ETV Bharat / city

ଅଦୃଶ୍ୟ ଭାଇରସ ବିରୁଦ୍ଧରେ ଆଗୁଆ ଯୋଦ୍ଧା, ପହଞ୍ଚାଉଛନ୍ତି ଖାଦ୍ୟ ଓ ପ୍ରାଣବାୟୁ - ଗରୀବଙ୍କ ସାହାରା ସାଜିଛନ୍ତି ଅନେକ ଯୋଦ୍ଧା

ଅଦୃଶ୍ୟ ଭାଇରସ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆଗେଇ ଆସିଛନ୍ତି ଦେଶର ଅନେକ ଯୋଦ୍ଧା । ଭାଇରସରେ ଆକ୍ରାନ୍ତ ହୋଇ ନିୟମିତ ଭାବରେ ସଂକ୍ରମିତ ହେଉଥିବା ବ୍ୟକ୍ତିବିଶେଷଙ୍କୁ ସ୍ବାସ୍ଥସେବା ଯୋଗାଇବା ପାଇଁ ଦିନ ରାତି ଏକ କରି ଲଢୁଛନ୍ତି ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ । ଅଧିକ ପଢନ୍ତୁ...

ଗରୀବଙ୍କ ସାହାରା ସାଜିଛନ୍ତି ଅନେକ ଯୋଦ୍ଧା
ଗରୀବଙ୍କ ସାହାରା ସାଜିଛନ୍ତି ଅନେକ ଯୋଦ୍ଧାଗରୀବଙ୍କ ସାହାରା ସାଜିଛନ୍ତି ଅନେକ ଯୋଦ୍ଧା
author img

By

Published : May 30, 2021, 10:42 PM IST

ବ୍ରହ୍ମପୁର: ମହାମାରୀର ମହାଯୁଦ୍ଧରେ ଗରିବଙ୍କ ସାହାରା ସାଜିଛନ୍ତି ଅନେକ ଯୋଦ୍ଧା । ଅଦୃଶ୍ୟ ଭାଇରସ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆଗେଇ ଆସିଛନ୍ତି ଦେଶର ଅନେକ ଯୋଦ୍ଧା । ଭାଇରସରେ ଆକ୍ରାନ୍ତ ହୋଇ ନିୟମିତ ଭାବରେ ସଂକ୍ରମିତ ହେଉଥିବା ବ୍ୟକ୍ତିବିଶେଷଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଦିନ ରାତି ଏକ କରି ଲଢୁଛନ୍ତି ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ।

ଗରୀବଙ୍କ ସାହାରା ସାଜିଛନ୍ତି ଅନେକ ଯୋଦ୍ଧା

ସେପଟେ ଘରୁ ନବାହାରିବାକୁ ସରକାର ଓ ପ୍ରଶାସନ ପକ୍ଷରୁ କଡାକଡି ନିଆଯାଉଛି ପଦକ୍ଷେପ । ହେଲେ ଏହାରି ମଧ୍ୟରେ ଦୁଇ ଓଳି ଦୁଇ ମୁଠା ଖାଇବାକୁ ପାଉନଥିବା ଗରୀବଙ୍କୁ ସାହାର୍ଯ୍ୟ କରିବା ଠାରୁ ଘରେ ରହି ଆକ୍ସିଜେନ୍ ଆବଶ୍ୟକ ରହିଥିବା ବ୍ୟକ୍ତିବିଶେଷଙ୍କୁ ସିଲିଣ୍ଡର ଯୋଗାଇବା ଏବଂ ସ୍ୟାସ୍ଥ୍ୟ ସେବାରେ ସହାୟତା କରୁଛନ୍ତି ମହାମାରୀର ମହାଯୁଦ୍ଧରେ ଗରିବଙ୍କ ସାହାରା ସାଜିଥିବା ଅନେକ ଯୋଦ୍ଧା ।

ସନ୍ ଏବଂ ନିଲ୍ ଫାଉଣ୍ଡେସନର ଅଧ୍ୟକ୍ଷ ଧର୍ମା ରାଓ । ଯିଏ କୋରୋନା ମହାମାରୀରେ ଗରୀବଙ୍କୁ ଅକ୍ସିଜେନ ସିଲିଣ୍ଡର ଯୋଗାଉଛନ୍ତି । କେବଳ ଅକ୍ସିଜେନ ସିଲିଣ୍ଡର ନୁହେଁ ଲକଡାଉନରେ ଖାଇବାକୁ ପାଉନଥିବା ଲୋକଙ୍କ ଠାରୁ ଆରମ୍ଭ କରି କୋରୋନାରେ ଆକ୍ରାନ୍ତ ହୋଇ ହୋମ ଆଇସୋଲେସନ ରହୁଥିବା ରୋଗୀଙ୍କୁ ରନ୍ଧାଖାଦ୍ୟ ନିୟମିତ ଭାବରେ ଯୋଗାଇ ଆସୁଛନ୍ତି । ନିୟମିତ ଭାବରେ 24 ଘଣ୍ଟିଆ ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି ଧର୍ମା ।

କେବଳ ଧର୍ମା ନୁହଁନ୍ତି ଧର୍ମାଙ୍କ ଭଳି ବ୍ରହ୍ମପୁର ସହରରେ ଅନେକ ବ୍ୟକ୍ତିବିଶେଷ ଏବଂ ବିଭିନ୍ନ ଅନୁଷ୍ଠାନ ଆଗେଇ ଆସିଛନ୍ତି ଅଦୃଶ୍ୟ ଭାଇରାସ ବିରୁଦ୍ଧରେ ଲଢେଇ କରିବାକୁ । ବ୍ରହ୍ମପୁର ସହରରେ ଗରିବଙ୍କୁ ରାସନ ସାମଗ୍ରୀ ଯୋଗାଇବା ଠାରୁ ଆରମ୍ଭ କରି ଗରିବ ନିଷ୍ପେସିତଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଇ ଆସୁଛନ୍ତି ସହରର କାହ୍ନା ଚାରିଟେବୁଲ ଟ୍ରଷ୍ଟ ଏବଂ କଲାଞ୍ଜଲ ଅନୁଷ୍ଠାନ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.