ETV Bharat / city

ସାତ ଭଉଣୀ ସହ ମା' ମହୁରୀ କାଳୁଆଙ୍କ ଶାରଦୀୟ ଦୁର୍ଗାପୂଜା, ଶ୍ରଦ୍ଧାଳୁଶୂନ୍ୟ ପୀଠ

author img

By

Published : Oct 15, 2021, 9:20 PM IST

ବିଜୟା ଦଶମୀ ଅବସରରେ ପୀଠରେ ପୂଜା ପାଉଛନ୍ତି ମା' ମହୁରୀ କାଳୁଆ । ଜିଲ୍ଲା ପ୍ରଶାସନ ପକ୍ଷରୁ କୋରୋନା କଟକଣାକୁ କଡାକଡି କରାଯାଇଥିବାରୁ ଭକ୍ତଶୂନ୍ୟ ମା'ଙ୍କ ପୀଠ । ଅଧିକ ପଢନ୍ତୁ...

ମା' ମହୁରୀ କାଳୁଆଙ୍କ ଶାରଦୀୟ ଦୁର୍ଗାପୂଜା, କୋଭିଡ କଟକଣା ଯୋଗୁଁ ଭକ୍ତଶୂନ୍ୟ ପୀଠ

ବ୍ରହ୍ମପୁର: ଶାରଦୀୟ ପୁଜାକୁ ନେଇ ଉତ୍ସବ ମୁଖର ରାଜ୍ୟର ପ୍ରମୁଖ ଶକ୍ତିପୀଠ । ସେଥିମଧ୍ୟରୁ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ କୁହାଯାଉଥିବା ବ୍ରହ୍ମପୁର ସହରର ଉପକଣ୍ଠ ମା' ମହୁରୀ କାଳୁଆ ପୀଠ ଅନ୍ୟତମ । କେରାଣ୍ଡିମାଳ ପର୍ବତରେ ଶିଖରରେ କାହିଁ କେଉଁ କାଳରୁ ପୁଜା ପାଇ ଆସୁଥିବା ମାଆ ମହୁରୀ କାଳୁଆଙ୍କ ପୀଠରେ ବର୍ଷ ତମାମ ପୂଜାର୍ଚ୍ଚନା ହୋଇ ଆସୁଛି । ଆଉ ସେଥିମଧ୍ୟରେ ଶାରଦୀୟ ନବରାତ୍ର ପୁଜା ସମୟରେ ରହିଥାଏ ମା'ଙ୍କ ପାରମ୍ପରିକ ରୀତିନୀତିରେ ସ୍ବତନ୍ତ୍ର ଭାବେ ପୁଜାର୍ଚ୍ଚନା କରାଯାଏ ।

ତେବେ ପ୍ରତ୍ୟକ ଦିନ ମା'ଙ୍କ ପୀଠରେ ପ୍ରାତଃ ସମୟରେ ସୂର୍ଯ୍ୟପୂଜା, ବାଳଭୋଗ, ମଧ୍ୟାହ୍ନ ସମୟରେ ଅନ୍ନଭୋଗ , ସଂନ୍ଧ୍ୟା ଆଳତୀ ସହ ମଧ୍ୟରାତ୍ର ପର୍ଯ୍ୟନ୍ତ ମା'ଙ୍କ ପୂଜାର୍ଚ୍ଚନା ହୋଇଥିଲା । ମୁଖ୍ୟତଃ ମହୁରୀ ରାଜାଙ୍କ ଇଷ୍ଟ ଦେବୀ ଭାବରେ ମା' କାଳୁଆ ପୂଜା ପାଇ ଆସୁଥିବା ବେଳେ ଅନେକ ପରିବାରର ମଧ୍ୟ ସେ ଇଷ୍ଟ ଦେବୀ ଭାବରେ ପରିଚିତ । ମା'ଙ୍କ ମୁଖ୍ୟ ପୀଠକୁ ଯିବା ପାଇଁ ପୂର୍ବରୁ ଘଞ୍ଚ ଅରଣ୍ୟ ମଧ୍ୟରେ ବହୁ ପାହାଚ ଅତିକ୍ରମ କରିବାକୁ ପଡୁଥିବାରୁ ମାଙ୍କ ସ୍ବପ୍ନାଦେଶ ପାଇଁ ମା'ଙ୍କ ପୀଠ ପର୍ବତର ପାଦ ଦେଶରେ ରହିଅଛି ।

ସେପଟେ ଗଡଜାତ ରାଜ୍ୟ ସମୟରେ ବ୍ରହ୍ମପୁର ପୂର୍ବରୁ ମହୁରୀ ଗଡ ନାମରେ ପରିଚିତ ଥିଲା । ଆଉ ଏଠାରେ ୭ଗୋଟି ଉଇହୁଙ୍କାକୁ ମା' କାଳୁଆଙ୍କ ସାତ ଭଉଣୀ ଭାବରେ ପୂଜା କରାଯାଇଥାଏ । ତେବେ ମନ୍ଦିର ନିକଟରେ ଜଳେଶ୍ବର ମହାଦେବ ମଧ୍ୟ ରହିଛନ୍ତି । ଆଉ ମା'ଙ୍କ ପାଖରେ ଯାହା ମାନସିକ କରାଯାଇଥାଏ ତାହା ପୂରଣ ହୋଇଥିବାର ବିଶ୍ବାସ ରହିଛି । ହେଲେ ଗତ 2 ବର୍ଷ ଧରି କୋଭିଡ ଯୋଗୁଁ ଭକ୍ତ ମାନେ କଟକଣା ମଧ୍ୟରେ ମା'ଙ୍କ ନିକଟକୁ ଆସୁଥିବା ନେଇ ମନରେ ରହିଛି ଅନେକ ଦୁଃଖ ।

ତେବେ ଶାରଦୀୟ ପୂଜା ସମୟର ରାଜ୍ୟର ବିଭିନ୍ନ ଅଞ୍ଚଳରୁ ମା'ଙ୍କ ପୀଠକୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟୁଥିବା ବେଳେ ଗତ ୨ ବର୍ଷ କେବଳ ମା'ଙ୍କର ପୂଜାର୍ଚ୍ଚନା ହେଉଛି । ଏହାରି ମଧ୍ୟରେ ଶ୍ରଦ୍ଧାଳୁ ମାନଙ୍କ ସୁବିଧା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.