ETV Bharat / city

କୋଭିଡ୍ କାଳରେ ମଣିଷ ହାଟ: ଦୈନିକ ରାସ୍ତାକଡରେ ଜମୁଛି ମଜୁରିଆଙ୍କ ଭିଡ, ହେଲେ ମିଳୁନି କାମ - labour affected during second wave

ପ୍ରତ୍ୟେକ ଦିନ ସୂର୍ଯ୍ୟୋଦୟ ପରେ ବ୍ରହ୍ମପୁର ସହରର ଗେଟ୍ ବଜାରରେ ଦେଖିବାକୁ ମିଳେ ମଣିଷ ହାଟ । ପରିବାର ପ୍ରତିପୋଷଣ କରିବା ପାଇଁ ଏଠାରେ ସକାଳୁ ସକାଳୁ ଧାଡି ବାନ୍ଧିଥାନ୍ତି ଦିନ ମଜୁରିଆ । ଯେତେବେଳେ ଯାହାର ମଜୁରିଆ ଦରକାର ପଡନ୍ତି, ସେମାନେ ଏଠାକୁ ଆସି ତାଙ୍କ ଶ୍ରମର ମୂଲ୍ୟ ଦେଇ କିଣି ନେଇଥାନ୍ତି । ହେଲେ ବର୍ତ୍ତମାନ ଲକଡାଉ ସଟଡାଉନ ଯୋଗୁଁ ଅନେକ ସମୟରେ କାମ ନ ପାଇ ନିରାଶ ହେଉଛନ୍ତି ଏହି ଗରୀବ ମଜୁରିଆ । ଅଧିକ ପଢନ୍ତୁ...

କୋଭିଡ୍ ସମୟରେ ଚାଲିଛି ମଣିଷ ହାଟ, ନିରାଶରେ ଫେରୁଛନ୍ତି ମଜୁରିଆ

author img

By

Published : Jun 17, 2021, 10:34 PM IST

ବ୍ରହ୍ମପୁର: କୋଭିଡ୍ ସମୟରେ ବି ଚାଲିଛି ବ୍ରହ୍ମପୁରର ମଣିଷ ହାଟ । ପରିବାର ପ୍ରତିପୋଷଣ କରିବା ପାଇଁ ସକାଳୁ ଆସି ବଜାରରେ ଧାଡି ବାନ୍ଧୁଛନ୍ତି ଦିନ ମଜୁରିଆ । ଅପେକ୍ଷା କରି ରହୁଛନ୍ତି, କେଉଁ ମାଲିକ କି ଠିକାଦାର ଆସି ତାଙ୍କ ଶ୍ରମର ମୂଲଚାଲ କରିବେ । ଆଉ ନିଜ ଶ୍ରମ ବଦଳରେ ମିଳିଥିବା ପାରିଶ୍ରମିକରୁ ସେମାନେ ଘର ଚଳାଇବେ । ପେଟ ଚାଖଣ୍ଡକ ପାଇଁ ମହାମାରୀକୁ ଖାତିର ନ କରି ନିତିଦିନ ଏଠାକୁ ଧାଇଁ ଆସୁଛନ୍ତି ଦିନ ମଜୁରିଆ । ହେଲେ ଲକଡାଉନ ସଟଡାଉନ ଯୋଗୁଁ ଅନେକ ସମୟରେ କାମ ନ ପାଇ ସେମାନଙ୍କୁ ନିରାଶ ହେବାକୁ ପଡୁଛି ।

କୋଭିଡ୍ ସମୟରେ ଚାଲିଛି ମଣିଷ ହାଟ, ନିରାଶରେ ଫେରୁଛନ୍ତି ମଜୁରିଆ

ପ୍ରତ୍ୟେକ ଦିନ ସୂର୍ଯ୍ୟୋଦୟର ପରେ ବ୍ରହ୍ମପୁର ସହରର ଗେଟ୍ ବଜାରରେ ଦେଖିବାକୁ ମିଳେ ମଣିଷ ହାଟ । ଗେଟ୍ ବଜାର ଭଳି ଏକ ପ୍ରମୁଖ ଟ୍ରାଫିକ୍ ଛକର ରାସ୍ତା ପାର୍ଶ୍ବକୁ ବିଭିନ୍ନ କାର୍ଯ୍ଯ କରିବା ପାଇଁ ସହର ସମେତ ଉପକଣ୍ଠ ଅଞ୍ଚଳରୁ ଛୁଟି ଆସିଥାନ୍ତି ଅନେକ ଦିନ ମଜୁରିଆ । ମୁଖ୍ୟତଃ ଏହି ମଜୁରିଆଙ୍କ ମଧ୍ୟରୁ କିଏ ମାଟି ବୋହନ୍ତି ତ ଆଉ କିଏ ଘର କାମ କରିବାକୁ ଯାଆନ୍ତି । ଗେଟ ବଜାର ଛକରେ ଧାଡି ଲାଗୁଥିବା ଏହି ମଜୁରିଆମାନେ ଯାହାର ଦରକାର ପଡନ୍ତି ସେମାନେ ଏଠାକୁ ଆସନ୍ତି । ଆଉ ଯେଉଁ ଶ୍ରମିକ ଭଲ ଲାଗେ ତାକୁ ସାଙ୍ଗରେ ଧରି ଚାଲିଯାଆନ୍ତି । ହେଲେ ମହାମାରୀ ରୋକିବାକୁ ସରକାରଙ୍କ ଲକଡାଉନ ସଟଡାଉନ କଟକଣା ଏବେ ଦିନ ମଜୁରିଆଙ୍କ ପାଇଁ ଭାରି ପଡିଛି । କଟକଣା ଯୋଗୁଁ ଆଗଭଳି ସେମାନଙ୍କ ମୂଲଚାଲ ହେଉନି । ସେପଟେ କାମ ନ ପାଇ ଘରେ ଚୁଲି ବି ଜଳୁନି । ହେଲେ ଏ ସବୁ ସତ୍ତ୍ବେ ବି ଏହି ମଣିଷ ହାଟକୁ ଭରସା କରି ନିଇତି ଏଠାକୁ ଆସୁଛନ୍ତି ଶ୍ରମିକ । ଯଦି କାମ ମିଳୁଛି ତ ସେମାନଙ୍କ ଖୁସି କହିଲେ ନ ସରେ, ନ ହେଲେ ଚାହିଁ ଚାହିଁ ହତାଶ ହୋଇ ଘରକୁ ଫେରୁଛନ୍ତି ମଜୁରିଆ ।

ମହାମାରୀର ଦ୍ରୁତ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ଲକଡାଉନ ଓ ସଟଡାଉନ ଘୋଷଣା ସହିତ ରାଜ୍ଯର ସମସ୍ତ ହାଟ ବନ୍ଦ ହୋଇଯାଇଛି ସତ କିନ୍ତୁ ବ୍ରହ୍ମପୁର ମଣିଷ ହାଟ ଉପରେ ଭରସା କରି ରହୁଛନ୍ତି ଅନେକ ଶ୍ରମିକ । ତେବେ ଅନେକ ଶ୍ରମିକ ବର୍ତ୍ତମାନ ସମୟରେ କାର୍ଯ୍ଯ ନ ପାଇ ଅନେକ ହଇରାଣ ହରକତ ହେଉଥିବା କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.