ବ୍ରହ୍ମପୁର: ରମ୍ଭାରୁ ମିଳିଲା ଅଧ୍ୟାପକଙ୍କ ସନ୍ଦେହଜନକ ମୃତଦେହ । ରବିବାର ସକାଳେ ଗଞ୍ଜାମ ଜିଲ୍ଲାର ରମ୍ଭା ଥାନା ଅନ୍ତର୍ଗତ ବିରୁଳିଗଡ ରାସ୍ତା ମଧ୍ୟରେ ଜଣେ ଅଧ୍ୟାପକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ତେବେ ମୃତ ଅଧ୍ୟାପକ ଜଣକ ହେଲେ ରମ୍ଭା ଜଗନ୍ନାଥ ମହାବିଦ୍ୟାଳୟର କାର୍ଯ୍ୟରତ ଡେମନଷ୍ଟେଟର ଅଶ୍ବିନୀ କୁମାର ମିଶ୍ର ।
ସୂଚନା ଅନୁଯାୟୀ, ଅଶ୍ବିନୀ କୁମାର ମିଶ୍ରଙ୍କ ମୁଣ୍ଡ ସମେତ ମୁହଁରେ ଗଭୀର କ୍ଷତ ଲାଗିବା ସହ ମୃତଦେହ ନିକଟରେ ଏକ ବୁଲେଟ ପଡିରହିଛି ।
ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଖବର ପାଇ ରମ୍ଭା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ