁର ଘରେ ବୋହୂ ଗୃହବନ୍ଦୀ, ଦଉଡି ସାହାଯ୍ୟରେ ଉପର ମହଲାକୁ ଖାଦ୍ୟ ପଠାଇଲେ ପରିବାର - ଧାରଣା ଦେଇଥିବା ମହିଳାଙ୍କୁ ଶ୍ବଶୁର ଘରେ ଗୃହବନ୍ଦୀ ଅଭିଯୋଗ

ନିଜର ହକ୍ ପାଇଁ ଡାକ୍ତର ସ୍ବାମୀଙ୍କ ଘର ସମ୍ମୁଖରେ ଧାରଣାରେ ବସି ରହିଥିବା ବ୍ରହ୍ମପୁର ଖୋଡାସିଙ୍ଗି ଅଞ୍ଚଳର ଜଣେ ବିବାହୀତ ମହିଳାଙ୍କୁ ଶ୍ବଶୁର ଘର କୋଠାରେ ଗୃହବନ୍ଧୀ କରି ରଖାଯାଇଥିବା ଅଭିଯୋଗ । ଅଧିକ ପଢନ୍ତୁ...

married women protest in front of husband house in berhampur
ଧାରଣା ଦେଇଥିବା ମହିଳାଙ୍କୁ ଶ୍ବଶୁର ଘରେ ଗୃହବନ୍ଦୀ ଅଭିଯୋଗ , ଦଉଡି ଦେଇ ଉପର ମହଲାକୁ ଖାଦ୍ୟ ପଠାଇଲେ ପରିବାର
author img

By

Published : Mar 9, 2021, 10:39 PM IST

ବ୍ରହ୍ମପୁର: ଧାରଣା ଦେଇଥିବା ମହିଳାଙ୍କୁ ଶ୍ବଶୁର ଘର କୋଠାରେ ଗୃହବନ୍ଦୀ ଅଭିଯୋଗ । ନିଜର ହକ୍ ପାଇଁ ଡାକ୍ତର ସ୍ବାମୀଙ୍କ ଘର ସମ୍ମୁଖରେ ଧାରଣାରେ ବସି ରହିଥିବା ବ୍ରହ୍ମପୁର ଖୋଡାସିଙ୍ଗି ଅଞ୍ଚଳର ଜଣେ ବିବାହୀତ ମହିଳାଙ୍କୁ ଶ୍ବଶୁର ଘର କୋଠାରେ ଗୃହବନ୍ଧୀ କରି ରଖାଯାଇଥିବା ଅଭିଯୋଗ ହୋଇଛି । ସେପଟେ ନିଜ ସ୍ବାମୀଙ୍କ ଘର ମଧ୍ୟରେ ପଶି ରହିବା ପାଇଁ ଉଦ୍ୟମ କରିଥିବା ମହିଳାଙ୍କୁ ଶ୍ବଶୁର ଘର ତାଲା ପକାଇଦେଲେ । ମହିଳାଙ୍କ ବାପ ଘର ପକ୍ଷରୁ ଦଉଡି ବାନ୍ଧି ଦିନ ତମାମ ଖାଇବା ଖାଦ୍ୟ ଠାରୁ ଅତ୍ୟାବଶ୍ୟକ ସାମଗ୍ରୀ ପଠାଇଥିବା ଦେଖାଯାଇଛି ।

ଧାରଣା ଦେଇଥିବା ମହିଳାଙ୍କୁ ଶ୍ବଶୁର ଘରେ ଗୃହବନ୍ଦୀ ଅଭିଯୋଗ , ଦଉଡି ଦେଇ ଉପର ମହଲାକୁ ଖାଦ୍ୟ ପଠାଇଲେ ପରିବାର

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳା ନିଜ ଶ୍ବଶୁର ଘରେ ବୋହୂର ମାନ୍ୟତା ପାଇବା ସହ ନିଜ ସ୍ବାମୀଙ୍କ ପାଖରେ ରହିବା ଦାବି କରି ଶ୍ବଶୁର ଘର ସମୁଖରେ ଧାରଣାରେ ବସି ରହିଥିଲେ । ହେଲେ ଧାରଣାର ଦ୍ବିତୀୟ ଦିନ ସକାଳ ସମୟରେ ମହିଳା ଜଣଙ୍କ ନିଜର ଶ୍ବଶୁର ଘର ଦ୍ବିତୀୟ ମହଲା କୋଠାକୁ ନିତ୍ୟ କର୍ମ ଶେଷ କରିବାକୁ ଯାଇଥିବା ଘରକୁ ଯାଇଥିବା ବେଳେ ସିଡିର ତଳ ପଟୁ କୁଆଡ଼େ ତାଲା ପକାଇ ଦେଇଥିଲେ ଶ୍ବଶୁର ଘର । ଆଉ ଯାହାକୁ ନେଇ ମହିଳା ଜଣଙ୍କ ଘରେ ରହିବା ପରେ ଖାଇବା ଏଭଳି ଦଉଡି ବାନ୍ଧି ଖାଦ୍ୟ ପୁଡିଆ ପଠାଇବା ଭଳି ଘଟଣା ସଭ୍ୟ ସମାଜ ପ୍ରତି ପୁଣି ଅଙ୍କୁଳି ନିର୍ଦ୍ଦେଶ କରିଛି ।

ଗତ କିଛି ଦିନ ଧରି ବ୍ରହ୍ମପୁର ସହର ଉପକଣ୍ଠ ଅଞ୍ଚଳର ଏହି ମହିଳା ଜଣଙ୍କ ନିଜର ନ୍ୟାୟ ପାଇବା ପାଇଁ ପୋଲିସ ଥାନା ଠାରୁ ଆରମ୍ଭ କରି ଏସପିଙ୍କ କାର୍ଯ୍ୟାଳୟ , ମହିଳା କମିଶନରଙ୍କ ପାଖକୁ ଯିବା ପରେ ଶେଷରେ ଏଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି । ଏ ନେଇ ସହରର ପ୍ରମିଳା ଦେବୀ ମହିଳା କଲ୍ୟାଣ ସଂଘର ସଭାନେତ୍ରୀ ପ୍ରମିଳା ତ୍ରୀପାଠୀଙ୍କ ସହିତ ଧାରଣାରେ ବସି ରହିବାକୁ ସ୍ଥିର କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.