ETV Bharat / city

ମାନବିକତାର ପରିଚୟ ଦେଲେ ବ୍ରହ୍ମପୁର ITI କର୍ମଚାରୀ - ଆଇଆଇଟି କର୍ମଚାରୀ

ଗଞ୍ଜାମ ବ୍ରହ୍ମପୁର ସହରର କୋରୋନାରେ ଦେହାନ୍ତ ଘଟିଥିବା ITI କର୍ମଚାରୀଙ୍କ ଅନ୍ୟ କର୍ମଚାରୀମାନେ 2 ଲକ୍ଷରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ଯୋଗାଇଛନ୍ତି । ଅଧିକ ପଢନ୍ତୁ...

ମାନବିକତାର ପରିଚୟ ଦେଲେ ବ୍ରହ୍ମପୁର ITI କର୍ମଚାରୀ

author img

By

Published : Jun 18, 2021, 6:56 AM IST

ବ୍ରହ୍ମପୁର: କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଜଣେ ସରକାରୀ ITI କର୍ମଚାରୀଙ୍କୁ ସାହାଯ୍ୟ କରି ମାନବିକତା ଦେଖାଇଛନ୍ତି ଅନ୍ୟ ITI କର୍ମଚାରୀ । ସେମାନେ ମୃତକଙ୍କ ପରିବାରକୁ 2 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସହାୟତା ରାଶି ଯୋଗାଇଥିବା ସୂଚନା ମିଳିଛି ।

ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନରେ ଫିଟର ଟ୍ରେଡରେ ଦୀର୍ଘ 8 ବର୍ଷ ଧରି ପାର୍ଟଟାଇମ ଗେଷ୍ଟ ଇନଷ୍ଟ୍ରକଟର (ପିଟିଜିଆଇ) ରୂପେ କାର୍ଯ୍ୟ କରି ଆସୁଥିବା ସ୍ବର୍ଗତ ପ୍ରଶାନ୍ତ କୁମାର ସାହୁ କୋଭିଡରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ଏଣୁ ସ୍ବର୍ଗତ ପ୍ରଶାନ୍ତଙ୍କର ୮ ବର୍ଷର ଗୋଟିଏ ସନ୍ତାନ ଏବଂ ଧର୍ମପତ୍ନୀଙ୍କୁ ନିଜ କାର୍ଯ୍ୟାଳୟର ସହ କର୍ମଚାରୀମାନେ ସହାୟତାର ହାତ ବଢାଇବା ସହିତ ମାନବିକତାର ପରିଚୟ ଦେଇଛନ୍ତି । ଅନୁଷ୍ଠାନର ଅଧ୍ୟକ୍ଷ ଡକ୍ଟର ରଜତ କୁମାର ପାଣିଗ୍ରାହୀ ଏବଂ ଅନ୍ୟ କର୍ମଚାରୀ ମାନେ ମିଳିତ ଭାବରେ ଆର୍ଥିକ ସହାୟତା ଯୋଗାଇଛନ୍ତି ।

ସେମାନେ ମୋଟ ୨ ଲକ୍ଷ ୩୫ ହଜାର ଟଙ୍କାର ସହାୟତା ରାଶି ତାଙ୍କ ପୁଅ ନାମରେ ସ୍ଥାୟୀ ଜମା କରି ଦେଇଥିବା ବେଳେ ଯାହା ୧୦ ବର୍ଷ ପରେ ଦୁଇ ଗୁଣ ହେବ। ଏହି ମହାନ କାର୍ଯ୍ୟ ପାଇଁ କର୍ମଚାରୀଙ୍କୁ ଚାରିଆଡେ ପ୍ରଶଂସାର ସୁଅ ଛୁଟୁଛି । ଏହିପରି ସହାୟତାର ହାତ ବଢାଇବା ଦ୍ବାରା ବିଭିନ୍ନ ଅନୁଷ୍ଠାନର କର୍ମଚାରୀମାନେ ତାଙ୍କ ଅନୁଷ୍ଠାନରେ ମୃତ୍ୟୁବରଣ କରୁଥିବା କର୍ମଚାରୀଙ୍କୁ ସାହାଯ୍ୟ କରିବା ପାଇଁ ଅନୁପ୍ରାଣିତ ହେବେ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ କହିଛନ୍ତି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.