ETV Bharat / city

କଙ୍ଗାରୁ କୋର୍ଟରେ ଅମାନୁଷିକତା, ପରକୀୟା ପ୍ରୀତି ଅଭିଯୋଗରେ ସରପଞ୍ଚଙ୍କ ଝିଅକୁ ନିର୍ଯାତନା - ବ୍ରହ୍ମପୁର ଖବର

ଅନୈତିକ ସମ୍ପର୍କ ଅଭିଯୋଗରେ ଜଣେ ବିବାହିତ ଯୁବକଙ୍କ ସହିତ ମହିଳାଙ୍କୁ ଚପଲ ମାଳ ପିନ୍ଧାଇ ବୁଲାଇଲେ ଗ୍ରାମବାସୀ। ଚପଲ ମାଳ ପକାଇ ବୁଲାଇବା ଭିଡିଓ ଭାଇରାଲ ହେବା ପରେ ପୋଲିସ ପାଞ୍ଚ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଅଧିକ ପଢନ୍ତୁ...

ପରକୀୟା ପ୍ରୀତି ଅଭିଯୋଗ, ଚପଲ ମାଳ ପିନ୍ଧାଇ ଗାଁ ବୁଲାଇଲେ ଲୋକେ
କଙ୍ଗାରୁ କୋର୍ଟ, ଯୁବକ ସହିତ ମହିଳାଙ୍କୁ ଚପଳ ମାଳ ପିନ୍ଧାଇ ବୁଲାଇଲେ ଗ୍ରାମବାସୀ
author img

By

Published : Mar 12, 2021, 10:35 AM IST

Updated : Mar 12, 2021, 2:53 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କାଳିଆପଲ୍ଲୀ ଗାଁରେ କଙ୍ଗାରୁ କୋର୍ଟ। ଅନୈତିକ ସମ୍ପର୍କ ଅଭିଯୋଗରେ ଜଣେ ବିବାହିତ ଯୁବକ ସହିତ ମହିଳାଙ୍କୁ ଚପଲ ମାଳ ପିନ୍ଧାଇ ବୁଲାଇଲେ ଗ୍ରାମବାସୀ।

ପରକୀୟା ପ୍ରୀତି ଅଭିଯୋଗ, ଚପଲ ମାଳ ପିନ୍ଧାଇ ଗାଁ ବୁଲାଇଲେ ଲୋକେ

ଚପଲ ମାଳ ପକାଇ ବୁଲାଇବାର ଭିଡିଓ ଭାଇରାଲ ହେବା ପରେ ପୋଲିସ ପାଞ୍ଚ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି । ମହିଳା ଜଣକର ଚାରି ଗୋଟି ସନ୍ତାନ ଅଛି ଏବଂ ପୁରୁଷ ଜଣକର ଦୁଇ ଗୋଟିଏ ସନ୍ତାନ ଅଛି ।

ଉଭୟ ପରିବାର ର କିଛି ଅଭିଯୋଗ ନଥାଇ ଗ୍ରାମବାସୀ କାହିଁକି ମହିଳାଙ୍କୁ ଟଣା ଓଟରା କରିବା ସହ ଏପରି ଅପମାନଜନକ ଘଟଣା ଘଟାଇଛନ୍ତି ତାକୁ ନେଇ ସାଧାରଣରେ ଚର୍ଚ୍ଚା ଚାଲିଛି ।

ଏହି ଘଟଣା ପରେ ମହିଳା ଜଣକ କେଉଁ ଆଡେ ପଳାଇଛନ୍ତି। ତେବେ ଘଟଣାଟି ଜଣେ ସରପଞ୍ଚଙ୍କ ଝିଅ ସହ ଘଟିଥିବାବେଳେ ସେ ଦୋଷୀକୁ ଉଚିତ ଦଣ୍ଡ ସହ ଝିଅକୁ ଖୋଜି ଆଣିବାକୁ କହିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Last Updated : Mar 12, 2021, 2:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.