ETV Bharat / city

ଖଜୁରିଆ ଗୁଳିକାଣ୍ଡ ଘଟଣା; ୧୦ ଗିରଫ, ମାରଣାସ୍ତ୍ର ଜବତ - ଗୁଳିମାଡ ଘଟଣା

ନୂଆ ଖଜୁରିଆ ବିଲ ସାହିର ଗୁଳିମାଡ ଘଟଣା। ଏଥିରେ ପୋଲିସ ଗ୍ରାମର ଦୁଇ ଗୋଷ୍ଠୀର ୧୦ ଜଣ ଯୁବକଙ୍କୁ ଗିରଫ କରିଛି। ଅଧିକ ପଢନ୍ତୁ...

ଖଜୁରିଆ ଗୁଳିକାଣ୍ଡ ଘଟଣା; ଗ୍ରାମର ଦୁଇ ଗୋଷ୍ଠିର ୧୦ ଗିରଫ, ମାରାଣାସ୍ତ୍ର ଜବତ

author img

By

Published : Mar 16, 2021, 8:38 AM IST

ବ୍ରହ୍ମପୁର: ସହର ଉପକଣ୍ଠ ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ନୂଆ ଖଜୁରିଆ ବିଲ ସାହିର ଗୁଳିମାଡ ଘଟଣା। ଏଥିରେ ପୋଲିସ ଗ୍ରାମର ଦୁଇ ଗୋଷ୍ଠୀର ୧୦ ଜଣ ଯୁବକଙ୍କୁ ଗିରଫ କରିଛି। ଏହାସହ ଘଟଣାରେ ବ୍ୟବହୃତ ଦେଶୀ ପିସ୍ତଲ ସହ ମାରାଣାସ୍ତ୍ରକୁ ଜବତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ମୁଖ୍ୟତଃ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗଣ୍ଡଗୋଳ କାରଣରୁ ଏଭଳି ଗୁଳିକାଣ୍ଡ ହୋଇଥିବା ପୋଲିସର ତଦନ୍ତରୁ ସ୍ପଷ୍ଟ ହୋଇଥିବା କୁହାଯାଇଛି ।

ଖଜୁରିଆ ଗୁଳିକାଣ୍ଡ ଘଟଣା; ଗ୍ରାମର ଦୁଇ ଗୋଷ୍ଠିର ୧୦ ଗିରଫ, ମାରାଣାସ୍ତ୍ର ଜବତ
ଖଜୁରିଆ ଗୁଳିକାଣ୍ଡ ଘଟଣା; ଗ୍ରାମର ଦୁଇ ଗୋଷ୍ଠିର ୧୦ ଗିରଫ, ମାରାଣାସ୍ତ୍ର ଜବତ

ପୋଲିସର ସୂଚନାନୁଯାୟୀ, ଗତକାଲି ରାତ୍ରି ସମୟରେ ନୂଆ ଖଜୁରିଆ ବିଲ ସାହି ଅଞ୍ଚଳର ହୀନ ପ୍ରଧାନ ତାଙ୍କ ସାଥି ମାନଙ୍କ ସହ ନିଜ ଘର ସମ୍ମୁଖରେ ରହୁଥିବା ବଳରାମ ରେଡ୍ଡିଙ୍କ ଘର ଆଗରେ ପହଞ୍ଚି ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଦୁର୍ବ୍ୟବହାର କରିଥିଲେ । ପରେ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା ।

ସେହି ସମୟରେ କେ.ବାଲାରାମ ରେଡ୍ଡୀ ତାଙ୍କ ଭାଇ କେ.ସଚିନ୍ ରେଡ୍ଡୀ, କେ.ଜୟସେନ୍ ରେଡ୍ଡୀ, ସନିଆ ନାହକ, କାଳିଆ ନାହକ, ଶ୍ରୀକାନ୍ତ ନାହକ ଆସି ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହେବା ପରେ ପିସ୍ତଲରେ ଗୁଳି ମାଡ କରିଥିଲେ ।

ଏନେଇ ଉଭୟ ପକ୍ଷରୁ ଅଭିଯୋଗ ହେବା ସହ ମାମଲା ରୁଜୁ ପରେ ଉଭୟ ଗୋଷ୍ଠୀର ଦଶ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏନେଇ ବ୍ରହ୍ମପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି । ତେବେ ଏହି ଘଟଣାର ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.