ETV Bharat / city

ଆସନ୍ତା ୪ରେ BJDରେ ମିଶିବେ ବହୁ କଂଗ୍ରେସ ନେତା - gopalpur Congress leaders join in BJD

ବିଜେଡିରେ ଯୋଗ ଦେବେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ବହୁ କଂଗ୍ରେସ ନେତା । ଆସନ୍ତା ୪ରେ ଦଳରେ ହେବେ ସାମିଲ । ଅଧିକ ପଢନ୍ତୁ

ଆସନ୍ତା ୪ରେ BJD ସାମିଲ ହେବେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ବହୁ କଂଗ୍ରେସ ନେତା

author img

By

Published : Dec 1, 2021, 10:46 PM IST

ବ୍ରହ୍ମପୁର: କଂଗ୍ରେସରୁ ଇସ୍ତଫା ଦେବା ପରେ ବିଜେଡିରେ ଯୋଗ ଦେବାକୁ ସ୍ଥିର କରିଛନ୍ତି ଗୋପାଳପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସର ବହୁ ବରିଷ୍ଠ ନେତୃବୃନ୍ଦ ସମେତ ହଜାର ହଜାର କର୍ମୀ । ଗତ ସାଧାରଣ ନିର୍ବାଚନରେ କଂଗ୍ରେସରୁ ଗୋପାଳପୁରରେ ପ୍ରାର୍ଥୀ ହୋଇଥିବା ଏସ. ଧର୍ମରାଜ ରେଡ୍ଡୀ, ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କଂଗ୍ରେସର ନଗର ସଭାପତି ଏବଂ ବ୍ଲକ କଂଗ୍ରେସ ସଭାପତି ବିଜେଡିରେ ଯୋଗ ଦେବେ ।

ଆସନ୍ତା ୪ରେ BJD ସାମିଲ ହେବେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ବହୁ କଂଗ୍ରେସ ନେତା

ଜୋନସ୍ତରୀୟ ସଂଗଠନ ୫୪ ଓ ୫୫ର ସଭାପତିମାନେ ମଧ୍ଯ ଶଙ୍ଖ ଧରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୪ରେ ଦଳର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାଶଙ୍କ ଉପସ୍ଥିତିରେ ଏହି ନେତୃବୃନ୍ଦ ମାନେ ବିଜୁ ଜନତା ଦଳରେ ଯୋଗ ଦେବେ । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମସ୍ତ ଜନହିତକର କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରୟାଶ କରିବେ ବୋଲି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ସାମ୍ୱାଦିକ ସମ୍ମିଳନୀରେ ଏସ. ଧର୍ମରାଜ ରେଡ୍ଡୀଙ୍କ ସମେତ କରାପଲ୍ଲୀ ସରପଞ୍ଚଙ୍କ ସମେତ ବହୁ ଦଳୀୟ କର୍ମୀମାନେ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.